ଜ୍ୟୋତିଷ

ସ୍ୱାମୀ ସ୍ତ୍ରୀଙ୍କର ଏହି ଭୁଲ୍ ପାଇଁ ସନ୍ତାନ ହୋଇଥାଏ ବିକଳାଙ୍ଗ! ଆପଣ କରୁ ନାହାନ୍ତି ତ ଏହି ଭୁଲ? ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ସନ୍ତାନ ସୁନ୍ଦର, ଧାର୍ମିକ, ଦୀର୍ଘାୟୁ, ଧନଶାଳୀ ହେବା ପାଇଁ ହେଲେ କଣ ସବୁ ନିୟମ ମାନିବାକୁ ପଡିଥାଏ, ଏହାର ଜ୍ଯୋତିଷ ମତ କଣ ହୋଇଥାଏ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏମିତିକି କେଉଁ କାରଣ ପାଇଁ କିମ୍ବା ସ୍ଵାମୀ ସ୍ତ୍ରୀ ଙ୍କର କେଉଁ ଭୁଲ ପାଇଁ ସନ୍ତାନ ବିକଳାଙ୍ଗ ହୁଏ ତାହା ମଧ୍ୟ କହିବାକୁ ଯାଉଛୁ । ଜ୍ଯୋତିଷ ଶାସ୍ତ୍ର ରେ ଅନେକ କଥା ବର୍ଣ୍ଣିତ କରା ଯାଇଛି ଗର୍ଭବତୀ ମହିଳା ଙ୍କୁ ନେଇ । କୁହାଯାଏ ଯଦି ଗର୍ଭବତୀ ନାରୀ ଶିବ ମନ୍ଦିର ବା ଶିବଲିଙ୍ଗ ଦର୍ଶନ କରନ୍ତି ତେବେ ସେହି ଗର୍ଭରେ ଥିବା ସନ୍ତାନ ବିକଳାଙ୍ଗ ବା ଅଳ୍ପ ଆୟୁ ର ହୋଇଥାନ୍ତି ।

ଏହା ଛଡା ସ୍ଵାମୀ ସ୍ତ୍ରୀ ଙ୍କ ମିଳନର ଏକ ନିୟମ ରହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ସେହି ନିୟମ ଗୁଡିକ ସ୍ଵାମୀ ସ୍ତ୍ରୀ ନ ମାନିଲେ ସନ୍ତାନ ବିକଳାଙ୍ଗ ହୋଇଥାଏ । କିଛି କ୍ଷେତ୍ରରେ ସନ୍ତାନ ଜନ୍ମ ପରେ ମୃତ୍ୟୁବରଣ କରିଥାଏ ବା ଅଳ୍ପ ଆୟୁଷ ବିଶସ୍ତ ହୋଇଥାନ୍ତି । ସେହି ନିୟମ ଗୁଡିକ ହେଲା ପୂର୍ଣ୍ଣିମା ବା ଅମାବାସ୍ୟା ତିଥିରେ ସ୍ଵାମୀ ସ୍ତ୍ରୀଙ୍କ ମିଳରେ ଜାତ ସନ୍ତାନ ବିକଳାଙ୍ଗ ଓ ଅକାଳରେ ମୃତ୍ୟୁବରଣ କରିଥାଏ ।

ନାରୀ ଋତୁମତୀ ହେବାର ସ୍ଵାମୀ ସ୍ତ୍ରୀଙ୍କର ୩ ଦିନ ମଧ୍ୟରେ ମିଳନ ହେଲେ ସନ୍ତାନଟି ବିକଳାଙ୍ଗ ହେବ ସହ ରୋଗିଣା ହୋଇଥାଏ । ୪ ଦିନରେ ସ୍ଵାମୀ ସ୍ତ୍ରୀଙ୍କ ସହବାସ ହେଲେ ସନ୍ତାନ ଅଳ୍ପ ଆୟୁଷ ଓ ଦାରିଦ୍ର୍ୟ ହୋଇଥାଏ । ୫ ଦିନରେ ସହବାସ କରିଲେ ସୁନ୍ଦର, ୬ ଦିନରେ ସହବାସ କରିଲେ ସନ୍ତାନଟି ବଦଗୁଣ ସମ୍ପନ୍ନ, 7 ଦିନରେ ମିଳନ ହେଲେ ଅପୌତ୍ରିକ, ୮ ଦିନରେ ମିଳନ ହେଲେ ଧନବାନ, ସୁଖୀ, ଧାର୍ମିକ ଓ ପୁତ୍ରବାନ, ୯ ଦିନରେ ମିଳନ ହେଲେ ସୁନ୍ଦର ହେବା ସହ କନ୍ୟା ହେଲେ ସଦାଚାରିଣୀ, ପତୀବ୍ରତା ହୋଇଥାନ୍ତି ।

୧୦ ଦିନରେ ମିଳନ ହେଲେ ବରିଷ୍ଠ ଓ ସୁଖୀ, ୧୧ ଦିନରେ ମିଳନ ହେଲେ ଧର୍ମହୀନ, ୧୨ ଦିନରେ ମିଳନ ହେଲେ ସୁଶୀଳ, ୧୩ ଦିନରେ ମିଳନ ହେଲେ ମହାପାପୀ, ୧୪ ଦିନରେ ମିଳନ ହେଲେ ସୁନ୍ଦର, ସୁଶୀ, ଧର୍ମପରାୟଣ ଓ ବିଚକ୍ଷଣ ବୁଦ୍ଧିଯୁକ୍ତ, ୧୫ ଦିନରେ ମିଳନ ହେଲେ ଧାର୍ମିକ ହେବା ସହ କନ୍ୟା ଜାତ ହେଲେ ପତୀ ପରାୟଣା, ୧୬ ଦିନରେ ମାହାତ୍ମ୍ୟ, ଭାଗ୍ଯବାନ, ଧାର୍ମିକ, ସୁଶୀଳ, ସାନ୍ତ ସ୍ଵଭବର ସନ୍ତାନ ହୋଇଥାଏ ।

ଯଦି ସ୍ଵାମୀ-ସ୍ତ୍ରୀ କାମାନ୍ଧ ହୋଇ ପ୍ରହରର ନିୟମ ନ ମାନନ୍ତି ତେବେ ସନ୍ତାନ ବିକଳାଙ୍ଗ ଓ ଅଳ୍ପ ଆୟୁଷ ହୋଇଥାଏ । ସନ୍ଧ୍ୟା ୬ଟା ରୁ ରାତି ୯ଟା ଯାଏଁ ପ୍ରଥମ ପ୍ରହର, ରାତି ୯ଟା ରୁ ୧୨ ଟା ଯାଏଁ ଦ୍ଵିତୀୟ ପ୍ରହର, ରାତି ୧୨ଟା ରୁ ୩ଟା ଯାଏଁ ତୃତୀୟ ପ୍ରହର, ୩ଟା ରୁ ସକାଳ ୬ଟା ଯାଏଁ ଚତୁର୍ଥ ପ୍ରହର ହୋଇଥାଏ । ପ୍ରଥମ ପ୍ରହରରେ ସ୍ଵାମୀ-ସ୍ତ୍ରୀ ସହବାସ କରିଲେ ସନ୍ତାନର ମୃତ୍ୟୁ ହୁଏ ।

ଦ୍ଵିତୀୟ ପ୍ରହରରେ ସହବାସ କରିଲେ ସନ୍ତାନଟି ଦାରିଦ୍ର୍ୟ, ତୃତୀୟରେ କାଙ୍ଗାଳ ଓ ଚତୁର୍ଥରେ ସନ୍ତାନଟି ଦୀର୍ଘାୟୁ ଓ ସୁନ୍ଦର ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button