ଖେଳ ଖବର

ସିଲି ପଏଣ୍ଟ୍‌: ଧୋତି, କୁର୍ତାରେ କ୍ରିକେଟ୍‌; ସଂସ୍କୃତରେ ଧାରାବିବରଣୀ – Kalinga News

[ad_1]

ବେଦ ପାଠ କରୁଥିବା ପଣ୍ଡିତମାନେ ପାରମ୍ପରିକ ଧୋତି-କୁର୍ତା ପରିଧାନ କରି ପଡ଼ିଆରେ ମ୍ୟାଚ୍‌ ଖେଳିବା ଏବଂ ସଂସ୍କୃତ ଭାଷାରେ ଧାରା ବିବରଣୀ ଦେବା ଅଜବ ଲାଗୁଛି। କିନ୍ତୁ ଏହା ସତ ଘଟଣା। ଭୋପାଳରେ ହେଉଥିବା ଏକ ବାର୍ଷିକ କ୍ରିକେଟ୍‌ ପ୍ରତିଯୋଗିତାର ଏହା ପ୍ରମୁଖ ବିଶେଷତା। ସଂସ୍କୃତ ଭାଷାର ପ୍ରଚାର ପ୍ରସାର କରାଯିବା ଉଦ୍ଦେଶ୍ୟରେ ମହର୍ଷି ମହେଶ ଯୋଗୀଙ୍କ ଜୟନ୍ତୀ ଅବସରରେ ଏହି କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜନ ହେଉଛି। ବିଜେତା ଦଳକୁ ୨୧ହଜାର ଟଙ୍କା ସହ ଅଯୋଧ୍ୟାର ରାମ ମନ୍ଦିର ବୁଲାଇ ନେବା ପୁରସ୍କାର ରହିଛି। ୪ଦିନିଆ ଏହି ପ୍ରତିଯୋଗିତା ଭୋପାଳର ଅଙ୍କୁର ପଡ଼ିଆରେ ଖେଳାଯାଉଛି। ପଡ଼ିଆରେ ଥିବା ପ୍ରତ୍ୟେକ ଖେଳାଳି ଓ ଅମ୍ପାୟାର ପରସ୍ପର ସହିତ ସଂସ୍କୃତ ଭାଷାରେ ବାର୍ତ୍ତାଳାପ କରୁଥିବା ଦେଖାଯାଇଛି। ଏପରିକି ଭାଷ୍ୟକାରମାନେ ସଂସ୍କୃତ ଭାଷାରେ ଧାରା ବିବରଣୀ ପ୍ରଦାନ କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button