ଦେଶ- ବିଦେଶ

ଏମିତି ପ୍ରବଳ ଖରାରେ ବି ସ୍କୁଟରରେ ବୁଲି ଲୋକମାନଙ୍କର ଶୋଷ ମେଣ୍ଟାଉଛନ୍ତି ଏହି ବୟସ୍କ ବୃଦ୍ଧ ବ୍ୟକ୍ତି, ଏହା ପଛର କାରଣ ଜାଣିଲେ ଆପଣ ବି ତାଙ୍କ ପରି କରିବାକୁ ଚାହିଁବେ

ବର୍ତ୍ତମାନ ଦିନରେ ଗରମର ପାରଦ ଆକାଶକୁ ସ୍ପର୍ଶ କରୁଛି । ଏହି ଗରମ ଦିନରେ ବାହାରକୁ ବାହାରିବା ପାଇଁ ବି ଭଲ ଲାଗେ ନାହିଁ । ଏହା ଛଡା ଯେତେବେଳେ ଆପଣ ଗରମ ଦିନରେ ବାହାରକୁ ଯାଉଛନ୍ତି ତେବେ ଆପଣଙ୍କୁ ଡିହାଈଡ୍ରେସନର ବି ଡର ରହିଥାଏ । ସେଥିପାଇଁ ଆପଣଙ୍କୁ ସମୟ ସମୟରେ ପାଣି ପିଇବା ଇଚିତ । ଯାହା ଦ୍ଵାରା ଶରୀରରେ ପାଣିର ମାତ୍ରା କମ ନ ହେବ ।

ଏମିତିରେ ଆପଣମାନେ ଦୋକାନରୁ ପାଣି କିଣି କରି ପିଇଥାନ୍ତି । ପୂର୍ବ ଜମାନାରେ ପାଣି ପିଆଇବାକୁ ଧର୍ମର କାମ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଟଙ୍କା ବିନା କିଛି ମିଳେ ନାହିଁ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ବୟସ୍କ ସର୍ଦ୍ଦାରଙ୍କ ସହ ଦେଖା କରାଇବାକୁ ଯାଉଛୁ ଯିଏକି ଗରମ ମୌସମରେ ବି ଦିଲ୍ଲୀର ରାସ୍ତା ଉପରେ ଫ୍ରୀ ରେ ପାଣି ଦେଉଛନ୍ତି । ଏହି ସର୍ଦ୍ଦାରଙ୍କ ପାଖରେ ନିଜର ଏକ ସ୍କୁଟର ଅଛି । ଏହି ସ୍କୁଟର ଉପରେ ସେ ପାଣିର ଛୋଟ ଛୋଟ କ୍ୟାନ ରଖି ରାସ୍ତାରେ ଆସୁଥିବା ଯାଉଥିବା ଲୋକମାନଙ୍କୁ ପାଣି ପିଇବାକୁ ଦେଉଛନ୍ତି ।

ସର୍ଦ୍ଦାରଙ୍କର ଏହି କାମ ବର୍ତ୍ତମାନ ଇଣ୍ଟରନେଟରେ ବହୁତ ଭାଇରାଲ ହେଉଛି । କେହି ଜଣେ ତାଙ୍କର ଏହି ପାଣି ସେବାର ଏକ ଭିଡିଓ କରି ଇଣ୍ଟରନେଟରେ ଅପ୍ଲୋଡ କରିଦେଇଛି । ବର୍ତ୍ତମାନ ଏହ ଭିଡିଓକୁ ବହୁତ ଲାଇକ୍ସ ଓ କମେନ୍ଟ ମିଳୁଛି ।

ଭିଡିଓରେ ଆପଣ ଦେଖି ପାରିବେ କି ଜଣେ ସର୍ଦ୍ଦାର ରାସ୍ତାରେ ନିଜର ସ୍କୁଟରରେ ପାଣି ନେଇ ଛିଡା ହୋଇଛି । ଏହି ସମୟରେ ସେଠାରେ ଏକ ବସ ଆସୁଛି ଯେଉଁଥିରେ ବସିଥିବା ଯାତ୍ରୀମାନଙ୍କୁ ସେ ପାଣି ପିଇବାକୁ ଦେଉଛନ୍ତି । ଏହା ଛଡା ଆଖପାଖରେ ଯାଉଥିବା ଲୋକମାନେ ବି ତାଙ୍କ ଠାରୁ ବୋତଲରେ ପାଣି ଭର୍ତ୍ତି କରି ନେଇ ଯାଉଛନ୍ତି ।

ସର୍ଦ୍ଦାରଙ୍କର ଏହି କାମକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି । ଯେଉଁ ଗରମ ଯୋଗୁ ଲୋକମାନେ ଘରୁ ବାହାରିବାକୁ ପସନ୍ଦ କରନ୍ତି ନାହିଁ, ସେହି ଗରମରେ ସର୍ଦ୍ଦାର ବିନା କୌଣସି ସ୍ଵାର୍ଥରେ ଲୋକମାନଙ୍କର ସେବା କରୁଛନ୍ତି ।

ଏହି ସର୍ଦ୍ଦାର ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି । ଆମକୁ ବି ବେଳେ ବେଳେ ବିନା ନିଜ ବିଷୟରେ ଚିନ୍ତା କରି ଅନ୍ୟ ବ୍ୟକ୍ତିମାନଙ୍କୁ ସାହାର୍ଯ୍ୟ କରିବା ଉଚିତ । ପୁଣି ପାଣି ପିଆଇବା ତ ଏକ ପୂଣ୍ୟ କାମ ଅଟେ । ସେଥିପାଇଁ ଯଦି ଆପଣଙ୍କୁ କେବେ ବି ଚାନ୍ସ ମିଳୁଛି ତେବେ ରାସ୍ତାରେ ଯାଉଥିବା ଲୋକଙ୍କୁ ପାଣି ଦିଅନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button