ମନୋରଞ୍ଜନ

ତୁମ ମା’ ବି ତୁମ ବାପାଙ୍କୁ ଗୋଇଠା ମାରୁଥିଲେ କି? ଶାଶୁଙ୍କଠାରୁ ଏହା ଶୁଣି ରାଗିଗଲେ ଅଙ୍କିତା – Kalinga News

[ad_1]

ମୁମ୍ବାଇ: ବିଗ୍ ବସ୍ ୧୭ ପ୍ରଥମ ସପ୍ତାହରୁ ହିଁ ଚର୍ଚ୍ଚା‌କୁ ଆସିଥିଲା। ସୋ’ ଆରମ୍ଭରୁ ଘରଲୋକଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖିବାକୁ ମିଳିଥିଲା। ଏଥର ଟିଭି ସେଲିବ୍ରିଟିମାନଙ୍କ ସହିତ କଣ୍ଟେଣ୍ଟ କ୍ରିଏଟରମାନେ ମଧ୍ୟ ସୋ’ରେ ପ୍ରବେଶ କରିଛନ୍ତି। ପ୍ରଥମ ସପ୍ତାହରୁ ହିଁ ଲୋକପ୍ରିୟ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ତାଙ୍କ ସ୍ବାମୀ ବିକି ଜୈନଙ୍କ ସହ ଅନେକ ଥର ଝଗଡ଼ା ହୋଇଥିବା ଦର୍ଶକ ଦେଖିଛନ୍ତି। ଅଙ୍କିତା ସବୁଠୁ ଅଧିକ ପାରିଶ୍ରମିକ ନେଇଥିବା ପ୍ରତିଯୋଗୀ ହୋଇଥିବା ବେଳେ ବିଗ୍ ବସ୍ ପାଇଁ ତାଙ୍କର ଅବଦାନ ସେତେ‌ଟା ଦେଖିବାକୁ ମିଳିନାହିଁ। ଅନେକ ସମୟରେ ସେ ନିଜ ସ୍ବାମୀଙ୍କ ସହ ହିଁ ଝଗଡ଼ା କରୁଥିବାର ନଜର ଆସିଛନ୍ତି। ସୋ’ ଶେଷ ହେବାକୁ ଥିବା ବେଳେ ପ୍ରତିଦିନ ବିକି-ଅଙ୍କିତାଙ୍କ ଝଗଡ଼ା ଦେଖିବାକୁ ମିଳିଛି।

‌ଏବେ ଉଭୟଙ୍କ ମା’ ଘର ଭିତରକୁ ଆସି ସେମାନଙ୍କୁ ବୁଝାଇଥିବା ଜଣାପଡ଼ିିଛି। ସୋ’ର ପ୍ରେ‌ାମ‌ୋରେ ଏହା ଦେଖିବାକୁ ମିଳିଛି। ଅଙ୍କିତାଙ୍କ ମା’ ଅଙ୍କିତାଙ୍କୁ ଭଲ ଶବ୍ଦ ବ୍ୟବହାର କରିବାକୁ କହୁଥିବା ବେଳେ ବିକିଙ୍କ ମା’ ତାଙ୍କୁ ତାଗିଦ୍ କରୁଛନ୍ତି। ଭାଇରାଲ ହେଉଥିବା ପ୍ରେ‌ାମ‌ୋରେ ବିକିଙ୍କ ମା’ଙ୍କ କହୁଛନ୍ତି, ଯେତେବେଳେ ତୁମେ ବିକିଙ୍କୁ ଗୋଇଠା ମାରିଥିଲ, ସେତେବେଳେ ତୁମ ଶଶୁର ତୁମ ମା’ଙ୍କୁ ଫୋନ କରି ପଚାରିଥିଲେ, ତୁମେ ବି ତୁମ ସ୍ବାମୀଙ୍କୁ ଏଭଳି ଗୋଇଠା ମାରୁଥିଲ କି? ଏହା ଶୁଣି ଅଙ୍କିତା ବିରକ୍ତି ପ୍ରକାଶ କରିବା ସହ ମା’ଙ୍କୁ ଫୋନ କରି ଏସବୁ କହିବାର ଆବଶ୍ୟକତା କ’ଣ ଥିଲା ବୋଲି କହୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button