ସ୍ୱାସ୍ଥ୍ୟ

୭ ଦିନ ପର୍ଯ୍ୟନ୍ତ ମୋବାଇଲ ସହ ଲାଗି ରହିଥିଲା ଏହି ମହିଳା, ଏହା ପରେ ତାର ହାତର ଅବସ୍ଥା ଯାହା ହେଲା ଦେଖିଲେ…

ମୋବାଇଲ ଆଜିକାଲି ଲୋକମାନଙ୍କ ପାଇଁ ଏକ ଏମିତି ଜିନିଷ ହୋଇଯାଇଛି କି ଯାହା ବିନା କୌଣସି ବି ବ୍ୟକ୍ତି ରହି ପାରିବ ନାହିଁ । ଘରୁ ବାହାରିବା ସମୟରେ ଆପଣ କିଛି ବି ଭୁଲଯିବେ କିନ୍ତୁ ମୋବାଇଲ ଏକ ଏମିତି ଜିନିଷ ଅଟେ ଯାହାକୁ ଚାହିଁଲେ ବି ଭୁଲି ପାରିବେ ନାହିଁ । କିଛି ସମୟ ପାଇଁ ଯଦି ମୋବାଇଲ ନିଜ ଠାରୁ ଦୂର ହୋଇଯାଏ କିମ୍ବା ଏହା ବନ୍ଦ ହୋଇଯାଏ ତେବେ ଏମିତି ଲାଗିଥାଏ କି ଆପଣଙ୍କ ଜୀବନରେ ଆଉ କିଛି ବି ନାହିଁ ।

କାରଣ ଆଜିକାଲି ସମୟରେ ସମସ୍ତଙ୍କୁ ମୋବାଇଲର ନିଶା ଲାଗି ଯାଇଛି ଯେଉଁଥିରୁ ବଞ୍ଚିବା କଷ୍ଟକର ଅଟେ । ବର୍ତ୍ତମାନ ଆପଣ ରାତିରେ ଶୋଇବା ପୂର୍ବରୁ ବି ମୋବାଇଲ ଦେଖି ଶୋଇଥାନ୍ତି ଓ ସକାଳେ ଉଠିଲେ ବି ପ୍ରଥମେ ମୋବାଇଲର ମୁହଁ ଦେଖନ୍ତି । କିନ୍ତୁ ମୋବାଇଲ ଆପଣଙ୍କ ପାଇଁ କେତେ ଖରାପ ଅଟେ ଏହା ଜାଣିଛନ୍ତି ? ଆଜି ଆମେ ଆପଣଙ୍କୁ ଏକ ଏମିତି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ମୋବାଇଲ ନିଶାରେ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଲା ।

ଚୀନର ଏକ ୱେବସାଇଟରେ ଶଂଘାଈନିସ୍ଟରେ ଏକ ଖବର ଛପି ଥିଲା ଯେଉଁଥିରେ ଏକ ମହିଳା ମୋବାଇଲ ଫୋନକୁ ଏତେ ବ୍ୟବହାର କରିଲା କି ତାହାର ଆଙ୍ଗୁଠି ଗୁଡିକ ବଙ୍କା ହୋଇ ରହିଗଲା । ଏହି ପୁରା ମାମଲା ହୁନାନ ପ୍ରାଂତର ଚଂଗାସା ର ଅଟେ, ଯେଉଁଠି ଗୋଟିଏ ମହିଳାକୁ ସ୍ମାର୍ଟଫୋନର ନିଶା ଏତେ ଲାଗିଗଲା କି ସେ ଲଗାତାର ୭ ଦିନ ପର୍ଯ୍ୟନ୍ତ ନିଜର ମୋବାଇଲ ଫୋନ ସହ ଲାଗି ରହିଲା ।

ସେ ମୋବାଇଲକୁ ଏତେ ବ୍ୟବହାର କରିଲା କି କିଛି ସମୟ ପରେ ତାହାର ଡାହାଣ ହାତର ଆଙ୍ଗୁଠି ବ୍ୟଥା କରିବାକୁ ଲାଗିଲା, କିନ୍ତୁ ଏହି କଥାକୁ ସେ ନଜରଅନ୍ଦାଜ କରି ପୁଣି ଥରେ ମୋବାଇଲ ବ୍ୟବହାର କରିବାକୁ ଲାଗିଲା । ରିପୋର୍ଟ ଅନୁସାରେ ସେ ମହିଳା ଜଣକ ନିଜ ଅଫିସରୁ ଗୋଟିଏ ସପ୍ତାହ ପାଇଁ ଛୁଟି ନେଇଥିଲା, ଓ ସେହି ସମୟରେ ସେ ଲଗାତାର ମୋବାଇଲରେ ହିଁ ନିଜ ବନ୍ଧୁମାନଙ୍କ ସହ ଚ୍ୟାଟିଙ୍ଗ କରୁଥିଲା ।

ମହିଲା ଗୋଟିଏ ସେକଣ୍ଡ ପାଇଁ ବି ନିଜକୁ ମୋବାଇଲ ଠାରୁ ଦୁର କରିଲା ନାହିଁ । କେବଳ ଶୋଇବା ସମୟରେ ହିଁ ନିଜ ହାତରୁ ମୋବାଇଲ ବାହାର କରିଥିଲା ।

ଲଗାତାର ମୋବାଇଲ ଧରିଥିବା କାରଣରୁ ମହିଳାର ହାତରେ ବ୍ୟଥା ଆରମ୍ଭ ହୋଇଗଲା, କିଛି ଦିନ ପରେ ତାକୁ ଅନୁଭବ ହେଲା କି ତାହାର ଆଙ୍ଗୁଠି ଗୁଡିକ କାମ କରୁ ନାହିଁ ଓ ଯେଉଁ ପୋଜିସନରେ ସେ ମୋବାଇଲକୁ ଧରିଥିଲା ସେହି ପୋଜିସନରେ ହିଁ ତାହାର ଆଙ୍ଗୁଠି ଗୁଡିକ ରହି ଯାଇଛି । ତାହାର ଆଙ୍ଗୁଠି ଗୁଡିକ ସିଧା ବି ହେଉ ନ ଥିଲା ।

ଏହା ପରେ ମହିଳା ଜଣକ ହସ୍ପିଟାଲ ଗଲା ଓ ନିଜ ହାତର ଚେକଅପ କରାଇଲା । ଯେଉଁଠି ତାହାର ହାତର ଚିକଶ୍ଚା କରାଗଲା । ଯାହା ପରେ ସେହି ମହିଳାର ହାତ ସାମାନ୍ୟ ସ୍ଥିତିକୁ ଆସି ପାରିଲା । ଯଦି ଆପଣ ବି ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି ତେବେ ଧ୍ୟାନ ରଖିବେ କି ମଝିରେ ମଝିରେ ନିଜ ହାତରୁ ମୋବାଇଲକୁ ଦୂରରେ ରଖନ୍ତୁ । କିଛି ସମୟ ପାଇଁ ନିଜ ହାତକୁ ଆରାମ ଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button