ଏହି କାରଣ ପାଇଁ ରହିବାକୁ ସୁଶାନ୍ତଙ୍କ ଘର ବାଛିଲେ ଅଦା ଶର୍ମା – Kalinga News

[ad_1]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅଦା ଶର୍ମା ତାଙ୍କ ଚଳଚ୍ଚିତ୍ର ତଥା ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିଛି ମାସ ପୂର୍ବରୁ ଖବର ଆସିଥିଲା ଯେ ଅଦା, ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟକୁ କିଣିବେ। ହେଲେ ଅଦା ଏହି ଚର୍ଚ୍ଚା ଉପରେ ବିରାମ ଲଗାଇ କହିଥିଲେ ଯେ, ଏବେ ଯୋଜନା ନାହିଁ । ଯେବେ ହେବ ମୁଁ ଗଣମାଧ୍ୟମକୁ ଜଣାଇବି। ଏବେ ଖବର ମିଳିଛି ଯେ ଅଦା ଚାରି ମାସ ପୂର୍ବରୁ ସୁଶାନ୍ତଙ୍କ ଫ୍ଲାଟରେ ରହିବା ଆରମ୍ଭ କଲେଣି। ଅଦା ନିଜେ ଏହି ଖବରକୁ ନିଶ୍ଚିତ କରିଛନ୍ତି। ତେବେ ଏହା ମଧ୍ୟ ସୂଚନା ମିଳିଛି ଯେ, ୩ବର୍ଷ ପାଇଁ ସେ ଏହି ଘରକୁ ଲିଜରେ ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣମାଧ୍ୟମ ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଅଦା ତାଙ୍କ ନିଷ୍ପତ୍ତି ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, “ମୁଁ ଚାରିମାସ ପୂର୍ବରୁ ଫ୍ଲାଟରେ ରହିବା ଆରମ୍ଭ କଲାଣି। କିନ୍ତୁ ମୁଁ ବସ୍ତର ଏବଂ ଦି କେରଳ ଷ୍ଟୋରୀର ଓଟିଟି ରିଲିଜ୍ ଏବଂ ମୋର ଅନେକ ପ୍ରୋଜେକ୍ଟର ପ୍ରଚାରରେ ବ୍ୟସ୍ତ ଥିବାରୁ ଜଣାଇପାରିନଥିଲି। ଫିଲ୍ମର ପ୍ରଚାର ପରେ ମୁଁ ମଥୁରାର ହାତୀ ଅଭୟାରଣ୍ୟରେ କିଛି ସମୟ ବିତାଇଥିଲି। ଏବେ ମୁଁ କିଛି ସମୟ ନିଜ ପାଇଁ କାଢ଼ି ଫ୍ଲାଟକୁ ଆସିଛି।”
ସେ ଆହୁରି କହିଛନ୍ତି ଯେ, ‘ମୁଁ ସାରା ଜୀବନ ପାଲି ହିଲରେ ଗୋଟିଏ ଘରେ ରହିଆସିଛି। ପ୍ରଥମ ଥର ପାଇଁ ମୁଁ ସେଠାରୁ ବାହାରି ଅନ୍ୟ ଏକ ଘରେ ରହିବାକୁ ଆସିଛି। ଏହି ଘର ମୋତେ ସକରାତ୍ମକ ଅନୁଭବ ଦେଇଥିବାରୁ ମୁଁ ଏଠାକୁ ରହିବାକୁ ଆସିଲି। ମୋ ସହିତ ମୋ ମା’ ଓ ଜେଜେ ମା’ ରହୁଛନ୍ତି।’
[ad_2]




