ଦେଶ- ବିଦେଶ

ରାସନ କାର୍ଡ କୁ ନେଇ ଆସିଲା ଭାରତ ସରକାରଙ୍କ ନୂଆ ନିୟମ, ତୁରନ୍ତ ଜାଣି ନିଅନ୍ତୁ କାର୍ଡରେ କୌଣସି ଗୋଟିଏ ଭୁଲ ପାଇଁ ଆପଣ ଯାଇ ପାରନ୍ତି ଜେଲ

ବର୍ତ୍ତମାନ ରାସନ କାର୍ଡ ଧାରୀଙ୍କ ପାଇଁ ଆସିଛି ବଡ ଖବର । ବର୍ତ୍ତମାନ ରାସନ କାର୍ଡରେ କୌଣସି ବି ଭୁଲ ହେଲେ କ୍ଷମା ଦେବେ ନାହିଁ ସରକାର । ଯଦି କୌଣସି ବ୍ୟକ୍ତି ବା ହିତାଧିକାରୀ ରାସନ କାର୍ଡ ରେ ଭୁଲ ତଥ୍ୟ ଦେଇଥାନ୍ତି ତେବେ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଭାରତ ସରକାର । ଜନ କଲ୍ୟାଣକାରୀ ଏହି ଯୋଜନାରେ ଯଦି କୌଣସି ବ୍ୟକ୍ତି ଯୋଗ୍ୟ ହିତାଧିକାରୀ ନ ହୋଇ ବି ନିଜ ନାମ କୁ ସାମିଲ କରିଛନ୍ତି ବା ଭୁଲ ତଥ୍ୟ ଦେଇ ସଂଯୋଗ କରିଛନ୍ତି ତେବେ ତାଙ୍କୁ ମୋଟା ଅଙ୍କର ଜୋରିମାନା ସହିତ 5 ବର୍ଷର ଜେଲ ଦଣ୍ଡ ହୋଇପାରେ ।

ଏହି ରାସନ କାର୍ଡ ଭାରତ ସରକାରଙ୍କର ଏକ ସ୍ବୀକୃତି ପ୍ରାପ୍ତ ଡକୁମେଣ୍ଟ । ରାସନ କାର୍ଡ ଜରିଆରେ ଲୋକେ ସାର୍ବଜନୀକ ବିତରଣ ପ୍ରଣାଳୀ ଅନୁସାରେ ଉଚିତ ମୂଲ୍ଯରେ ରାସନ ସାମଗ୍ରୀ ତଥା ଦୋକାନରୁ ଡାଲି, ଚାଉଳ, ଚିନି ଏବଂ କିରୋସିନ ଆଦି ସାମଗ୍ରୀ ବଜାର ମୂଲ୍ୟଠାରୁ ବହୁତ କମ ଦାମ ରେ କ୍ରୟ କରିଥାନ୍ତି ।

ଭାରତରେ ସାଧାରଣତଃ 3 ପ୍ରକାରର ରାସନ କାର୍ଡ ରହିଛି । ଗରିବ ସୀମାରେଖା ଉପରେ ଥିବା ପରିବାର ପାଇଁ APL, ଗରିବ ସୀମାରେଖା ତଳେ ଥିବା ପରିବାର ପାଇଁ BPL ଓ ସବୁଠୁ ଗରିବ ପରିବାର ପାଇଁ କେନ୍ଦ୍ର ସରକାର ଅନ୍ତୋଦୟ କାର୍ଡ ଜାରି କରିଛନ୍ତି । ସେହିଭଳି ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମଧ୍ୟ ନିଜ ନାଗରିକ ମାନଙ୍କ ପାଇଁ ରାସନ କାର୍ଡ ଜାରି କରିଛନ୍ତି ।

ଯାହା ଏକ ପରିଚୟ ପ୍ରମାଣ ପତ୍ର ଭାବେ କାମ କରିଥାଏ । କିନ୍ତୁ ଯଦି କେହି ଭୁଲ ତଥ୍ୟ ଦେଇ ସରକାରଙ୍କ ଏହି ରାସନ କାର୍ଡ କୁ ହାତେଇବାକୁ ଚେଷ୍ଟା କରିଛନ୍ତି ବା ହାତେଇଛନ୍ତି ତେବେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ରାସନ କାର୍ଡ ପ୍ରସ୍ତୁତ କରିବା ପାଇଁ କିଛି ସର୍ତ୍ତକୁ ବାଧ୍ୟତାମୂଳକ କରା ଯାଇଛି ।

 

ହେଲେ ଲୋକେ ଏହାକୁ ବେଆଇନ ଢଙ୍ଗରେ ହାତେଇଥାନ୍ତି ଫଳରେ କିଛି ଲୋକ ଯୋଗ୍ୟ ହିତାଧିକାରୀ ହୋଇ ମଧ୍ୟ ସରକାରଙ୍କ ଏହି ଗରିବ କଲ୍ୟାଣ ଯୋଜନାରୁ ବାଦ ପଡିଥାନ୍ତି । ଏହାକୁ ଏକ ଦଣ୍ଡନୀୟ ଅପରାଧ ଭାବେ ଗ୍ରହଣ କରିଛନ୍ତି ସରକାର । ଯଦି କୌଣସି ବ୍ୟକ୍ତି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେହି ବ୍ୟକ୍ତିଙ୍କୁ 5 ବର୍ଷ ପାଇଁ ଜେଲ ଦଣ୍ଡ ସହ ଜୋରିମାନା ଦେବାକୁ ପଡିପାରେ ।

 

ଏଥି ସହିତ ଯଦି ରାସନ କାର୍ଡ ବନାଇବା ପାଇଁ ଆପଣ ଖାଦ୍ଯ ବିଭାଗର ଅଧିକାରୀଙ୍କୁ ଲାଞ୍ଚ ଦେଉଛନ୍ତି କିମ୍ବା କୌଣସି ଅଧିକାରୀ ଲାଞ୍ଚ ନେଇ ରାସନ କାର୍ଡ ତିଆରି କରିଦେବାକୁ କହୁଛନ୍ତି ତେବେ ଏଭଳି ମାମଲାରେ ବି ଜୋରିମାନା ସାଙ୍ଗକୁ ଜେଲ ଦଣ୍ଡାଦେଶର ନିୟମ ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button