ଅପରାଧ

ବନ୍ଧୁକ ଧରି ଥାନାରେ ଆତ୍ମସମର୍ପଣ କରିଥିବା ମହିଳା କହିଲେ, ‘ଘରେ ସ୍ବାମୀଙ୍କ ମୃତଦେହ ପଡ଼ିଛି ଉଠାଇ ଆଣ’ – Kalinga News

[ad_1]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୈନରେ ଜମିବାଡ଼ି ବିବାଦକୁ ନେଇ ଜ‌ଣେ ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ସହିତ ଦେଢ଼ଶୁରଙ୍କୁ ଗୁରୁତର ଆହତ କରିଥିବ‌ାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଉଜ୍ଜୈନ ଜିଲ୍ଲା ମୁଖ୍ୟାଳୟ ଠାରୁ ପାଖାପାଖି ୨୫କିମି ଦୂର ଇନଗୋରିଆ ଗ୍ରାମରେ ରା‌ଧେଶ୍ୟାମ ଓ ତାଙ୍କ ଭାଇ ଦିନେଶ ବସବାସ କରନ୍ତି। ପ‌ାରିବାରିକ କଳହକୁ କେନ୍ଦ୍ର କରି ରାଧେଶ୍ୟାମଙ୍କ ସ୍ତ୍ରୀ ସବିତା ସ୍ବାମୀଙ୍କୁ ହତ୍ୟା କରି ଦେଢ଼ଶୁରଙ୍କୁ ଗୁରୁତର ଆହତ କରି ବନ୍ଧୁକ ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଆଉ କହିଥିଲେ, ‘ଘରେ ସ୍ବାମୀଙ୍କ ମୃତଦେହ ପଡ଼ିଛି ଉଠାଇ ଆଣ’।

ଆତ୍ମସମର୍ପଣ କରି ସବିତା ପୁଲିସ ନିକଟରେ କହିଥିଲେ,‘ଜାତୀୟ ରାଜପଥ ନିକଟରେ ୫କୋଟି ଟଙ୍କାର ଜମିକୁ ଦେଢ଼ଶୁର ହାତେଇ ନେବାକୁ ଉଦ୍ୟମ କରୁଥିଲେ। ସ୍ବାମୀ ଚିନ୍ତାରେ ରହିରହି ସବୁବେଳେ ମଦ ପିଉଥିଲେ। ଦେଢ଼ଶୁର ବି ଚାହୁଁଥିଲେ କି ମୋ ସ୍ବାମୀ ମଦନିଶାରେ ରୁହନ୍ତୁ ଜମିବାଡ଼ି ମ‌ାମଲାରେ ନପଡ଼ନ୍ତୁ। ତେଣୁ ସବୁବେଳେ ମୋ ସ୍ବାମୀଙ୍କୁ ମୋତେ ଘରୁ ବ‌ାହାର କରିବାକୁ ଉସୁକାଉଥିଲେ।

ସୋମବାର ଅର୍ଥାତ ନୂଆବର୍ଷ ଦିନ କିଛି କଥାକୁ ନେଇ ସ୍ବାମୀ ମୋତେ ଗାଳିଗୁଲଜ କରିଥିଲେ। ଏଥିରେ ମୁଁ ରାଗି ଯାଇ ପ୍ରଥମେ ଦେଢ଼ଶୁର ତା’ପରେ ସ୍ବାମୀଙ୍କ ଉପରୁ ଗୁଳି କରିଥିଲି। ଏହି ଗୁଳିମାଡ଼ରେ ସ୍ବାମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଦେଢ଼ଶୁର ଗୁରୁତର ଆହତ ହୋଇଥିଲେ। ଏଥିପାଇଁ ମୋର ପଶ୍ଚତାପ ନାହିଁ। କାରଣ ମୋ ପୁଅ ଓ ଝିଅଙ୍କ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ପାଇଁ ମୁଁ ଯାହା କରିଛି ଠିକ କରିଛି।’

ପୁଲିସ ସବିତାଙ୍କ ଠାରୁ ବନ୍ଧୁକ ଜବତ କରି ଏହି ହତ୍ୟା ଘଟଣାର ଯାଞ୍ଚ କରୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button