ଦେଶ- ବିଦେଶ

ମନ୍ଦିର ଭିତରେ ଦଉଡିରେ ଝୁଲୁଥିବା ଅବସ୍ଥାରେ ମିଳିଲା ଏକ ପ୍ରେମୀ ଯୋଡି, ଦୁହେଁ ସମ୍ପର୍କରେ ଥିଲେ ଭାଇ ଭଉଣୀ, ଜାଣନ୍ତୁ ପୁରା ଘଟଣା

ହରିୟାଣା ରାଜ୍ୟରେ ଭିବାନୀ ଅଞ୍ଚଳରେ ଥିବା ଏକ ମନ୍ଦିର ଭିତରେ ଏକ ପ୍ରେମୀ ଯୋଡି ନିଜକୁ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି । କୁହାଯାଉଛି କି ଆତ୍ମହତ୍ୟା କରିଥିବା ପ୍ରେମୀ ଯୋଡି ଗୋଟିଏ ସ୍ଥାନର ଅଟନ୍ତି ଓ ଏମାନେ ପରସ୍ପରର ସମ୍ପର୍କୀୟ ମଧ୍ୟ ଅଟନ୍ତି । ଆତ୍ମହତ୍ୟା ପୂର୍ବରୁ ଏମାନେ ପ୍ରଥମେ ଘରୁ ଫେରାର ଥିଲେ ଏବଂ ତାଙ୍କୁ ପୁଲିସ ମଧ୍ୟ ଖୋଜୁଥିଲେ ଓ ପରେ ପୁଲିସଙ୍କୁ ଏହି ଦୁଇ ଜଣଙ୍କର ଶବ ମନ୍ଦିର ଭିତରୁ ମିଳିଥିଲା ।

ସମ୍ପର୍କରେ ଥିଲେ ଦାଦା ପୁଅ ଭାଇ – ଭଉଣୀ

କୁହାଯାଉଛି କି ଆତ୍ମହତ୍ୟା କରିଥିବା ଯୁବତୀ ଅନିତା ଏବଂ ଯୁବକ କୁଳବନ୍ତ ସମ୍ପର୍କରେ ଦାଦା ପୁଅ ଭାଇ ଓ ଭଉଣୀ ଅଟନ୍ତି । ଏମାନେ ପରସ୍ପରଙ୍କୁ ଭଲ ପାଉଥିଲେ । ୧ ଏପ୍ରିଲରୁ ଏମାନେ ଘରୁ ଫେରାର ଥିଲେ । ଏହା ପରେ ପୁଲିସ ଷ୍ଟେସନରେ ତାଙ୍କ ନାମରେ ରିପୋର୍ଟ ଲେଖା ଯାଇଥିଲା । ପୋଲିସ ଆନୁସାରେ ୨ ଏପ୍ରିଲ ଦିନ ସକାଳେ ଯେତେବେଳେ ଜଣେ ଯୁବକ ପୂଜା କରିବା ପାଇଁ ମନ୍ଦିରକୁ ଯାଇଥିଲେ ତେବେ ସେ ଏହି ଦୁଇ ଜଣଙ୍କର ଶବ ଦେଖିଲେ ।

ଏହି ଦୁଇ ଜଣ କପଡା ଷ୍ଟଲରେ ଏକ ସହିତ ଫାସୀ ଲଗାଇଥିଲେ । ଏହି କଥାର ସୂଚନା ପ୍ରଥମେ ସରପଞ୍ଚ ବଜୀର ସିଂହଙ୍କୁ ଦିଆ ଯାଇଥିଲା ଓ ପରେ ପୋଲିସ ସେଠାରେ ପହଞ୍ଚିଥିଲା ।

ପୁଲିସ ସେହି ସ୍ଥାନରେ ପହଞ୍ଚି ସେହି ଯୁବକ ଏବଂ ଯୁବତୀର ଶବକୁ ପୋଷ୍ଟମଟମ ପାଇଁ ପଠାଇଥିଲେ । ପୋଲିସଙ୍କ ଅନୁସାରେ ଅନିତାର ବୟସ ୧୮ ବର୍ଷ ଅଟେ ଓ ସେ ବର୍ତ୍ତମାନ ହିଁ +୨ ପରୀକ୍ଷା ଦେଇଛନ୍ତି ଓ କୁଳବନ୍ତର ବୟସ ୨୫ ବର୍ଷ ଅଟେ ଓ ସେ ବିଏ ପାସ କରିଛି । ଏହା ସହିତ ସେ ହରିୟାଣାର ଦିବ୍ୟାଙ୍ଗ କ୍ରିକେଟ ଟିମର ସଦସ୍ୟ ଥିଲା । ଏହି ମାମଲାକୁ ଯାଞ୍ଚ କରୁଥିବା ଏଏସଆଇ ମନୀରାମ ଙ୍କ ଅନୁସାରେ ତାଙ୍କୁ ଏହି ମାମଲା ଅନର କିଲିଂଗ ଲାଗୁନାହିଁ ତଥାପି ପୋଲିସ ଯାଞ୍ଚ କରୁଅଛି । ପୁଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାରର ସୁସାଇଡ ନୋଟ ମିଳିନାହିଁ ।

ଘରବାଲାଙ୍କୁ ଏହି ପ୍ରେମ ବିଷୟରେ ଜଣା ନ ଥିଲେ

ଅନିତାର ପିତା ଉଦୟ ସିଂହଙ୍କ ଅନୁସରେ ତାଙ୍କ ଝିଅ ୧ ଏପ୍ରିଲରୁ ଘରୁ ଫେରାର ଥିଲା । ଏହା ପରେ ସେ ପୁଲିସରେ ରିପୋର୍ଟ ଲେଖାଇ ଥିଲେ । ଉଦୟ ସିଂହ ଏବଂ ଯୁବକର ପିତା ରଘୁବୀରଙ୍କ ଅନୁସାରେ ତାଙ୍କୁ ଏହି କଥା ବିଷୟରେ କିଛି ବି ଜଣା ନଥିଲା କି ତାଙ୍କର ପିଲାମାନେ ପରସ୍ପରଙ୍କୁ ପ୍ରେମ କରୁଛନ୍ତି । ବର୍ତ୍ତମାନ ଏହି ମାମାଲାକୁ ପୁଲିସ ସବୁ ପ୍ରକାରରେ ଯାଞ୍ଚ କରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button