ମନୋରଞ୍ଜନ

କେବେ ବ୍ଯୂଟୀ କ୍ୱୀନ ହୋଇ ଜିତି ଥିଲେ ସମସ୍ତଙ୍କର ହୃଦୟ, ଆଜି ଆର୍ମୀ ଅଫିସର ହୋଇ ଜଏନ କରିଲେ ଡ୍ଯୂଟୀ, କାହିଁକି ନେଲେ ସେ ଏମିତି ନିଷ୍ପତ୍ତି, ଜାଣନ୍ତୁ

ପ୍ରାୟତଃ ଆପଣମାନେ ଶୁଣିଥିବେ କି ଯେତେବେଳେ କେହି ବି ମଡେଲ ବ୍ଯୂଟୀ କନ୍ଟେସ୍ଟ ଜିତି ଥାଏ ତେବେ ତାହାର ଜାଗା ବଲୀଉଡ କିମ୍ବା ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନିଶ୍ଚିତ ହୋଇଯାଏ । ଏହା ପରେ ତାଙ୍କ ପଛରେ ଫିଲ୍ମ, ବିଜ୍ଞାପନର ଲାଇନ ଲାଗିଯାଏ । କିନ୍ତୁ ଏମିତି ଜଣେ ମଡେଲ ଅଛନ୍ତି, ଯିଏ ଏହିଭଳି ଚିନ୍ତାଧାରାକୁ ପୂରାପୂରି ବଦଳାଇ ଦେଇଛନ୍ତି । ଏହି ମହିଳା ଜଣକ ନା କୌଣସି ଫିଲ୍ମ ସାଇନ କରିଲେ, ନା ସିରିୟଲ, ନା ବିଜ୍ଞାପନରେ ନଜର ଆସିଲେ ।

ସେ ଦେଶର ରକ୍ଷା କରିବା ପାଇଁ ନିଷ୍ପତି ନେଲେ । ଆମେ ଆଜି ଲେଫ୍ଟିନେଂଟ ଗରିମା ୟାଦବଙ୍କର ବିଷୟରେ କହୁଛୁ । ଯିଏକି ଦିନେ ବ୍ଯୂଟୀ କ୍ୱୀନ ହୋଇ ସମସ୍ତଙ୍କର ହୃଦୟ ଜିତି ଥିଲେ, କିନ୍ତୁ ତାଙ୍କର ଅସଲ ଲକ୍ଷ ଆର୍ମୀରେ ଯିବାର ଥିଲା ।

କେବେ ବ୍ଯୂଟୀ କ୍ୱୀନ ହୋଇ ଜିତି ଥିଲେ ସମସ୍ତଙ୍କର ହୃଦୟ

ଦିଲ୍ଲୀର ୟୂନିୱର୍ସିଟୀର ସେଂଟ ସ୍ଟୀଫନ କଲେଜରୁ ଗ୍ରେଜୁଏଶନ ଶେଷ କରିଥିବା ଗାରିମା ହରିୟାନାର ରେବାଡିର ସୁରହେଲୀ ଗ୍ରାମର ନିବାସୀ ଅଟନ୍ତି । ସେ ଇଣ୍ଡିଆ ମିସ ଚାର୍ମିଙ୍ଗ ଫେସ – ୨୦୧୭ର ଟାଇଏଲ ଜିତି ଥିଲେ । ମୁମ୍ବାଇରେ ଆୟୋଜିତ ଏହି ପ୍ରତିଯୋଗୀତାରେ ଗାରିମା ଅଲଗା ଅଲଗା ରାଜ୍ୟର ୨୦ ପ୍ରତିଯୋଗୀମାନଙ୍କୁ ପଛରେ ଛାଡି ଦେଇଥିଲେ । ଇଣ୍ଡିଆର ମିସ ଚାର୍ମିଙ୍ଗ ଫେସ ହେବ ପରେ ସେ ଅଭିନୟ ଏବଂ ମଡେଲିଙ୍ଗ ଦୁନିଆକୁ ଛାଡି ଆର୍ମୀ ଆଡକୁ ଅଗ୍ରସର ହୋଇଥିଲେ ।

ଗରିମା ପ୍ରଥମ ଥର ସୀଡୀଏସ (କଂବାଇଂଡ ଡିଫେଂସ ସର୍ବିସ)ର ପରୀକ୍ଷା ପାସ କରିଥିଲେ ଏବଂ ଚେନ୍ନାଇରେ ଓଟୀଏ (ଅଫିସର ଟ୍ରେନିଂଗ ଏକେଡମୀ) ରେ ନିଜର ଏକ ଖାସ ସ୍ଥାନ କରିଥିଲେ ।

ଗୋଟିଏ ରିପୋର୍ଟ ଅନୁସାରେ ଭାରତୀୟ ସେନାରେ ଅଫିସର ହେବା ପୂର୍ବରୁ ତାଙ୍କୁ ବ୍ଯୂଟୀ କନ୍ଟେସ୍ଟର ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଲଗା ଚରଣରେ ଡକା ଯାଇଥିଲା । କିନ୍ତୁ ଓଟୀଏରେ ଜାଗା ମିଳିବ ମାତ୍ରେ ସେ ଏହି ପ୍ରତିଯୋଗୀତାକୁ ଛାଡି ନିଜ ଦେଶର ସେବା କରିବା ପାଇଁ ନିଷ୍ପତି ନେଲେ ।

ଏହି କମଜୋରକୁ ଦୂର କରିବା ପାଇଁ ଚାହୁଁଥିଲେ ଗରିମା

ଗରିମାଙ୍କର କହିବା ଅଟେ କି ଲୋକମାନଙ୍କର ଭୁଲ ଧାରଣ ଅଛି କି ଯଦି ଖେଳରେ ଭଲ ଅଛନ୍ତି ଏବଂ ଶାରୀରିକ ମଜବୁତ ଅଛନ୍ତି ତେବେ ଯାଇ ଏସଏସବୀରେ ଆପଣ ବଛା ଯାଇ ପାରିବେ । ଏମିତି ନୁହେଁ କାରଣ ଆପଣଙ୍କୁ କେବଳ ଦରକାର ଅଟେ ଆପଣ ନିଜର କମଜୋରକୁ ସହଜରେ ଜାଣନ୍ତୁ ଏବଂ ତାହା ଉପରେ ପୂରାଦମରେ କାମ କରନ୍ତୁ । ଏହା ପରେ ହିଁ ଆପଣଙ୍କର ଜୀବନ ଭଲ ହୋଇ ପାରିବ ଏବଂ ଆପଣଙ୍କର ସ୍ଵପ୍ନ ବି ପୁରା ହୋଇ ପାରିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button