ଦେଶ- ବିଦେଶ

୧୧ ଟି ଝିଅକୁ ଜନ୍ମ ଦେବା ପରେ ବି ଏବେ ଯାଏ ଏହି ମହିଳା ଜଣକ କରି ନାହିଁ ନସବନ୍ଦୀ, ଆଜି ବି ଅଛି ପୁଅର ଅପେକ୍ଷା, ହେଲେ ଏବେ…

ଆଜି ଦୁନିଆ ଏତେ ବଦଳିବା ପରେ ବି ସମାଜ ଯେମିତି କି ସେମିତି ରହିଛି । ପ୍ରଥମେ ସମାଜରେ ପୁଅମାନଙ୍କୁ ସର୍ବଶ୍ରେଷ୍ଠ ବୋଲି କୁହା ଯାଉଥିଲା ଆଜି ବି ସେହି ପରମ୍ପରା ଚାଲିଛି । କେତେକ ମହିଳାମାନେ ପୁଅ ପାଇବା ଇଚ୍ଛାରେ ବହୁତ ଝିଅ ଜନ୍ମ ଦେଇଥାନ୍ତି । ସେମାନେ ସେତେ ଦିନ ପର୍ଯ୍ୟନ୍ତ ନିଜକୁ ଅଟକାଇ ନ ଥାନ୍ତି, ଯେତେ ଦିନ ପର୍ଯ୍ୟନ୍ତ ତାଙ୍କର ଏକ ପୁଅ ନ ହୋଇଛି । ଏହି କାରଣରୁ ଜନସଂଖ୍ୟା ବି ଦିନକୁ ଦିନ ବଢୁଛି । ପୁଅ କାରଣରୁ କେତେକ ପିଲାମାନଙ୍କର ଜନ୍ମ ସମୟରେ ବି ସମସ୍ୟା ଦେଖା ଯାଉଛି ।

ହସ୍ପିଟାଲରେ ଦେଲେ ନିଜର ୧୧ ତମ ଶିଶୁକୁ ଜନ୍ମ :

Image courtesy: Google

ସୂଚନା ଅନୁସାରେ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ସାଦୁଲସହର ତହସିଲରେ ଏକ ମହିଳା ପୁଅ ଇଚ୍ଛାରେ ୧୧ ଟି ଝିଅ ଜନ୍ମ ଦେଇଛି । ଆଶ୍ଚର୍ଯ୍ୟର କଥା ଏହା ଅଟେ କି ମହିଳାଙ୍କର ଦୁଇଟି ଝିଅଙ୍କର ବିବାହ ବି ହୋଇ ସାରିଛି ଓ ସେମାନଙ୍କର ସନ୍ତାନ ବି ଅଛି । ଏହା ସତ୍ତ୍ୱେ ବି ତାକୁ ଏକ ପୁଅର ଅପେକ୍ଷା ଅଛି । ମନ୍ନୀ ଦେବୀ ନାମକ ଏହି ମହିଳା ଗୁରୁବାର ରାତିରେ ସାଦୁଲସହର ର ଏକ ହସ୍ପିଟାଲରେ ନିଜର ୧୧ ତମ ଶିଶୁକୁ ଜନ୍ମ ଦେଇଛି ।

ଆରମ୍ଭ କରିଦେଇଛନ୍ତି ତାନ୍ତ୍ରିକ ଓ ବାବାମାନଙ୍କର ଚକ୍କର :

Image courtesy: Google

ମିଳିଥିବା ସୂଚନା ଅନୁସାରେ ମନ୍ନୀ ଦେବୀର ବିବାହ ୧୯୯୧ରେ ହୋଇଥିଲା । ବାହାଘରର ଦୁଇ ବର୍ଷ ପରେ ତାର ଏକ ଝିଅ ହେଲା ପୁଣି କିଛି ଦିନ ପରେ ତାକୁ ଅନ୍ୟ ଏକ ଝିଅ ହେଲା । ତିନି ବର୍ଷ ପରେ ଦୁଇଟି ଝିଅ ହେବା ପରେ ରାମେଶ୍ୱର ଓ ମନ୍ନୀ ଦେବୀ ବହୁତ ଚିନ୍ତିତ ହୋଇଗଲେ । ଏହା ପରେ ସେମାନେ ତାନ୍ତ୍ରିକ ଓ ବାବାମାନଙ୍କର ଚକ୍କର ଲଗାଇବା ଆରମ୍ଭ କରିଦେଲେ । ବାବାମାନଙ୍କର କହିବା ଦ୍ଵାରା ସେମାନେ ପୂଜା ପାଠ ବି ଆରମ୍ଭ କରିଦେଲେ ଓ ଔଷଧ ବି ଖାଇଲେ । କିନ୍ତୁ କୌଣସି ଲାଭ ହେଲା ନାହିଁ ଓ ଝିଅ ଜନ୍ମ ହେଉଥିଲା ।

ବାବା ଦେଇଥିଲା ପୁରା ବିଶ୍ଵାସ କି ହେବ ପୁଅ :

ପୁଅ ଇଚ୍ଛାରେ ଦମ୍ପତି ନସବନ୍ଦୀ ବି କରିବା ପାଇଁ ପ୍ରସ୍ତୁତ ନ ଥିଲେ । ଘର ଲୋକମାନେ ଓ ଗ୍ରାମବାସୀମାନେ ବହୁତ ବୁଝାଇବାକୁ ଚେଷ୍ଟା କରିଲେ । କିନ୍ତୁ କିଛି ଦିନ ପରେ ପୁଣି ପ୍ରଶବ ପୀଡା ହେଲା ତ ସାଦୁଲସହର ହସ୍ପିଟାଲରେ ମନ୍ନୀ ଦେବୀକୁ ଭର୍ତ୍ତି କରାଗଲା । ଯେଉଁଠି ସେ ପୁଣି ଥରେ ଏକ ଝିଅକୁ ଜନ୍ମ ଦେଲା । ମନ୍ନୀ ଦେବୀ ସ୍ଵାମୀର କହିବା ଅଟେ କି ଏଥର ବାବାମାନେ ପୁରା ବିଶ୍ଵାସ ସହ କହିଥିଲେ କି ପୁଅ ହେବ । କିନ୍ତୁ ଏଥର ବି ଝିଅ ହେଲା । ଏହା ପରେ ବି ଦମ୍ପତି ନସବନ୍ଦୀ କରିବା ପାଇଁ ପ୍ରସ୍ତୁତ ନାହାଁନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button