ମନୋରଞ୍ଜନ

କାହାଣୀ ନଥାଇ ୧୦୦୦ଅଧ୍ୟାୟ କରନ୍ତି; ଏଭଳି କହି ଭାରତୀୟ ଧାରାବାହିକକୁ ଟ୍ରୋଲ କଲେ ପାକ୍ ଅଭିନେତା ଫୱାଦ୍ – Kalinga News

[ad_1]

ମୁମ୍ବାଇ: ପାକିସ୍ତାନୀ ଅଭିନେତା ଫୱାଦ ଖାନ ଜଣେ ଜଣାଶୁଣା ଅଭିନେତା। କେବଳ ପାକିସ୍ତାନ ନୁହେଁ ଭାରତରେ ମଧ୍ୟ ଫୱାଦଙ୍କୁ ବହୁତ ପସନ୍ଦ କରାଯାଏ। ଉଭୟ ଦେଶରେ ତାଙ୍କର ପ୍ରଶଂସକ ଅଛନ୍ତି। ଫୱାଦ ବଲିଉଡରେ ମଧ୍ୟ ବହୁତ କାମ କରିଛନ୍ତି। ଫୱାଦଙ୍କ ଫିଲ୍ମ ବ୍ୟତୀତ ତାଙ୍କର ପାକିସ୍ତାନୀ ଧାରାବାହିକକୁ ମଧ୍ୟ ଭାରତରେ ବହୁତ ପସନ୍ଦ କରାଯାଏ। ବର୍ତ୍ତମାନ ଫୱାଦ ଖାନ ଭାରତ ବନାମ ପାକିସ୍ତାନୀ ଧାରାବାହିକକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ଅଭିନେତା ଦୁଇ ଦେଶର ଧାରାବାହିକ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଜଣାଇଛନ୍ତି।

ସାକ୍ଷାତକାରରେ ପାକିସ୍ତାନୀ ଧାରାବାହିକ ଭାରତରେ ଏତେ ଲୋକପ୍ରିୟ କାହିଁକି ବୋଲି ପ୍ରଶ୍ନ କରାଯିବା ପରେ ଫୱାଦ୍ କହିଥିଲେ ଯେ, ଭାରତରେ ଧାରାବାହିକ ବହୁତ ଲମ୍ବା ସମୟ ପାଇଁ ଚା‌ଲେ। ଆମେ ଯେଉଁଠି ୨୬-୩୦ଟି ଅଧ୍ୟାୟ ମଧ୍ୟରେ ଧାରାବାହିକ ଶେଷ କରୁ ସେମାନେ ସେଠାରେ ୧୦୦୦ଅଧ୍ୟାୟ କରନ୍ତି। କାହାଣୀ କିଛି ନଥାଇ ମଧ୍ୟ ସେମାନେ ଧାରାବାହିକକୁ ବହୁତ ଦିନ ଧରି ଚଲାନ୍ତି। ଏଥିପାଇଁ ଭାରତୀୟମାନେ ବେଶୀ ଦିନ ଧରି ସେସବୁ ଧାରାବାହିକ ଦେଖିପାରନ୍ତି ନାହିଁ। ପାକିସ୍ତାନରେ ସେଭଳି ଧାରାବାହିକ ନିର୍ମାଣ କରାଯାଏନାହିଁ। ଆମେ ଏଠାରେ କମ ଏପିସୋଡର ଧାରାବାହିକ ନିର୍ମାଣ କରୁ, ଯାହା ଲୋକପ୍ରିୟ ହୁଏ। ଭାରତ ଓ ପାକିସ୍ତାନର ଧାରାବାହିକ ମଧ୍ୟରେ କେବଳ ଏହି ଗୋଟାଏ ପାର୍ଥକ୍ୟ ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button