ନିଜକୁ ପିଏମଓ ଅଫିସର ପରିଚୟ ଦେଇଥିବା ଗୁଜରାଟ ଠକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ – Kalinga News

[ad_1]
ନୂଆଦିଲ୍ଲୀ: ନିଜକୁ ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ) ଅଫିସର ଭାବେ ପରିଚୟ ଦେଇ ଇନ୍ଦୋରର ଏକ ହସ୍ପିଟାଲ ଦ୍ୱାରା ବକେୟା ୧୬ କୋଟିରୁ ଅଧିକ ଟଙ୍କା ଜବତ କରିବାକୁ ଏକ ଚକ୍ଷୁ ଚିକିତ୍ସାଳୟ ଚେନ୍କୁ ବାଧ୍ୟ କରିବା ଅଭିଯୋଗରେ ଅହମ୍ମଦାବାଦର ମୟଙ୍କ ତିଓ୍ଵାରୀ ନାମକ ଜଣେ ଠକ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚାର୍ଜସିଟ୍ ଦାଖଲ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ପାଖାପାଖି ୩ ମାସର ତଦନ୍ତ ପରେ ସିବିଆଇ ଏହି ମାମଲାରେ ସିବିଆଇ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ଗତ ଅକ୍ଟୋବର ମାସରେ ଏଜେନ୍ସି ଅହମ୍ମଦାବାଦ ଓ ଇନ୍ଦୋର ସମେତ ଅନେକ ସ୍ଥାନରେ ଚଢ଼ାଉ କରି ଅନେକ କାଗଜପତ୍ର ଜବତ କରିଥିଲା।
ଚାର୍ଜସିଟ୍ ଅନୁଯାୟୀ ତିୱାରୀ ତାଙ୍କ ମୋବାଇଲ୍ ଫୋନ୍ରୁ ଫୋନ୍ କରି ନିଜକୁ ପିଏମଓ ଅଫିସର ଭାବେ ପରିଚୟ ଦେଇ ଇନ୍ଦୋରର ଡାକ୍ତରଖାନା ସହ ଚାଲିଥିବା ଏକ ବିବାଦର ସମାଧାନ କରିବାକୁ ଅଗ୍ରଓ୍ଵାଲଙ୍କ ଚକ୍ଷୁ ଚିକିତ୍ସାଳୟର ପ୍ରମୋଟରମାନଙ୍କୁ କହିଥିଲେ। ଫଳରେ ଡାକ୍ତରଖାନା ଚେନ୍କୁ ୧୬ କୋଟି ଟଙ୍କା ଫେରାଇବାକୁ ପଡ଼ିଥିଲା।
ହେଲେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବବିଷୟରେ ଜାଣିବା ପରେ ତୁରନ୍ତ ସିବିଆଇକୁ ପିଏମ୍ଓର ଜଣେ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗର ତଦନ୍ତ କରିବାକୁ କହିଥିଲେ।
ପିଏମଓ ପକ୍ଷରୁ ସିବିଆଇକୁ ଦିଆଯାଇଥିବା ଅଭିଯୋଗରେ କୁହାଯାଇଛି ଯେ ପ୍ରାଥମିକ ଦୃଷ୍ଟିରୁ ଏହା ପିଏମଓ ଅଧିକାରୀଙ୍କ ପରିଚୟ ଦେବା ଏବଂ ପିଏମଓର ନାମର ଅପବ୍ୟବହାର ମାମଲା, କାରଣ ଏହି କାର୍ଯ୍ୟାଳୟରେ ଏହି ବ୍ୟକ୍ତି କିମ୍ବା ପଦବୀ ନାହିଁ।
[ad_2]