ଅପରାଧ

ଚାକିରି ଦେବା ଆଳରେ ୪୦ ଲକ୍ଷ ଠକେଇ: କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ଏତଲା – Kalinga News

[ad_1]

ଗରଦପୁର: ବେକାର ଯୁବକଯୁବତୀଙ୍କୁ ଚାକିରି ଦେବା ଆଳରେ ଏକ ଜାଲ୍‌ କମ୍ପାନି ୪୦ ଲକ୍ଷ ଟଙ୍କା ଠକି ନେଇଛି। ଏ ନେଇ କ୍ରାଇମବ୍ରା଼ଞ୍ଚ ଅର୍ଥନୈତିକ ଶାଖାରେ ଠକେଇର ଶିକାର ହୋଇଥିବା ଯୁବକ ସ୍ବରୂପ କୁମାର ରାଉତ ଅଭିଯୋଗ କରିଛନ୍ତି। ଟାଟା ପାୱାର କମ୍ପାନିରେ ମିଟର ରିଡର୍‌ ଓ ସର୍ଭେୟର ଚାକିରି କରାଇ ଦେବାକୁ କହି ଭୁବନେଶ୍ବରସ୍ଥିତ ଚନ୍ଦ୍ରଶେଖରପୁର ଅଂଚଳର ଏକ କମ୍ପାନି ୪୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। କମ୍ପାନିର ପ୍ରକଳ୍ପ ପରିଚାଳକ ଏକାଧିକ ଯୁବକଯୁବତୀମାନଙ୍କୁ ଅଫର୍‌ଲେଟର୍‌ ଦେବା ସହ ଗରଦପୁର ବ୍ଲକ୍ ଭଗବାନପୁରଠାରେ ଏକ ତାଲିମ ଶିବିର ବି ଆୟୋଜନ କରିଥିଲେ। ଏହି ଶିବିରରେ ୪୦ରୁ ଅଧିକ ଯୁବକଯୁବତୀ ବିଭିନ୍ନ ସ୍ଥାନରୁ ଆସି ତାଲିମ ନେଇଥିଲେ।

ପ୍ରତି ମାସରେ ୭ ହଜାର ଟଙ୍କା ଦରମା ଓ ଅନ୍ୟାନ୍ୟ ଭତ୍ତା ବାବଦକୁ ୫ ହଜାର ଟଙ୍କା, ଏହିପରି ମାସିକ ମୋଟ୍ ୧୨ ହଜାର ଟଙ୍କା ପ୍ରଦାନ କରିବା ପାଇଁ ଲିଖିତ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ଏତଦ୍‌ବ୍ୟତୀତ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ ଯୁବକଯୁବତୀମାନେ ନିଯୁକ୍ତିପତ୍ର ନେଇ ଟାଟା ପାୱାର କମ୍ପାନି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେମାନଙ୍କୁ ଅଫର୍‌ଲେଟର୍‌ ଦେଇଥିବା ଭୁବନେଶ୍ବରର ଉକ୍ତ କମ୍ପାନି ଜାଲ୍‌ ବୋଲି ଜଣାପଡ଼ିଥିଲା। ଏହି ଜାଲ କମ୍ପାନି ବିରୋଧରେ ଅଭିଯୋଗ ଉଠିବାରୁ ଭଗବାନପୁରଠାରେ ଚାଲିଥିବା ତାଲିମ ଶିବିର ବି ଉଭାନ ହୋଇ ଯାଇଥିଲା। ଚାକିରି ଆଶାୟୀ ଯୁବକଯୁବତୀମାନେ ଦେଇଥିବା ଟଙ୍କା ଫେରି ପାଇବା ପାଇଁ କମ୍ପାନିର ପରିଚାଳକଙ୍କୁ ବାରମ୍ବାର ଯୋଗାଯୋଗ କରି ନିରାଶ ହୋଇଥିଲେ। ପରେ ଏ ନେଇ କ୍ରାଇମବ୍ରାଂଚ ଅର୍ଥନୈତିକ ଶାଖାରେ ଅଭିଯୋଗ କରାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button