ରାତିରେ ନୂଆ ବର୍ଷ ପାର୍ଟି; ସକାଳୁ ମିିଳିଲା ଯୁବତୀଙ୍କ ମୃତଦେହ – Kalinga News
[ad_1]
ଦୁମ୍କା: ଝାରଖଣ୍ଡର ଦୁମ୍କା ଅଞ୍ଚଳରେ ନୂଆ ବର୍ଷ ପାର୍ଟି ଉତ୍ସବ ପାଳନ ପରେ ଜଣଙ୍କ ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଁଚି ଛାନଭିନ୍ ଜାରି ରଖିଛି। ମାମଲାରେ ମହିଳାଙ୍କ ପୁରୁଷ ବନ୍ଧୁଙ୍କ ଉପରେ ହତ୍ୟାର ଆରୋପ ଲଗାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଦୁମକାର କାଠିକୁଣ୍ଡ ଅଞ୍ଚଳର ୩୩ ବର୍ଷୀୟ ଛାତ୍ରୀ ସେହି ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ଜାନୁଆରି ପହିଲା ରାତିରେ ସେ ନିଜ ଘରେ ନୂଆ ବର୍ଷ ପାଳନ କରୁଥିଲେ। ହେଲେ ପରବର୍ତ୍ତୀ ଦିନ ତାଙ୍କ ଘର ଖଟ ତଳୁ ଯୁବତୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଛାତ୍ରୀଙ୍କ ସାଙ୍ଗ ତାଙ୍କୁ ଏଭଳି ପଡ଼ିଥିବାର ଦେଖି ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ପ୍ରଶ୍ନ କରିଥିଲେ। ମୃତ ଯୁବତୀଙ୍କ ପୁରୁଷ ବନ୍ଧୁ ଜଣକ ରାତିରେ ଅତ୍ୟଧିକ ମଦ୍ୟପାନ କରିଥିବାରୁ ବେହୋସ୍ ହୋଇ ଯାଇଛନ୍ତି ବୋଲି ଯୁବତୀଙ୍କ ବନ୍ଧୁଙ୍କୁ ଉତ୍ତର ଦେଇଥିଲେ। ଏପରି କହି ସେ ସେହି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ।
ତା’ପରେ ଯୁବତୀଙ୍କ ବନ୍ଧୁ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ସେ ଆଉନଥିଲେ। ସେ ତୁରନ୍ତ ଏ ସଂପର୍କରେ ପୁଲିସ୍କୁ ଜଣାଇଥିଲେ। ପୁଲିସ୍ ଆସିବା ପରେ ଯାଇ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି।
ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ନୂଆ ବର୍ଷ ପାର୍ଟି କରିବାକୁ ଯୁବତୀଙ୍କ ପ୍ରେମିକ ତାଙ୍କ ଘରକୁ ଆସିଥିଲେ। ଏହା ପୁର୍ବରୁ ଛାତ୍ରୀଜଣଙ୍କ ଅନ୍ୟ ଦୁଇ ଯୁବକଙ୍କ ସହ ମିଶି ପାର୍ଟି କରୁଥିଲେ। ତାଙ୍କ ପ୍ରେମିକ ପହଞ୍ଚିବା ପରେ ଅନ୍ୟ ୨ ପିଲା ସେହି ଜାଗା ଛାଡ଼ି ପଳାଇ ଯାଇଥିଲେ। ଯାହାକୁ ନେଇ ଦୁହିଁଙ୍କ ଭିତରେ ଜୋରଦାର ଝଗଡା ହୋଇଥିଲା ଏହାପରେ ସକାଳ ସମୟରେ ଛାତ୍ରୀଙ୍କ ମୃତଦେହ ଘରୁ ମିଳିଥିଲା
[ad_2]