ମନୋରଞ୍ଜନ

ଏବେ ଭଲ ସିନେମା କରିବାର ‘ପାବାର’ ଅଛି, ମୁଁ କରିବି – ବାବୁଶାନ୍ ମହାନ୍ତି – Kalinga News

[ad_1]

ସୋମନାଥ ପରିଡ଼ା
 ରଜରେ ଆପଣଙ୍କର ନୂଆ ଫିଲ୍ମ ‘ପାବାର’ ରିଲିଜ୍‌ ହୋଇଛି। କୁହାଯାଉଛି ‘ପାବାର’ ପାଇଁ ବାବୁଶାନ୍‌ ଏବେ ପାବାରଫୁଲ୍‌…
ହା… ହା…। ଓଡ଼ିଶାବାସୀଙ୍କ ଭଲପାଇବା ପାଇଁ ମୁଁ ବହୁତ ଖୁସି। ‘ପାବାର’କୁ ଅଜସ୍ର ଭଲପାଇବା ମିଳୁଛି, ୟା’ଠାରୁ ଆଉ ବଡ଼ ଖୁସିର କଥା କ’ଣ ହୋଇପାରେ!
 ନିଜ ପ୍ରଡକ୍ସନର ଏ ଫିଲ୍ମ। କ’ଣ ଅନୁଭୂତି ହେଲା?
ମୋ’ ନିଜ ବାବୁସାନ୍‌ ଫିଲ୍ମ ପ୍ରଡକ୍ସନ ହାଉସ୍‌ ବ୍ୟାନରରେ ପୂର୍ବରୁ କମେଡି ଫିଲ୍ମ କରିଛି। କିନ୍ତୁ ଗୋଟେ ପଲିଟିକାଲ୍‌ ଡ୍ରାମା କରିବାର ବହୁତ ଇଚ୍ଛା ଥିଲା। ପ୍ରଥମେ ନିର୍ଦ୍ଦେଶକ ଅଶୋକ ପତିଙ୍କ ସହ କଥାହେଲି। ଅଶୋକ ଦାଦା, ଅମିତ ଓ ପ୍ରଣବଙ୍କ ସହ ବସି ବହୁତ ସମୟ ଆଲୋଚନା କରିଥିଲି। ଏକ ନୂଆ କାହାଣୀ, ସାମାଜିକ ବାର୍ତ୍ତା ଥିବା ବ୍ୟବସାୟିକ ସିନେମା କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ। ୭ ମାସ କେବଳ କାହାଣୀ ଲେଖା ହୋଇଥିଲା। ଏହାର ଅଧିକାଂଶ ସୁଟିଂ ଫୁଲବାଣୀ ଜିଲ୍ଲାର ଗୁମାଗଡ଼ରେ ହୋଇଛି। ସେଠିକାର ଲୋକେ ବହୁତ ସହଯୋଗେ କରିଥିଲେ। ଆମେ ସେଠାର କିଛି ମଞ୍ଚ କଳାକାର ଓ ସାଧାରଣ ଲୋକଙ୍କୁ ଫିଲ୍ମରେ ନେଇଛୁ।
 ହିନ୍ଦୀ ଫିଲ୍ମ ଅପେକ୍ଷା ଓଡ଼ିଆ ଫିଲ୍ମକୁ କମ୍‌ ସ୍କ୍ରିନ୍‌ ମିଳୁଥିବା ଦେଖିବାକୁ ମିଳୁଛି…
‘ପାବାର’ର ପ୍ରଥମ ଦିନ ୧୩ଟି ସୋ’ ଲାଗିଥିଲା। ଏହାପରେ ୧୫, ଏବେ ପ୍ରତିଦିନ ୨୨ଟି ସୋ’ ଚାଲୁଛି। ମୁଁ ଡିଷ୍ଟ୍ରିବ୍ୟୁଟରଙ୍କୁ ଦୋଷ ଦେବିନି। ପ୍ରଥମେ ଆମକୁ ସିନେମା ଭଲ କରିବାକୁ ପଡ଼ିବ। ତା’ପରେ ଯାଇ ସବୁ ସମାଧାନ ହେବ। ଲୋକେ ସିନେମା ‌ନଦେଖିଲେ ହଲ୍‌ ମାଲିକ କାହିଁକି ପକାଇବେ? ହଲ୍‌ ମାଲିକ ଓ ତାଙ୍କର କର୍ମଚାରୀ ବଞ୍ଚିବେ କେମିତି? ପ୍ରଥମେ ମୋ’ ହାତରେ ଭଲ ଅଭିନୟ କରିବାର ପାବାର ଥିଲା, ଏବେ ଭଲ ସିନେମା କରିବାର ପାବାର ଅଛି। ମୁଁ ଏବେ ଭଲ ସିନେମା ହିଁ କରିବି।
 ‘ପାବାର’ର ବଜେଟ୍‌ କେତେ ଥିଲା? ଟଙ୍କା ଉଠି ଗଲାଣି…?
କେତେ ଖର୍ଚ୍ଚ ହୋଇଛି ତ କହି ପାରିବିନି। କିନ୍ତୁ ଏତିକି କହିବି, ମୁଁ ଜଣେ ଦକ୍ଷ ପ୍ରଯୋଜକ। ସିନେମା ଯେତିକି ଚାହୁଛି, ସେତିକି ଖର୍ଚ୍ଚ କରେ। କମ୍‌ କିମ୍ବା ବେଶି ଖର୍ଚ୍ଚ କରେନାହିଁ। ବୁଝି ବିଚାରି ନିଜକୁ ସୁରକ୍ଷିତ ପାର୍ଶ୍ବରେ ରଖି ଖର୍ଚ୍ଚ କରେ। ଈଶ୍ବରଙ୍କ ଆଶୀର୍ବାଦ ଓ ଓଡ଼ିଶା ଲୋକଙ୍କ ଭଲପାଇବା ଯୋଗୁ ପ୍ରଥମ ସପ୍ତାହରେ ହିଁ ମୂଳଟଙ୍କା ଉଠି ଯାଇଛି। ସେଥିପାଇଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି।
 ଆଗକୁ କ’ଣ ନୂଆ ଯୋଜନା ରହିଛି?
ଜଣେ ଓଡ଼ିଆ ଭାବରେ ଓଡ଼ିଶା ଲୋକେ ଦେଖିବାକୁ ଚାହୁଥିବା ମୌଳିକ କାହାଣୀକୁ ନେଇ ଭଲ ସିନେମା କରିବି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button