ରାଜ୍ୟ

ପୁରୀରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ, ଶ୍ରୀମନ୍ଦିର ପ୍ରସଙ୍ଗରେ ଚାଲିଛି ଆଲୋଚନା

ପୁରୀ,୦୧/୧୦: ସର୍କିଟ ହାଉସ ପରିସରରେ ଅନୁଷ୍ଠିତ ହୋଇଛି ବିଧାନସଭା ଷ୍ଟାଣ୍ଡିଂ କମିଟିର ଏକ ବୈଠକ । ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଅଧକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିବା ବେଳେ ଏଥିରେ ସମସ୍ତ ସଦସ୍ୟ ଉପସ୍ଥିତ ରହିଛନ୍ତି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମଧ୍ୟ ଉପସ୍ଥିତ ରହିଛନ୍ତି।

ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟା ଓ ଉନ୍ନତି କରଣ ନେଇ ଆଲୋଚନାଚାଲିଛି।

ସୂଚନା ମୁତାବିକ, ଆଜି ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଉଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚାଲିଛି । ଶ୍ରୀମନ୍ଦିର ସଂରକ୍ଷଣ ଓ ମରାମତି ନେଇ ଏଏସ୍ଆଇ ସହ କମିଟି ଆଲୋଚନ ହେବ । ଏହି ବୈଠକରେ ଆଇନ୍ ବିଭାଗର କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି ।

ସେହିପରି କୋଠଭୋଗ ଦାନ ଯୋଜନା ଅନୁଦାନ, କର୍ମଚାରୀଙ୍କ ଦରମା ବାବଦରେ ଅନୁଦାନ, ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଅଞ୍ଚଳ ଉନ୍ନତୀକରଣ ନିମନ୍ତେ ଅନୁଦାନ ପ୍ରଦାନ, ଶ୍ରୀମନ୍ଦିର ନିମନ୍ତେ ଦାନ, ଏପରିକି ରଥରେ ଶ୍ରଦ୍ଧାଳୁଙ୍କୁ ନଚଢ଼ାଇବା ପାଇଁ ଦଇତାପତିଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button