୨୦୨୩ରେ ରିଲିଜ୍ ହୋଇଥିବା ୮୦ଟି ଫିଲ୍ମ ଯାହା ନକରିପାରିଲା ତାହା କରିଦେଖାଇଲା ଶାହରୁଖଙ୍କ ୩ଟି ଫିଲ୍ମ – Kalinga News

[ad_1]
ମୁମ୍ବାଇ: ଡିସେମ୍ବରରେ ରିଲିଜ୍ ହୋଇଥିବା କିଙ୍ଗ ଶାହରୁଖ ଖାନଙ୍କ ଫିଲ୍ମ ‘ଡଙ୍କି’ ଭାରତରେ ୨୦୦କୋଟି ଟଙ୍କା ଏବଂ ସାରା ବିଶ୍ୱରେ ୪୦୦କୋଟି ଟଙ୍କା ଆୟ କରିଛି। ନିର୍ଦ୍ଦେଶକ ରାଜ କୁମାର ହିରାନୀଙ୍କ ସହ ପ୍ରଥମ କରି ଶାହରୁଖ କାମ କରିଥିବା ବେଳେ ଦୁହିଁଙ୍କ ଯୋଡି କମାଲ କରିଛି। ‘ସାଲାର’ ଭଳି ଫିଲ୍ମକୁ ଟକ୍କର ଦେଇ ୪୦୦କୋଟି ଆୟ କରିବା ସହଜ ନଥିଲେ ବି ଶାହରୁଖ ଏହାକୁ ସଫଳ କରିଛନ୍ତି। ଯଦି ଆମେ ୨୦୨୩କୁ ଦେଖିବା ତେବେ ଶାହରୁଖଙ୍କ ୩ଟି ବ୍ଲକବଷ୍ଟର ଫିଲ୍ମ ୨୦୨୩ରେ ରିଲିଜ୍ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ବର୍ଷ ବ୍ୟବଧାନ ପରେ ଶାହରୁଖ ପରଦାକୁ ଫେରିଥିବା ବେଳେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଏବେ କୁହାଯାଉଛି ଯେ, ୨୦୨୩ରେ ରିଲିଜ୍ ହୋଇଥିବା ୮୦ରୁ ଅଧିକ ଫିଲ୍ମ ଯେତିକି ଆୟ କରିପାରିଲେ ନାହିଁ, ତା’ଠାରୁ ଅଧିକ ଆୟ କରିଥିଲା ଶାହରୁଖଙ୍କ ୩ଟି ଫିଲ୍ମ। ୨୦୨୩ରେ ରିଲିଜ୍ ହୋଇଥିବା ବଲିଉଡ ଫିଲ୍ମ ମୋଟ ୪,୪୦୦କୋଟି ଟଙ୍କା ଆୟ କରିଥିବା ବେଳେ ସେ ମଧ୍ୟରୁ କେବଳ ଶାହରୁଖଙ୍କ ୩ଟି ଫିଲ୍ମ ୨୬୦୦କୋଟି ଟଙ୍କା ଆୟ କରିଛି।
ରିଲିଜ୍ ପରେ ‘ପଠାନ’ ୧୦୫୦.୩୦କୋଟି ଟଙ୍କା ରୋଜଗାର କରିଥିବାବେଳେ ‘ଜବାନ’ ସାରା ବିଶ୍ୱରେ୧୧୪୮.୩୨କୋଟି ଟଙ୍କା ସଂଗ୍ରହ କରିଥିଲା। ବର୍ତ୍ତମାନ ‘ଡଙ୍କି’ ସାରା ବିଶ୍ୱରେ ୪୦୦କୋଟି ଟଙ୍କା ଆୟ କରି ସାରିଥିବା ବେଳେ ଆଗକୁ ଏହାର ଆୟ ବଢ଼ିବ ବୋଲି ଆଶା କରାଯାଉଛି।
[ad_2]




