ରାଜ୍ୟ

ଗୋଟିଏ ପରେ ଗୋଟିଏ କରି ଘରୁ ବାହାରିଲେ ଏତେ ସାରା ବିଷଧର ସାପ, ଦେଖନ୍ତୁ କିପରି ବଞ୍ଚିଲା ମହିଳାଙ୍କ ଜୀବନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ଜଗତରେ ଏଭଳି ଅନେକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖି ମଣିଷ ଉପଭୋଗ କରୁଛି ଆଉ ଏଭଳି କିଛି ଭିଡ଼ିଓ ମଧ୍ୟ ଆସୁଛି ଯାହାକୁ ଦେଖିବା ପରେ ହୋସ ଉଡି ଯାଉଛି । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସାପକୁ ନେଇ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବାସ୍ତବରେ ଆଦୌ ବିଶ୍ୱାସ କରିପାରିବେ ନାହିଁ।

ତେବେ ଆପଣ ମାନେ ସମସ୍ତେ ନିଜ ଜୀବନରେ ବିଭିନ୍ନ ପ୍ରକାରର ସାପ ଦେଖିଥିବେ । ଆମ ହିନ୍ଦୁ ଧର୍ମରେ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ଆଗ କାଳରୁ ନାଗ ସାପକୁ ପୂଜା କରାଯାଉଥିଲା କାରଣ ନାଗ ସାପକୁ ଭଗବାନ ଶିବ ସବୁବେଳେ ନିଜ ବେକରେ ଧାରଣ କରନ୍ତି । ହେଲେ ସାପ ଯେତିକି ପୂଜନୀୟ ମଣିଷ ପାଇଁ ସେତିକି ଘାତକ ମଧ୍ୟ ଅଟେ । ସାପ ଚୋଟରେ ମଣିଷ ନିଜ ପ୍ରାଣ ମଧ୍ୟ ହରାଇ ପାରେ ।

ଯଦି ନାଗ ସାପ କୌଣସି ମଣିଷକୁ ଚୋଟ ମାରିବ ତା ହେଲେ ସେହି ମଣିଷ ବହୁତ କମ ସମୟ ମଧ୍ୟରେ ନିଜ ପ୍ରାଣ ହରାଇବ । ତେବେ ସାପ ସହ ଜଡିତ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିଥିବେ ଓ ଅନେକ ଘଟଣା ଶୁଣିଥିବେ ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ।

ତେବେ ଏହି ଘଟଣାଟି ଓଡିଶାର ଭଦ୍ରକ ଜିଲ୍ଲାରେ ଘଟିଛି । ଭଦ୍ରକ ଜିଲ୍ଲାରେ ଥିବା ଏକ ଘର ମଧ୍ୟରୁ ପାଖା ପାଖୁ ୧୦ ରୁ ୧୨ଟି ନାଗ ଛୁଆ ଓ ଏକ ନାଗକୁ ଉଧାର କରାଯାଇଛି । ଏହି ସାପ ଗୁଡିକ ଏକ ଘରେ ତଳେ ରହୁଥିଲେ । ଗାଁ ଲୋକମାନେ ସାପ ମାନଙ୍କୁ ଦେଖିଥିଲେ ଓ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ । ତେବେ ଏହା ପରେ ଜଣେ ସାପ ଧରାଳି ମିର୍ଜା ଆରିଫ ସେହି ସ୍ଥାନରେ ପହଞ୍ଚି ଥିଲେ ।

ଗାଁ ଲୋକଙ୍କ ମତରେ ତିନୋଟି ବଡ ନାଗ ସାପ ସେହି ସ୍ଥାନରେ ଥିଲେ ହେଲେ ସେହି ସମୟରେ ଗୋଟେ ନାଗ ବାହାରିଥିଲା  । ମାଟି ଖୋଲିବା ପରେ ପାଖା ପାଖି ୧୦ ରୁ ୧୫ଟି ନାଗ ଛୁଆ ବାହାରିଥିଲେ । ଏହି ଦୃଶ୍ୟ ଦେଖି ଗାଁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସାପ ଧରାଳି ଜଣକ ସଫଳତା ପୂର୍ବକ ସମସ୍ତ ସାପକୁ ଉଧାର କରିଥିଲେ। ତେବେ ଏହା ଛଡା ସେହି ସାପ ଧରାଳି କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କାମୁଡ଼ିଲେ ଝାଡ଼ ଫୁଙ୍କା କରିବା କିନ୍ତୁ ସାପ କାମୁଡ଼ିଲେ

ତାକୁ ପ୍ରଥମେ ଯେପରି ବିଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ। ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବିଷ ବହୁତ ଖତରନାକ ଥାଏ। ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button