ଦେଶ- ବିଦେଶ

ଏହି ଗ୍ରାମ ହେଉଛି ଏସିଆର ସବୁଠୁ ବଡ ଗ୍ରାମ, ଯେଉଁଠି ସମସ୍ତଙ୍କ ଘରୁ ବାହାରିଥାଏ ଦେଶର ରକ୍ଷା କରିବା ପାଇଁ ଜଣେ ଫୌଜି, ଜାଣନ୍ତୁ କେଉଁ ଗାଁ

ଆଜି ଆମେ ଆପଣଙ୍କୁ ଏକ ଏମିତି ଗ୍ରାମ ବିଷୟରେ କହିବୁ, ଯାହାକୁ ଏସିଆର ସବୁଠୁ ବଡ ଗ୍ରାମର ଉପାଧି ମିଳିଛି । ଆମେ କଥା ହେଉଛୁ ଉତ୍ତର ପ୍ରଦେଶର ଗାଜୀପୁର ଜିଲ୍ଲାର ଗହମର ଗ୍ରାମ ବିଷୟରେ । ଏହି ଗ୍ରାମର ଜନସଂଖ୍ୟା ୧ ଲକ୍ଷ ୨୦ ହଜାରରୁ ବି ଅଧିକ ଅଟେ ।

ଏହି ଗ୍ରାମର ସବୁଠୁ ଖାସ କଥା ଏହା ଅଟେ କି ଏହି ଗ୍ରାମର ସମସ୍ତଙ୍କ ଘରୁ କେହି ନା କେହି ବ୍ୟକ୍ତି ଦେଶର ସୁରକ୍ଷା ପାଇଁ ସେନାରେ ସାମିଲ ହୋଇଥାଏ । ଏହି ଗ୍ରାମ ବିଷୟରେ କୁହାଯାଏ କି ଏହାକୁ ୧୫୩୦ରେ କୁସୁମ ଦେବ ରାୟ ସକରା ଡିହ ନାମକ ଜାଗାରେ ବସାଇ ଥିଲେ ।

ଗହମର ଗ୍ରାମ ଗାଜୀପୁର ସହର ଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗ୍ରାମର ପାଖାପାଖି ୧୨ ଜଣ ଭାରତୀୟ ସେନାରେ ଯବାନ ପଦ ଠାରୁ ନେଇ ଆରମ୍ଭ କରି କର୍ନଲ ପଦ ପର୍ଯ୍ୟନ୍ତ ରହିଛନ୍ତି । ଏହି ଗ୍ରାମରେ ୧୫ ହଜାରରୁ ବି ଅଧିକ ଭୂତପୂର୍ବ ସୈନିକ ଅଛନ୍ତି । ବିହାର ଓ ଉତ୍ତର ପ୍ରଦେଶର ସୀମାରେ ବସିଥିବା ଏହି ଗ୍ରାମ ୮ ବର୍ଗମୀଲ ପର୍ଯ୍ୟନ୍ତ ବ୍ୟାପିଛି ।

ପ୍ରଥମ ବିଶ୍ଵ ଯୁଦ୍ଧରୁ ନେଇ ୧୯୬୫ ଓ ୧୯୭୧ର ସମସ୍ତ ଯୁଦ୍ଧରେ ଏହି ଗ୍ରାମବାସୀମାନେ ଆଗକୁ ଆସି ଯୁଦ୍ଧରେ ସାମିଲ ହୋଇଥିଲେ । ବିଶ୍ଵ ଯୁଦ୍ଧ ସମୟରେ ଇଂରେଜଙ୍କ ସେନାରେ ଏହି ଗ୍ରାମର ୨୨୮ ଜଣ ବ୍ୟକ୍ତି ସାମିଲ ହୋଇଥିଲେ । ଏହା ମଧ୍ୟରେ ୨୧ ଜଣ ସୈନିକ ମୁର୍ତ୍ୟୁ ବରଣ କରିଥିଲେ । ସେହି ସୈନିକମାନଙ୍କର ସ୍ମୃତିରେ ଗ୍ରାମରେ ଏକ ଶିଳାଲେଖା ବି ପ୍ରସ୍ତୁତ କରାଯାଇଛି ।

ଗ୍ରାମର ଯୁବକମାନେ ଗ୍ରାମରୁ କିଛି ଦୂରରେ ଥିବା ଗଙ୍ଗା ତଟରେ ଯାଇ ସେନାରେ ଭର୍ତ୍ତି ହେବାର ପ୍ରସ୍ତୁତି ବି କରିଥାନ୍ତି । ଏହି ଗ୍ରାମର ଯୁବକମାନଙ୍କର ସେନାରେ ଭର୍ତ୍ତି ହେବାର ପରମ୍ପରା କାରଣରୁ ଏଠି ସବୁ ବର୍ଷ ଭାରତୀୟ ସେନା ତରଫରୁ ସେନା ଭର୍ତ୍ତି କ୍ୟାମ୍ପ ବି ଲାଗୁଥିଲା ।

କିନ୍ତୁ ଏହାକୁ ୧୯୮୬ରେ ବନ୍ଦ କରି ଦିଆଗଲା । ବର୍ତ୍ତମାନ ଏହି ଗ୍ରାମର ଯୁବକମାନେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ସେନାରେ ଭର୍ତ୍ତି କ୍ୟାମ୍ପରେ ସାମିଲ ହେବା ପାଇଁ ଯାଆନ୍ତି । ଏଠି ପ୍ରଥମେ ଏକ କ୍ୟାନ୍ଟିନ ବି ଥିଲା । ଯାହାକି ବର୍ତ୍ତମାନ ବନ୍ଦ ହୋଇ ଯାଇଛି । ଏହି ଗ୍ରାମ ବହୁତ ଆଧୁନିକ ହେବା ସହିତ ଏଠି ସହରର ସମସ୍ତ ସୁବିଧା ବି ମିଳିଥାଏ ।

ଗ୍ରାମରେ ଟେଲିଫୋନ ଏକ୍ସଚେଂଜ, ଡିଗ୍ରୀ କଲେଜ, ଇଣ୍ଟର କଲେଜ, ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ସୁବିଧା ବି ଅଛି । ଏହି କାରଣରୁ ଗ୍ରାମର ଲୋକମାନେ କୌଣସି ବି କାମ ପାଇଁ ସହରକୁ ଯାଆନ୍ତି ନାହିଁ । ଏହା ସହିତ ଏଠିକାର ମହିଳାମାନେ ବି ପୁରୁଷମାନଙ୍କୁ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ପ୍ରୋତ୍ସାହିତ କରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button