ଖେଳ ଖବର

ଆଜିଠୁ ଭାରତ-ଆଫଗାନିସ୍ତାନ ଟ୍ବେଣ୍ଟି-୨୦ – Kalinga News

[ad_1]

ମୋହାଲି: ପାଖାପାଖି ୧୪ ମାସ‌ ପରେ ଟ୍ବେଣ୍ଟି-୨୦ ଫର୍ମାଟ୍‌କୁ ପ୍ରତ୍ୟାବର୍ତ୍ତନ କରୁଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଆସନ୍ତା ଆଫଗାନିସ୍ତାନ ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ଆକର୍ଷଣର କେନ୍ଦ୍ର ହେବେ। ଯଦିଓ ବ୍ୟକ୍ତିଗତ କାରଣ ପାଇଁ କୋହଲି ପ୍ରଥମ ମ୍ୟାଚ୍‌ରେ ଖେଳିବେନି, କିନ୍ତୁ ଦ୍ବିତୀୟ ମ୍ୟାଚ୍‌ ବେଳକୁ ସେ ଦଳ ସହିତ ଯୋଗଦେଇ ସାରିଥିବେ ବୋଲି ଜଣାପଡ଼ିଛି। ଏହି ଦୁଇ ଦଳ ମଧ୍ୟରେ ଗୁରୁବାରଠୁ ମୋହାଲି‌, ଇନ୍ଦୋର ଓ ବେଙ୍ଗାଲୁରୁରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବ। ପ୍ରଥମ ଥର ପାଇଁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ କୌଣସି ଧଳା ବଲ୍‌ ଶୃଙ୍ଖଳା ଖେଳାଯିବ। ପୂର୍ବରୁ ରୋହିତ ଓ ବିରାଟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ରେ ଶେଷଥର ପାଇଁ ଖେଳିଥିଲେ। କିନ୍ତୁ ଆଗକୁ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ‌ବିଶ୍ବକପ୍‌କୁ ଦୃଷ୍ଟିରେ ରଖି ଏହି ଦୁଇ ବରିଷ୍ଠ କ୍ରିକେଟର୍‌ଙ୍କୁ ଦଳରେ ସ୍ଥାନ ଦିଆଯାଇଛି। ଏହି ଶୃଙ୍ଖଳାର ପ୍ରଦର୍ଶନ ହିଁ ବିଶ୍ବକପ୍‌ ଦଳର ଚିତ୍ର ସ୍ପଷ୍ଟ କରିପାରିବ। ତଥାପି ଆଇପିଏଲ୍‌ ପ୍ରଦର୍ଶନ ଉପରେ ଚୂଡ଼ାନ୍ତ ୧୫ ଜଣିଆ ଦଳ ଚୟନ ନିର୍ଭର କରୁଛି।

ଅନ୍ୟପକ୍ଷରେ ଆଫଗାନିସ୍ତାନ ତାହାର ତାରକା ଅଲରାଉଣ୍ଡର ରସିଦ ଖାନ୍‌ଙ୍କ ବିନା ଭାରତ ବିପକ୍ଷରେ ଖେଳିବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଘୋଷଣା ହୋଇଥିବା ଦଳରେ ରସିଦଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ବିଶ୍ବକପ୍‌ ପୂର୍ବରୁ ତାଙ୍କ ଉପରେ ଅଧିକ ଚାପ ନଦେବାକୁ ଆଫଗାନିସ୍ତାନ ବୋର୍ଡ ଚାହୁଛି। ତେବେ ତାଙ୍କ ବିନା ଆଫଗାନ୍‌ ଦଳ ଶୃଙ୍ଖଳାରେ ସଂଘର୍ଷ କରିବ। ରସିଦଙ୍କ ବିନା ଯିଏ ବି ତାଙ୍କ ଦାୟିତ୍ବ ଗ୍ରହଣ କରିବ, ସେ ସବୁ ସମୟ ପାଇଁ ପ୍ରସ୍ତୁତ ରହିବା ଦରକାର ବୋଲି ଭ୍ରମଣକାରୀ ଦଳର ଅଧିନାୟକ ଈବ୍ରାହିମ୍‌ ଜଦ୍ରାନ୍‌ କହିଛନ୍ତି। ତେଣୁ ମୁଜିବ ଉର୍‌ ରହମାନ୍‌, ନବୀନ ଉଲ୍‌ ହକ୍‌ ଓ ଫଜଲହକ୍‌ ଫାରୁକିଙ୍କ ଉପରେ ଦଳ ଅଧିକ ନିର୍ଭର କରିବ।

ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିଥିବା ଭାରତୀୟ ଖେଳାଳିମାନେ ବୁଧବାର ସନ୍ଧ୍ୟାରେ ପୁଣି ଥରେ ଏକାଠି ହୋଇଛନ୍ତି। ଯଦିଓ ଦଳରେ ପ୍ରାରମ୍ଭିକ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲ୍‌ ଓ ତିଳକ ବର୍ମା ରହିଛନ୍ତି। କିନ୍ତୁ ଶୁବମନ ଗିଲ୍‌ ଓ ରୋହିତ ପାଳି ଆରମ୍ଭ କରିବା ସମ୍ଭାବନା ଅଧିକ ରହିଛି। ଦକ୍ଷିଣ ଆଫ୍ରିକାରେ ଶୁବମନ ଅଧିକ ସଫଳତା ପାଇ ନଥିଲେ। ତେଣୁ ଆଫଗାନିସ୍ତାନ ବିପକ୍ଷରେ ଲୟକୁ ଫେରିବାକୁ ଲକ୍ଷ୍ୟ ରଖିବେ। ସେହିପରି ଦକ୍ଷିଣ ଆଫ୍ରିକାରେ ସବୁଠୁ ସଫଳ ହୋଇଥିବା ରିଙ୍କୁ ସିଂହ ଏହି ଶୃଙ୍ଖଳାରେ ପ୍ରମୁଖ ଖେଳାଳି ଭାବେ ନଜରରେ ରହିବେ। ବିଶେଷକରି ଆହତ ଥିବା ସୂର୍ଯ୍ୟକୁମାର ଯାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଦଳରେ ନିଜ ସ୍ଥାନ ପକ୍କା କରିବାକୁ ଏହା ପ୍ରକୃଷ୍ଠ ସମୟ। ଈଶାନ କିଶନ ଦଳରେ ନଥିବାରୁ ଜି‌ତେଶ ଶର୍ମା ଓ ସଂଜୁ ସାମସନ୍‌ଙ୍କ ମଧ୍ୟରୁ ଜଣେ ୱିକେଟ୍‌କିପର ଦାୟିତ୍ବ ଗ୍ରହଣ କରିବେ। ଶିବମ ଦୁବେ ମଧ୍ୟ ଦଳକୁ ଫେରିଥିବାରୁ ଅର୍ଶଦୀପ ସିଂହ, ଆୱେସ ଖାନ୍‌ ଓ ମୁକେଶ କୁମାରଙ୍କ ସହିତ ସେ ଦ୍ରୁତ ବୋଲିଂ ବିକଳ୍ପ ରହିଛନ୍ତି। କୁଲଦୀପ ଯାଦବଙ୍କ ନେତୃତ୍ବରେ ସ୍ପିନ୍‌ ଆକ୍ରମଣ କରାଯିବ। ତାଙ୍କ ସେନାରେ ରବି ବିଷ୍ଣୋଇ, ଅକ୍ଷର ପଟେଲ ଓ ୱାସିଂଟନ୍‌ ସୁନ୍ଦର ପ୍ରସ୍ତୁତ ରହିଛନ୍ତି।

ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ୍‌, ତିଳକ ବର୍ମା, ଶିବମ ଦୁବେ, ରିଙ୍କୁ ସିଂହ, ଜିତେଶ ଶର୍ମା, ଅକ୍ଷର ପଟେଲ, ରବି ବିଷ୍ଣୋଇ/କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଆୱେସ ଖାନ୍‌, ମୁକେଶ କୁମାର।
ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ଈବ୍ରାହିମ୍‌ ଜଦ୍ରାନ୍‌, ଅଜମାତୁଲ୍ଲା ଓମରଜାଇ, ରହମାନୁଲ୍ଲା ଗୁରବାଜ, କରିମ ଜନତ, ନଜିବୁଲ୍ଲା ଜଦ୍ରାନ, ମହମ୍ମଦ ନବି, ନବୀନ ଉଲ୍‌ ହକ୍‌, ଗୁଲବଦିନ୍‌ ନଇବ, ଫଜଲହକ୍‌ ଫାରୁକି, ମୁଜିବ ଉର ରହମାନ, ହଜରାତୁଲ୍ଲା ଜଜାଇ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button