ଜ୍ୟୋତିଷ

ଫାଇଦା ଉଠାଇବ ଶିଖ, ତେବେ ଯାଇ ଜଲ୍ଦି ହେବ କୋଟିପତି- Chanakya Niti

କଣ ଜୀବନରେ ଆପଣ କେବେ କାହା ସହିତ କପଟ କରିଛନ୍ତି। ଏହା ଜଣା ଯେ ନିଜର ସ୍ବାର୍ଥ ପାଇଁ ଅନ୍ୟ ସହ କପଟ କରିବେ ନାହିଁ। ନିଜର ଭଲ ପାଇଁ ଅନ୍ୟର କ୍ଷତି କରିପବ ନାହିଁ। ଧନ ପାଇବା ପାଇଁ କେବେ ଅନିଷ୍ଟ କାମ କରିବେ ନାହିଁ କାରଣ ଧନ ଠାରୁ ବଡ଼ ମାନସମ୍ମାନ ହୋଇଥାଏ। ସେଥିପାଇଁ ଏପରି କାର୍ଯ୍ୟ କେବେ ଖରିବେ ନାହିଁ ଯେପରି ଅନ୍ୟର କ୍ଷତି ହେବ। ସବୁବେଳେ ଅନ୍ୟର ହିତ ପାଇଁ କାମ କରନ୍ତୁ । ଜଦି ତୁମକୁ ଅପମାନ ସହିବାକୁ ପଡ଼ିପାରେ ସେଥିପାଇଁ କଣ ଆପଣ ସକ୍ଷମ ଅଟନ୍ତି।ଚାଣକ୍ୟ କୁହନ୍ତି ଯେଉଁ ମଣିଷ ଅପମାନ ସହିବାର ଶକ୍ତି ନଥାଏ ସେ ଶିଘ୍ର ନଷ୍ଟ ହୋଇଯାଏ।

ଯେଉଁ ବ୍ୟକ୍ତିକୁ ସମସ୍ତ ପରିସ୍ଥିତିକୁ ନେଇ କାର୍ଯ୍ୟ କରେ, ମାନ ଅପମାନକୁ ନେଇ ବିଚଳିତ ହୁଏ ନାହିଁ ସେହି ପୁରୁଷ ଜୀବନରେ ସଫଳ ହୋଇଥାଏ। ସେଥିପାଇଁ ମଣିଷକୁ କୈାଣସି ପରିସ୍ଥିତିରେ ହାର ମାନିବା କଥା ନୁହେଁ। ଯେଉଁ ମଣିଷ ନିଜର ଗରିବ ପରିସ୍ଥିତିକୁ ନିରାଶ ହୋଇଯାଏ ସିଏ ହାର ମାନିଯାଏ।

ଯିଏ ଧନୀ ହେବାର ଗର୍ବ କରେ ସେ ଉନ୍ମକ୍ତ ହୋଇ ସବୁକିଛି ହରାଇ ବସେ। କେବଳ ଅନ୍ୟ ମାନଙ୍କୁ ଦେଖାଇବା ପାଇଁ କୈାଣସି କାର୍ଯ୍ୟ କରାଯାଏ ନାହିଁ। ଜଦି କୈାଣସି କଷ୍ଟ ଉଠାଇବାକୁ ପଡେ ତେବେ ଡରିବାକଥା ନୁହେଁ। ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଅନୁସାରେ କେଉଁ ବ୍ୟକ୍ତି କି ପ୍ରକାର ଲାଭ ଉଠାଇବା ଦରକାର।


ସର୍ବପ୍ରଥମେ ଲୋଭି ବ୍ୟକ୍ତି : ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମଣିଷକୁ ଲୋଭି ବ୍ୟକ୍ତିର ବ୍ୟବହାର କରିବା ଦରକାର। ଜଦି କୈାଣସି ବ୍ୟକ୍ତି କଳାରେ ନିପୁଣ ଅଛି ତେବେ ତାକୁ ପଇସାର ଲୋଭ ଦେଖାଇ କାମ କରାଇବା ଦରକାର । ଲୋଭି ମଣିଷକୁ ପଇସା ଦେଇ କାମ କରାଇଲେ କୈାଣସି ଅସୁବିଧା ନାହିଁ। ନାରୀ ହେଉ କିମ୍ବା ପୁରୁଷ ତା କଳାକୁ ନେଇ କେବେ ତିରସ୍କାର କରିବା କଥା ନୁହେଁ। ଲୋଭି ବ୍ୟକ୍ତିକୁ ଲୋଭ ଦେଖାଇ ଲାଭ ଉଠାଉଛନ୍ତି ତେବେ କିଛି ଖରାପ ନୁହେଁ।


ଦ୍ଵିତୀୟ ଅହଙ୍କାରୀ ବ୍ୟକ୍ତି : ଅହଙ୍କାରୀ ବ୍ୟକ୍ତିର ମଧ୍ୟ ଲାଭ ଉଠାଇବା ଦରକାର। ଅହଙ୍କାରୀ ବ୍ୟକ୍ତିର ପ୍ରଶଂସା କରିବା ଦରକାର ଏବଂ ତାଙ୍କର ଦୁର୍ଗୁଣକୁ ମଧ୍ୟ ଗୁଣ କହି ତାକୁ ଖୁସି କରନ୍ତୁ। ଜଦି ଜ୍ଞାନୀ ଲୋକ ପାଖରେ ଅହଙ୍କାର ଥାଏ ତାକୁ ହାତଯୋଡି ଜ୍ଞାନ ପ୍ରାପ୍ତି କରିବା ଦରକାର। ଯଦି କାହାର ଧନ ପାଇଁ ଗର୍ବ କରୁଛି ତେବେ ତାହାର ମିଛ ଗୁଣଗାନ କରି ଧନ ପ୍ରାପ୍ତ କରିବା ଦରକାର। ଜଦି ଅହଙ୍କାରୀ ବ୍ୟକ୍ତିର ଲାଭ ଉଠାଉଛନ୍ତି କିଛି ଖରାପ ନୁହେଁ।

ତୃତୀୟ ମୁର୍ଖ ବ୍ୟକ୍ତି : ଜଦି ମୁର୍ଖକୁ ବୁଝାଇବାକୁ ଚେଷ୍ଟା କରିବେ ତେବେ ସେ ଆପଣଙ୍କ ସମୟ ବର୍ବାଦ କରିଦବ। ମୁର୍ଖ ବ୍ୟକ୍ତିକୁ ବୁଝାଇବା କଷ୍ଟ ହେଲେ ତାହା ସହ ତା ପରି ବ୍ୟବହାର କରି ତାକୁ ବ୍ୟବହାର କରାଯାଏ ତେବେ କୈାଣସି ଅସୁବିଧା ନାହିଁ କାରଣ ତାର ପରିସ୍ଥିତି ପାଇଁ ସେ ଦାୟୀ‌ ‌। ତାକୁ କେହି ସୁଧାରି ପାରିବେନି।


ଚତୁର୍ଥ ଜ୍ଞାନୀ ବ୍ୟକ୍ତି : ଚାଣକ୍ୟ କୁହନ୍ତି ଗୋଟିଏ ଜ୍ଞାନୀ ବ୍ୟକ୍ତିର ସବୁବେଳେ ଲାଭ ଉଠେଇବା ଦରକାର। ତାଙ୍କୁ ସତ କହି ସେମାନଙ୍କ ମନ କିଣି କାମ କରିବା ଦରକାର କାରଣ ଜ୍ଞାନ ବ୍ୟକ୍ତିଙ୍କ ଦ୍ଵାରା ଆପଣ ବହୁତ ଲାଭବାନ ହୋଇ ପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button