ଅପରାଧ

ହତ୍ୟା କରିନାହିଁ, ମୁଁ କେବଳ ମୃତଦେହକୁ ଲଗେଜରେ ନେଉଥିଲି: ପୁଲିସକୁ କହିଲେ ସୂଚନା – Kalinga News

[ad_1]

ପାଣାଜୀ: ବେଙ୍ଗାଲୁରୁରେ ଏକ ଷ୍ଟାର୍ଟଅପ କମ୍ପାନିର ସିଇଓ ସୂଚନା ସେଠ୍ ପୁଅକୁ ହତ୍ୟା କରିବା ମାମଲାରେ ଏବେ ପୁଲିସ କଷ୍ଟଡିରେ ଅଛନ୍ତି। ଆଜି ତାଙ୍କର କଷ୍ଟଡି ଶେଷ ହେଉଥିବା ବେଳେ ଗୋଆ କୋର୍ଟ ତାଙ୍କର ହେପାଜତ ଅବଧି ଆହୁରି ୫ଦିନ ବଢ଼ାଇ ଦେଇଛନ୍ତି। ସୂଚନା ତଦନ୍ତରେ ସହଯୋଗ କରୁନଥିବାର ଅଭିଯୋଗ ପୁଲିସ କୋର୍ଟରେ କରିବା ସହ ହେପାଜତ ଅବଧି ଆହୁରି ବଢ଼ାଇବାକୁ ଆବେଦନ କରିଥିଲା। ପୁଲିସର ଆବେଦନ ପରେ କୋର୍ଟ ତଦନ୍ତ ପାଇଁ ଆହୁରି ୫ଦିନ ସମୟ ଦେଇଛନ୍ତି।

ଛଅ ଦିନର ହେପାଜତ ଶେଷ ହେବା ପରେ ଷ୍ଟାର୍ଟଅପ୍ କମ୍ପାନିର ସିଇଓ ସୂଚନାଙ୍କୁ ଗୋଆ କୋର୍ଟରେ ହାଜର କରାଯାଇଥିଲା। ପୁଲିସ କୋର୍ଟଙ୍କୁ କହିଥିଲା ଯେ, ସେମାନେ ଏପର୍ଯ୍ୟନ୍ତ ଅପରାଧର ଉଦ୍ଦେଶ୍ୟ ଜାଣିପାରି ନାହାଁନ୍ତି। ତାଙ୍କ ସ୍ୱାମୀ ଭେଙ୍କଟ ରମଣଙ୍କ ସହ ମୁହାଁମୁହିଁ ହେବା ପରେ ଆହୁରି ଅଧିକ ତଥ୍ୟ ସାମ୍ନାକୁ ଆସିବ। ସୂଚନା ମୃତଦେହକୁ ସାଥିରେ ନେଉଥିବା କଥା ସ୍ବୀକାର କରୁଥିଲେ ବି ହତ୍ୟା କରିବା କଥା ସ୍ବୀକାର କରୁନାହାନ୍ତି। ହତ୍ୟା ପାଇଁ ସ୍ବାମୀ ଦାୟୀ ବୋଲି ବାରମ୍ବାର କହୁଛନ୍ତି।

ତେବେ ଜାନୁଆରି ୮ରେ ସୂଚନାଙ୍କୁ ଗିରଫ କରିଥିଲା ପୁଲିସ। ପୁଅକୁ ନେଇ ଗୋଆ ଆସିଥିବା ସୂଚନା ପ୍ରଥମେ ହୋଟେଲ ରୁମରେ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ଲଗେଜରେ ଭର୍ତ୍ତି କରି କର୍ଣ୍ଣାଟକ ବାହାରିଥିଲେ। ପୁଅ ସହ ଆସିଥିବା ସୂଚନା ଏକା ହୋଟେଲରୁ ‌ବାହାରିବା ଦେଖି ହୋଟେଲ କର୍ମଚାରୀଙ୍କୁ ସନ୍ଦେହ ହେବାରୁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଅଧା ବାଟରେ ସୂଚନାଙ୍କୁ ଅଟକାଇ ତାଙ୍କ ଲଗେଜ୍ ଚେକ୍ କରିବା ପରେ ଭିତରେ ତାଙ୍କ ପୁଅର ମୃତଦେହ ମିଳିଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button