ଦେଶ- ବିଦେଶ

ବୁଢା ବ୍ୟକ୍ତିକୁ ସାପ ଚୋଟ ମାରିଲା ତ ସେ ବି ରାଗରେ ସାପକୁ ଧରି କାମୁଡି ଦେଲା, ଆଉ ତା ପରେ…

ସାପ ଏକ ଏମିତି ଜୀବ ଅଟେ ଯାହା ଠାରୁ ସମସ୍ତେ ଦୂରେଇ ରହିବାକୁ ପସନ୍ଦ କରିନ୍ତି । ସାପ ଠାରୁ ଡରିବାର ସବୁଠୁ ବଡ କାରଣ ତାହାର ଦାନ୍ତରେ ଥିବା ବିଷ ଅଟେ । ଏହି ବିଷର କିଛି ବୁନ୍ଦା ଯଦି ମନୁଷ୍ୟର ଶରୀରରେ ଚାଲିଯାଏ ତେବେ ସେ କିଛି ମିନିଟରେ ହିଁ ନିଜର ଜୀବନ ହରାଇ ବସିବ । କହିବାକୁ ଗଲେ ଯେତେବେଳେ କୌଣସି ସାପ ଚୋଟ ମାରିଥାଏ ତେବେ ଲୋକମାନେ ଡରି ଯାଆନ୍ତି ଓ ହସ୍ପିଟାଲ ଦଉଡିଥାନ୍ତି ।

କିନ୍ତୁ ଗୁଜୁରାଟରୁ ଏକ ଏମିତି ଅଦ୍ଭୁତ ମାମଲା ସାମନାକୁ ଆସିଛି କି ଯେଉଁଥିରେ ଯେତେବେଳେ ଏକ ସାପ ଏକ ବୟସ୍କ ବ୍ୟକ୍ତିକୁ ଚୋଟ ମାରିଲା ତେବେ ସେହି ବ୍ୟକ୍ତିକୁ ରାଗ ଆସିଲା ଯାହା ପରେ ସେ ସାପକୁ ହିଁ ଧରି ଚୋବାଇ ଦେଲା । ଏହା ପରେ ଯାହା ହେଲା ତାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କହିବାକୁ ଗଲେ ଏହି ପୁରା ମାମଲା ବଡ଼ୋଦରାରୁ ୧୨୦ କିଲୋମିଟର ଦୂରରେ ଅବସ୍ଥିତି ସନ୍ତରାମପୁର ତହସିଲରେ ଏକା ଗ୍ରାମର ଅଟେ । ଏହି ଗ୍ରାମରେ ପର୍ବତ ଗାଲା ନାମକ ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି ରହୁଥିଲା । ଏହି ବୟସ୍କ ବ୍ୟକ୍ତି ଏକ ଚାଷୀ ଅଟେ ଯାହା ଘଟଣା ବାଲା ଦିନ ନିଜର ମକାର ଫସଲକୁ ଟ୍ରକରେ ଚଢାଉ ଥିଲା । ଏହି ସମୟରେ ଅଚାନକ ଏକ ସାପ ଆସି ସେହି ବୟସ୍କ ବ୍ୟକ୍ତି ମୁହଁ ଓ ହାତକୁ ଚୋଟ ମାରିଦେଲା ।

ଚୋଟ ମାରି ଯେତେବେଳ ସେହି ସାପଟି ଯିବାକୁ ଲାଗିଲା ତେବେ ସେହି ବୟସ୍କ ବ୍ୟକ୍ତି ଜଣକ ତାହା ପଛରେ ଦଉଡିଲା ଓ ସେ ରାଗି ଯାଇ ସାପକୁ ଧରି ନିଜ ଦାନ୍ତରେ କାଟି ଦେଲା । ଏହା କରିବା ଦ୍ଵାରା ସାପର ମୁର୍ତ୍ୟୁ ହୋଇଗଲା ।

ଏହା ପରେ ଗ୍ରାମବାସୀମାନେ ସେହି ବୟସ୍କ ବ୍ୟକ୍ତିକୁ ଲୁନାୱାଡ଼ାର ଏକ ହସ୍ପିଟାଲକୁ ନେଇଗଲେ । କିନ୍ତୁ ଏହା ମଧ୍ୟରେ ଅଧିକ ସମୟ ଅତିବାହିତ ହୋଇଯାଇ ଥିବାରୁ ସେହି ବୟସ୍କ ବ୍ୟକ୍ତିର ମଧ୍ୟ ମୁର୍ତ୍ୟୁ ହୋଇଗଲା । ସବୁଠୁ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ବର୍ତ୍ତମାନ ପୁଲିସ ଏହି ମାମଲାରର ଯାଞ୍ଚ କରୁଛି ।

ଏହି ଘଟଣା  ଟି ନିଜ ମଧ୍ୟରେ ହି ଏକ ବିଚିତ୍ର ଅଟେ । ଯେତେବେଳେ ଏହି ଖବରଟି ସୋସିୟାଲ ମିଡିୟାରେ ଭାଇରାଲ ହେଲା ତେବେ ଲୋକମାନେ ବୁଝି ପାରିଲେ ନାହିଁ କି ସେହି ବୁଦ୍ଧ ବ୍ୟକ୍ତି ଜଣକ ସାପକୁ କାହିଁକି କାମୁଡିଲେ ? କିଛି ଲୋକମାନଙ୍କର କହିବା ଅଟେ କି ସେ ଏମିତି ରାଗରେ ଆସି କରିଲେ ।

କିନ୍ତୁ ଅନ୍ୟ କିଛି ଲୋକମାନଙ୍କର କହିବା ଅଟେ କି କେତେକ ଗ୍ରାମରେ ଏମିତି ମାନ୍ୟତା ଅଛି ଯଦି ସାପ ଆପଣଙ୍କୁ ଚୋଟ ମାରୁଛି ତେବ ଆପଣ ବି ସାପକୁ କାମୁଡି ଦିଅନ୍ତୁ । ଏହା ଦ୍ଵାରା ତାହାର ବିଷ ଶେଷ ହୋଇଯାଏ । କିନ୍ତୁ ଅସଲରେ ଏମିତି କିଛି  ହୋଇ ନ ଥାଏ । କହିବାକୁ ଗଲେ ସାପ କାଟିବା ମାତ୍ରେ ହିଁ ହସ୍ପିଟାଲରେ ଯିବା ଉଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button