ମନୋରଞ୍ଜନ

ନିମନ୍ତ୍ରଣ ପାଇ ବେଶ୍‌ ଖୁସି ଦୀପିକା: ଏହି କାରଣରୁ ପ୍ରକାଶ କଲେ ନିଜର ଦୁଃଖ – Kalinga News

[ad_1]

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ’ରେ ସୀତା ମାଆଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖିଲିଆଙ୍କୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ ମିଳିଛି। ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ନିମନ୍ତ୍ରଣ ମିଳିଥିବାରୁ ବେଶ୍‌ ଖୁସି ଅଛନ୍ତି ଦୀପିକା।

୩୭ ବର୍ଷ ପରେ ‘ରାମାୟଣ’ ଧାରାବାହିକ ଜରିଆରେ ଦୀପିକା ପ୍ରତ୍ୟେକ ଘରେ ପ୍ରସିଦ୍ଧ ହୋଇଥିଲେ। ଆଜି ବି ଅନେକ ଲୋକ ତାଙ୍କୁ ସୀତା ବୋଲି ଭାବନ୍ତି ଏବଂ ତାଙ୍କୁ ପୂଜା କରନ୍ତି। ଜାନୁଆରି ୨୨ ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଦୀପିକା ଚିଖଲିଆ ବହୁତ ଉତ୍ସାହିତ ଅଛନ୍ତି ଏବଂ ଏହା ତାଙ୍କ ପାଇଁ ଏକ ଭାବପ୍ରବଣ ଦିନ ହେବ ବୋଲି କହିଛନ୍ତି। ଏହି କାର୍ଯ୍ୟ ପାଇଁ ନିମନ୍ତ୍ରଣ ପାଇ ଦୀପିକା ଖୁସି, କିନ୍ତୁ ସେ ଗୋଟିଏ କଥା ପାଇଁ ଦୁଃଖିତ।

ଦୀପିକା ଚିଖିଲିଆ ‘ଅଜ ତକ୍’ ସହିତ ରାମ ମନ୍ଦିରର ସମାରୋହ ଏବଂ ନିମନ୍ତ୍ରଣ ବିଷୟରେ କହିଥିଲେ। ଯେଉଁଥିରେ ସେ ତାଙ୍କୁ ଦୁଃଖ ଦେଇଥିବା କଥା ବିଷୟରେ ବି କହିଥିଲେ। ଦୀପିକା  କହିଛନ୍ତି ଯେ ରାମଜୀଙ୍କ ପାଖରେ ସୀତାଜୀଙ୍କ ପ୍ରତିମା ରଖାଯାଉ ନ ଥିବାରୁ ସେ ଦୁଃଖିତ।

ଯେବେ କି ସେ ଆଗରୁ ଭାବୁଥିଲେ ଯେ ସୀତା ମଧ୍ୟ ପ୍ରଭୁ ରାମଙ୍କ ସହିତ ରହିବେ। ହେଲେ ବାସ୍ତବ କଥା ହେଉଛି ମୁଖ୍ୟ ମନ୍ଦିରରେ ଶ୍ରୀ ରାମଙ୍କ ଶିଶୁ ରୂପ ସ୍ଥାପନ କରାଯିବ। ସେଥିପାଇଁ ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ସହିତ ସୀତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦୀପିକା ଚିଖାଲିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ‘ରାମାୟଣ’ରେ ରାମ ଭୂମିକା ନିଭାଇଥିବା ଅରୁଣ ଗୋବିଲଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଲୋକମାନେ ମଧ୍ୟ ୮୦-୯୦ ଦଶକରେ ପ୍ରଭୁ ରାମ ଭାବରେ ଅରୁଣ ଗୋବିଲଙ୍କୁ ପୂଜା କରିବା ଆରମ୍ଭ କରିଥିଲେ। ଆଜି ବି ସେ ଯେଉଁଆଡେ ଯାଆନ୍ତି ପ୍ରଶଂସକମାନେ ତାଙ୍କ ପାଦତଳେ ପ୍ରଣାମ କରନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button