ଫିଲ୍ମ ପୂର୍ବରୁ ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୈଫଙ୍କ ପୁଅ, ସେୟାର କଲେ ଏସବୁ ଫଟୋ – Kalinga News

[ad_1]
ମୁମ୍ବାଇ: ଫିଲ୍ମ ପୂର୍ବରୁ ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୈଫ ଅଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲୀ ଖାନ୍। ଫଟୋ ସେୟାର କରି ମୁଁ ମୋର ନିଜ ଉତ୍ତରାଧିକାରୀ ତିଆରି କରିବି ବୋଲି ଲେଖିଛନ୍ତି ଇବ୍ରାହିମ୍ । ଗତ କିଛି ଦିନ ହେବ ଇବ୍ରାହିମ୍ ବଲିଉଡରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଏମିତି କି ତାଙ୍କ ଭଉଣୀ ତଥା ଅଭିନେତ୍ରୀ ସାରା ଅଲୀ ଖାନ୍ ମଧ୍ୟ ଏହା ନିଶ୍ଚିତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ ବଲିଉଡ ପୂର୍ବରୁ ସେ ପ୍ରଥମେ ସୋସିଆଲ ମିଡିଆରେ ଡେବ୍ୟୁ କରିଛନ୍ତି। ଲୋକପ୍ରିୟ କ୍ରୀଡା ପୋଷାକ ବ୍ରାଣ୍ଡ ପୁମାର ବ୍ରାଣ୍ଡ ଆମ୍ବାସାଡାର ଭାବେ ସେ କିଛି ଫଟୋ ଉଠାଇଥିବା ବେଳେ ଫଟୋରେ ସେ ପୁମାର ସାର୍ଟ, ପ୍ୟାଣ୍ଟ ଓ ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି।
ପ୍ରଥମ ଫଟୋରେ ସେ ସବୁଜ ରଙ୍ଗର ସାର୍ଟ, ମାଟିଆ ରଙ୍ଗର ପ୍ୟାଣ୍ଟ ସହ ସବୁଜ ରଙ୍ଗର ଜୋତା ପିନ୍ଧିଛନ୍ତି। ଦ୍ବିତୀୟ ଫଟୋରେ ସେ ଧଳା ରଙ୍ଗର ପୋଷାକ ପିନ୍ଧିବା ସହ ଲାଲ ରଙ୍ଗର ସ୍ବେଟର ବେକରେ ବାନ୍ଧିଥିବା ଦେଖିବାକୁ ମିଳିଛି। ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ଉତ୍ତରାଧିକାରୀ? ମୁଁ ମୋର ନିଜର ତିଆରି କରିବି। ପୁମା ସହିତ ମୋର ପ୍ରଥମ ଯାତ୍ରା ଆରମ୍ଭ କରୁଛି। ଅଭିନେତ୍ରୀ କରୀନା କପୁର ଖାନ୍ କମେଣ୍ଟ ଦେଇ ଲେଖିଛନ୍ତି ଯେ, ପୁମାକୁ ସ୍ବାଗତ ଇଗ୍ଗି। ଖୁବ୍ ଶୀଘ୍ର ସାଥିରେ ସୁଟିଂ କରିବା।
[ad_2]




