ମନୋରଞ୍ଜନ

Mukesh Ambani ଙ୍କ ଘରେ କାମ କରୁଥିବା ଚାକରଙ୍କ ଦରମା କେତେ ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇ ଦେବ, ଏହା ସହ ମିଳିଥାଏ ଏହି ସବୁ ସୁବିଧା…

ଭାରତର ସବୁଠୁ ଅଧିକ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏତେ ଧନୀ ଯେ ତାଙ୍କ ନାଁ ଦୁନିଆର ୫୦ ଜଣ ଧନୀ ବ୍ୟକ୍ତିଙ୍କ ନାଁ’ରେ ଆସିଥାଏ । ଅମ୍ବାନୀ ପରିବାର ଭଳି ତାଙ୍କ ଘର ଆଣ୍ଟିଲିଆ ମଧ୍ୟ ବେଶ ଚର୍ଚ୍ଚିତ । ଏହି ଘରର ମୂଲ୍ୟ ହେଉଛି ୪୫୦୦ କୋଟି ଟଙ୍କା । ୨୭ ମହଲା ବିଶିଷ୍ଟ ଏହି ଦାମୀ ଘରର ରକ୍ଷଣାବେକ୍ଷଣା ପାଇଁ ପ୍ରାୟ ୫୦୦ ରୁ ଅଧିକ ଷ୍ଟାଫ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ଆଣ୍ଟିଲିଆରେ କାମ କରୁଥିବା କର୍ମଚାରୀ ମାନଙ୍କ ଦରମା କେତେ ।

ମୁକେଶ ଅମ୍ବାନୀ ଏତେ ଧନୀ ବ୍ୟକ୍ତିଙ୍କ ଯେ ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରିଥାନ୍ତି । ଜିଓ ସିମ୍ ଲଞ୍ଚ ହେବା ପରଠାରୁ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ନାଁ ଜାଣିଗଲେ । ଏହା ପୂର୍ବରୁ ମାତ୍ର ଅଳ୍ପ କିଛି ଲୋକ ତାଙ୍କୁ ଜାଣିଥିଲେ । ଜିଓ ଲଞ୍ଚ ହେବା ପରେ ମୁକେଶ ଅମ୍ବାନୀଙ୍କୁ ପରିଚୟ ସହ ଅପାର ଧନ ମଧ୍ୟ ମିଳିଲା । ଆଣ୍ଟିଲିଆ ନାମକ ଦୁନିଆର ସବୁଠୁ ଦାମୀ ଘର ମଧ୍ୟରୁ ଅନ୍ଯତମ ମୁକେଶ ଅମ୍ବାନୀଙ୍କ ଏହି ଘର ମୁମ୍ବାଇର ଅଲଟାମାଉଣ୍ଟ ରୋଡ, କୁମ୍ବାଲା ହିଲ୍ ରେ ଅବସ୍ଥିତ ଅଟେ ।

ଏହି ଘରର ବିଶେଷତ୍ଵ ହେଉଛି ଏହା ଅଧିକ ଉଚ୍ଚ ହୋଇ ମଧ୍ୟ ବଡ ବଡ ଭୂମିକମ୍ପର ସାମ୍ନା କରିଦିଏ । ଆଣ୍ଟିଲିଆର ସୁରକ୍ଷା ପାଇଁ ପ୍ରତି ମାସରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଏ । କଡା ସୁରକ୍ଷା ପାଇଁ ଏଠାରେ ସିଆରପିଏଫ ଯବାନମାନଙ୍କୁ ଦାୟିତ୍ଵ ଦିଆଯାଇଛି । ଅମ୍ବାନୀ ପରିବାର ତାଙ୍କ ଘରର ଚାକର ମାନଙ୍କୁ ଘରର ସଦସ୍ୟ ଭଳି ବ୍ୟବହାର ଓ କଥାବାର୍ତ୍ତା କରିଥାନ୍ତି ।

ଅମ୍ବାନୀଙ୍କ ଘରେ ୬୦୦ ଲୋକ କାର୍ଯ୍ୟ କରନ୍ତି । ତେବେ ଏତେ ଜଣ ଷ୍ଟାଫଙ୍କୁ କେତେ ଦରମା ମିଳୁଥିବ ସମସ୍ତେ ଜାଣିବାକୁ ଇଚ୍ଛା କରିଥାନ୍ତି । ଏକ ରିପୋର୍ଟ ଅନୁସାରେ ଅମ୍ବାନୀଙ୍କ ଘରେ କାମ କରୁଥିବା ସେବକ ଓ କର୍ମଚାରୀଙ୍କ ଦରମା ପ୍ରଥେମ ୧୦ ହଜାର ଟଙ୍କା ଥିଲା । କିନ୍ତୁ ସମୟ ବିତିବା ସହ ସେହି କର୍ମଚାରୀ ମାନଙ୍କୁ ଏବେ ଲକ୍ଷେ ଟଙ୍କାରୁ ମଧ୍ୟ ଅଧିକ ଦରମା ଦିଆଯାଉଛି । ଏହାସହ ତାଙ୍କ ଘରେ କାମ କରୁଥିବା କର୍ମଚାରୀ ମାନଙ୍କୁ ବହୁତ କିଛି ସୁବିଧା ମଧ୍ୟ ମିଳିଥାଏ ।

ଶିକ୍ଷା ଓ ଜୀବନବୀମା ଉପରେ ଅଧିକ ଗୁରୁତ୍ଵ ଦିଆଯାଏ । ଏହାସହ ଅମ୍ବାନୀ ଘରେ କାର୍ଯ୍ୟ କରୁଥିବା ଲୋକଙ୍କ ଦୁଇଜଣ ସନ୍ତାନଙ୍କୁ ଆମେରିକାରେ ପଢିବାର ସୁଯୋଗ ମଧ୍ୟ ମିଳେ । ତେବେ ଏତେ ଦରମା ସାଙ୍ଗକୁ ଏତେ ସବୁ ସୁବିଧା ଦେଖି ବହୁତ ଲୋକଙ୍କ ମନରେ ଅମ୍ବାନୀଙ୍କ ଘରେ କାମ କରିବା ପାଇଁ ଇଚ୍ଛା ହେଉଥିବ ।

ଅମ୍ବାନୀଙ୍କ ଘର ଏତେ ବଡ ଯେ ଏଠି ୧୫୦ରୁ ଅଧିକ ଗାଡି ପାର୍କିଂ କରିବା ପାଇଁ ୭ ମହଲା ଗ୍ଯାରେଜ ମଧ୍ୟ କରାଯାଇଛି । ଏହା ବ୍ଯତୀତ ଏଠାରେ ହେଲିକପ୍ଟର ଓହ୍ଲାଇବା ପାଇଁ ତିନୋଟି ହେଲିପ୍ୟାଡ, ସୁଇମିଂ ପୁଲ୍, ଗାର୍ଡେନ, ମନ୍ଦିର, ଦୁଇ ମହଲାର ହେଲଥ ସେଣ୍ଟର ଏବଂ ୫୦ ସିଟର ଗୋଟିଏ ସିନେମା ହଲ୍ ମଧ୍ୟ ଅଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button