ରାଜ୍ୟ

୨ ହଜାର ଲିଟର ଦେଶୀ ରନ୍ଧା ମଦ ଜବତ – Kalinga News

[ad_1]

ଆଠଗଡ଼ ଗୁରୁଡିଝାଟିଆ ପଞ୍ଚାୟତ ଡବାଗାଡ଼ିଆ ଗାଁରେ ଚଢ଼ାଉ। ଆଠଗଡ଼ ଓ କଟକ ଅବକାରୀ ବିଭାଗର ୩ଟି ସ୍ଵତନ୍ତ୍ର ଟିମ୍ ଏବଂ ଗୁରୁଡିଝାଟିଆ ପୋଲିସ୍ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଦୁଇ ହଜାର ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ ହୋଇଛି।

Chat on WhatsApp

ଆଠଗଡ଼ : ଆଠଗଡ଼ ଗୁରୁଡିଝାଟିଆ ପଞ୍ଚାୟତ ଡବାଗାଡ଼ିଆ ଗାଁରେ ଚଢ଼ାଉ। ଆଠଗଡ଼ ଓ କଟକ ଅବକାରୀ ବିଭାଗର ୩ଟି ସ୍ଵତନ୍ତ୍ର ଟିମ୍ ଏବଂ ଗୁରୁଡିଝାଟିଆ ପୋଲିସ୍ ପକ୍ଷରୁ ମିଳିତ ଚଢାଉ କରାଯାଇଛି । ଦୁଇ ହଜାର ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ ହୋଇଛି। ଏକ ଚାରି ଚକିଆ ଯାନ ଓ ଦୁଇଟି ବାଇକ୍ ଜବତ କରିଛି ଆଠଗଡ଼ ଅବକାରୀ ବିଭାଗ ।

ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଅବକାରୀ ବିଭାଗର ୩ଟି ସ୍ଵତନ୍ତ୍ର ଟିମ୍ ଏକ ଘର ଉପରେ ଚଢାଉ କରିଥିଲା । ସେହି ଘରୁ କୋଡ଼ିଏ ବ୍ୟାରେଲ ଓ ଘର ପଛ ପଟେ ଥିବା ଏକ କୂଅ ମଧ୍ୟରୁ ୩୦ ବ୍ୟାରେଲ ଚୋରା ଦେଶୀ ମଦ ଜବତ କରାଯାଇଛି। ଘଟଣାସ୍ଥଳରୁ ମଦ ମାଫିଆ ମାନେ ଫେରାର୍ ହୋଇଯାଇଛନ୍ତି। ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ତଦନ୍ତ କରାଯାଉଛି। ଜବତ ଦେଶୀ ମଦର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କହିଛନ୍ତି ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button