ଗିରଫ ହୋଇପାରନ୍ତି ରାକ୍ଷୀ, କୋର୍ଟ ଖାରଜ କଲେ ଜାମିନ ଆବେଦନ – Kalinga News

[ad_1]
ନୂଆଦିଲ୍ଲୀ: ବଲିଉଡର ଡ୍ରାମା କୁଇନ କୁହାଯାଉଥିବା ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ ଦୁର୍ରାନୀ କିଛିଦିନ ତଳେ ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଆଦିଲ ଅଭିଯୋଗ କରି କହିଥିଲେ କି , ରାକ୍ଷୀ ତାଙ୍କ ବ୍ୟକ୍ତିଗତକଥାକୁ ସର୍ବସାଧାରଣ କରୁଛନ୍ତି। ଏମିତିକି ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋକୁ ସେ ଗଣମାଧ୍ୟମକୁ ବି ଦେଇଛନ୍ତି।
ମୁମ୍ବାଇରେ ରାକ୍ଷୀ ଏହି ଘଟଣାକୁ ନେଇ ଗିରଫ ନହେବାପାଇଁ ଜାମିନ ଆବେଦନ କରିଥିଲେ। ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି। ରାକ୍ଷୀଙ୍କ ଜାମିନକୁ ଖାରଜ କରି ସେସନ କୋର୍ଟର ବିଚାରପତି ଶ୍ରୀକାନ୍ତ ଭୋସଲେ କହିଛନ୍ତି, ‘ରାକ୍ଷୀ ତାଙ୍କ ପୂର୍ବତନ ସ୍ବାମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସର୍ବସାଧାରଣ କରିବା ଠିକ ହେଲାନାହିଁ। ପୂର୍ବରୁ ବି ରାକ୍ଷୀଙ୍କ ବିରୋଧରେ ଏମିତି ଏକ ମାମଲା ପଡ଼ି ରହିଛି। ତେଣୁ ତାଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି। ଏଭଳି ମାମଲାରେ କାହାକୁ ଛାଡ଼ ଦେବା ଉଚିତ ହେବ ନାହିଁ।’
କିଛିଦିନ ତଳେ ଆଦିଲ ଅଭିଯୋଗ କରି କହିଥିଲେ କି, ରାକ୍ଷୀ ତାଙ୍କର ଅଶ୍ଳୀଳ ଭିଡିଓ କରିଛନ୍ତି। ଏହି କ୍ରମରେ ରାକ୍ଷୀ ସ୍ବାମୀ ଆଦିଲ ଖାନ ଦୁର୍ରାନୀଙ୍କ ନାମରେ ଅଭିଯୋଗ ଆଣି କହିଥିଲେ, ‘ଆଦିଲ ମୋର ଅନେକ ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ। ଏସବୁ ସେ ମୁଁ ମନା କରିବା ସତ୍ତ୍ବେ ରେକର୍ଡ କରିଥିଲେ। ଏମିତି କି ମୁଁ ଗାଧେଇବା ଘରେ ଥିବା ବେଳେ ବି ଆଦିଲ ମୋ ଭିଡିଓ କରିଛନ୍ତି। ଏହି ଭିଡିଓ ଯଦି ଭାଇରାଲ ହୋଇଯିବ କ’ଣ କରିବି। ବିଷ ଖାଇଦେବି। ଜୀବନ ହାରିଦେବି। କେଉଁଆଡେ ଯିବି। ମୁଁ ସାଧାରଣ ଝିଅ ନୁହେଁ। ଭାରତର ଜଣେ ସେଲିବ୍ରିଟି। ବିବାହର ଗୋଟିଏ ବର୍ଷ ଭିତରେ ସେ ମୋତେ ଛାଡ଼ପତ୍ର ଦେଇଛନ୍ତି। ସେ ମୋର ଅଶ୍ଳୀଳ ଫଟୋ ଓ ଭିଡିଓ ରେକର୍ଡ କରି ଦୁବାଇରେ ବିକ୍ରି କରିଛନ୍ତି। ଯାହା ପାଇଁ ସେ ୪୭ଲକ୍ଷ ଟଙ୍କା ବି ପ୍ରାପ୍ତ କରିଛନ୍ତି। ମୁଁ ଏସବୁ ଜାଣିବା ପରେ ସ୍ତବ୍ଧ ହୋଇଯାଇଛି।’
[ad_2]