ଜ୍ୟୋତିଷ

ମନୋକାମନା ପୁରା ହେବାର ଏହି ଅଚୁକ୍ ଉପାୟ, ୨୪ ଘଣ୍ଟା ମଧ୍ୟରେ ଦେଖିବେ ଏହାର ପ୍ରଭାବ

ସମସ୍ତେ ନିଜ ଜୀବନରେ ବହୁତ ଇଛା ରଖିଥାନ୍ତି ଯେମିତି କି ଭଲ ଚାକିରି, ଅଧିକ ଟଙ୍କା, ଭଲ ସମ୍ପର୍କ ଓ ସୁସ୍ଥ ଜୀବନ । ସମସ୍ତେ ନିଜର ସ୍ଵପ୍ନଙ୍କୁ ପୁରା କରିବା ପାଇଁ ବି ବହୁତ ଚେଷ୍ଟା କରିଥାନ୍ତି । କିନ୍ତୁ କିଛି ଲୋକମାନଙ୍କର ଇଚ୍ଛା ପୁରା ହୋଇ ପାରେ ନାହିଁ । ଏଥିପାଇଁ ସେମାନେ ଜ୍ୟୋତିଷୀ ବିଦ୍ୟାର ସାହାରା ନେଇଥାନ୍ତି । ସେହି ଜ୍ୟୋତିଷୀ ଶାସ୍ତ୍ର ଆଧାରରେ ଆଜି ଆମେ ଆପଣମାନଙ୍କୁ ଏମିତି ଉପାୟ ବିଷୟରେ କହିବୁ ଯାହାର ପ୍ରଭାବ ୨୪ ଘଣ୍ଟା ମଧ୍ୟରେ ଦେଖାଯିବ ।

ବିଶେଷ ଇଚ୍ଛା ପୂର୍ତ୍ତି ହେତୁ ତୁଳସୀର ଉପାୟ

Image courtesy: Google

ତୁଳସୀ ଗଛ ସମସ୍ତ ହିନ୍ଦୁଙ୍କର ଆସ୍ଥା ଅଟେ । ଏମିତିରେ ଆପଣ ଯଦି ତୁଳସୀ ଗଛକୁ ପ୍ରତିଦିନ ସକାଳେ ପାଣି ଦେବେ ତେବେ ଏହା ଦ୍ଵାରା ଆପଣଙ୍କର କଲ୍ୟାଣ ହୋଇଥାଏ । ଏହା ସହିତ ନିଜର ବିଶେଷ ଇଚ୍ଛା ପୂର୍ତ୍ତି ହେତୁ ସନ୍ଧ୍ୟା ସମୟରେ ତୁଳସୀ ଗଛର ଡାହାଣ ପଟେ ମାଟିର ଦୀପ ଅବଶ୍ୟ ଲଗାନ୍ତୁ । ଦୀପ ଜଳାଇ ଭଗବାନ ବିଷ୍ଣୁଙ୍କୁ ନିଜର ଇଚ୍ଛା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରନ୍ତୁ ।

ରୁଦ୍ରାକ୍ଷ ଦ୍ଵାରା କରନ୍ତୁ ନିଜର ମନୋକାମନା ପୂର୍ତ୍ତିର ଉପାୟ

Image courtesy: Google

ସୋମବାର ଦିନ ଭଗବାନ ଶିବଙ୍କର ଅରାଧନା କରିବା ଦ୍ଵାର ସିଦ୍ଧି ପ୍ରାପ୍ତିରେ ସହାୟକ ହୋଇଥାଏ । ସେଥିପାଇଁ ଆପଣ ସୋମବାର ଦିନ ଶିବଙ୍କ ନିକଟରେ ରୁଦ୍ରାକ୍ଷ ଚଢାନ୍ତୁ । ଏହା ସହିତ ସବୁ ସୋମବାର ଦିନ ବେଲପତ୍ର ଉପରେ ଚନ୍ଦନର ଟିକା ଲଗାଇ ମନରେ ଭଗବାନ ଶିବଙ୍କୁ ଧ୍ୟାନ କରି ନିଜର ଇଚ୍ଛା କହି ଶିବଲିଙ୍ଗ ଉପରେ ବେଲପତ୍ର ଚଢାନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯିବ ।

ବ୍ୟବସାୟରେ ଲାଭ ପାଇଁ ଉପାୟ

Image courtesy: Google

ଯଦି ଆପଣଙ୍କର ବ୍ୟବସାୟରେ ମନଇଚ୍ଛା ଲାଭ ପ୍ରାପ୍ତି ହେଉ ନାହିଁ ତେବେ କୌଣସି ବି ଶନିବାର ଦିନ ନୀଳ କପଡାରେ ୨୧ଟି ଲାଲ କାଇଁଚ ଦାନାକୁ ବାନ୍ଧି ତିଜୋରିରେ ରଖି ଦିଅନ୍ତୁ । ଏହା ପରେ ଏହାକୁ ସବୁଦିନ ଧୂପ, ଦୀପ ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ବ୍ୟାପାରରେ ଭଲ ଲାଭ ମିଳିବ ।

ଅନାବଶ୍ୟକ ଖର୍ଚ୍ଚ ରୋକିବା ପାଇଁ ଉପାୟ

Image courtesy: Google

ଯଦି ଆପଣଙ୍କର ପରିବାରରେ ଅନାବଶ୍ୟକ ଖର୍ଚ୍ଚ ହେଉଛି ତେବେ ମଙ୍ଗଳବାର ଦିନ ଆପଣ ଏକ ସ୍ଵଛ ନାଲି ବସ୍ତ୍ରରେ ଅଧ କିଲୋ ନାଲି ମସୁର ଡାଲି ବାନ୍ଧି ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ୧୧ ଥର ବୁଲାଇ ପାଣିରେ ପ୍ରବାହିତ କରି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ପାରିବାରିକ ସମସ୍ୟା ଦୂର ହୋଇଯିବ ।

ଦୁର୍ଭାଗ୍ୟକୁ ଦୂର କରିବା ହେତୁ ଏହି ଉପାୟ

Image courtesy: Google

ମାନ୍ୟତା ଅଛି କି ଭଗବାନ ଗଣେଶଙ୍କର ପିଠିରେ ଦରିଦ୍ରତାର ବାସ ହୋଇଥାଏ । ସେଥିପାଇଁ ଯେତେବେଳ ବି ଭଗବାନ ଗଣେଶଙ୍କର ମୂର୍ତ୍ତି ଆଣିବେ ତେବେ ଧ୍ୟାନ ରଖିବେ କି ତାଙ୍କର ମୁହଁ ଘରର ଭିତର ଆଡକୁ ହିଁ ଥିବା ଦରକାର । ଏହା ଛଡା ଆପଣ ଗଣେଶଙ୍କର ଫଟୋକୁ ଘର ମୁଖ୍ୟ ଦ୍ଵାରରେ ବି ଲଗାଇ ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button