ଶ୍ରୁତି-ଅକ୍ଷରା ଫଟୋ ଉଠାଉଥିବା ବେଳେ ଆଗକୁ ଚାଲି ଆସିଲେ ଧର୍ମେନ୍ଦ୍ର, ଭାଇରାଲ ହେଲା ମଜାଦାର ଭିଡିଓ – Kalinga News

[ad_1]
ମୁମ୍ବାଇ: ଜୟପୁରରେ ଧୁମଧାମରେ ବିବାହ କରିବା ପରେ ଆମୀର ଖାନ, ଝିଅ ଆୟରା ଖାନ ଏବଂ ଜ୍ବାଇଁ ନୁପୁର ଶିଖରେଙ୍କ ବିବାହ ଭୋଜି ମୁମ୍ବାଇରେ ଦେଇଥିଲେ। ଏହି ବିବାହ ଭୋଜିରେ ବଲିଉଡଠାରୁ ଆରମ୍ଭ କରି ଅନେକ ରାଜନୈତିକ ବ୍ୟକ୍ତିତ୍ୱ ସାମିଲ ହୋଇଥିବା ଦେଖାଯାଇଥିଲା। ଏହି ଭୋଜିର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, କମଲ ହସନଙ୍କ ଝିଅ ଶ୍ରୁତି ଏବଂ ଅକ୍ଷରା ହସନ ମିଡିଆର କ୍ୟାମେରା ଆଗରେ ଠିଆ ହୋଇ ପୋଜ୍ ଦେଉଛନ୍ତି। ଏହି ସମୟରେ ଧର୍ମେନ୍ଦ୍ର ହଠାତ୍ ଭିତରକୁ ଆସିବା ସହ ଶ୍ରୁତି ଓ ଅକ୍ଷରାଙ୍କ ଆଗକୁ ଚାଲିଆସୁଛନ୍ତି। ଏହା ଦେଖି ଦୁଇ ଅଭିନେତ୍ରୀ ହସିବା ସହ ମଞ୍ଚର ଗୋଟାଏ ପାର୍ଶ୍ବକୁ ଚାଲିଆସୁଛନ୍ତି।
ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଶ୍ରୁତି ଓ ଅକ୍ଷରାଙ୍କ କାମକୁ ପସନ୍ଦ କରିଥିବା ବେଳେ କିଛି ତାଙ୍କୁ ଟ୍ରୋଲ କରୁଛନ୍ତି। “ଧର୍ମେନ୍ଦ୍ର ଜଣେ ବରିଷ୍ଠ କଳାକାର। ତାଙ୍କର ପାଦ ଛୁଇଁ ପ୍ରଣାମ ନକରି ଏଭଳି ହସି ହସି କଡ଼କୁ ଚାଲିଯିବା ଉଚିତ୍ ନଥିବା” ବୋଲି କିଛି ବ୍ୟବହାରକାରୀ ମତ ରଖିଛନ୍ତି।
[ad_2]