ଦେଶ- ବିଦେଶ

ଆଦିବାସୀ ଝିଅମାନଙ୍କ ପାଇଁ ଗୁଜୁରାଟର ଏହି IPS ଏବଂ IAS ଅଫିସର କଲେ ଏମିତି କାମ କି ଆପଣ ବି ଦେବେ ଏମାନଙ୍କର ଉଦାହରଣ

ଭାରତ ଏକ ଏମିତି ଦେଶ ଅଟେ ଯେଉଁଠି ଝିଅ ଏବଂ ମହିଳା ମାନଙ୍କୁ ଦେବୀଙ୍କର ସମାନ ବୋଲି ବି କୁହା ଯାଇଥାଏ । କିନ୍ତୁ ଅନ୍ୟ ପଟେ ସମାଜରେ କିଛି ଲୋକମାନେ ଝିଅମାନଙ୍କୁ ବହୁତ ଯନ୍ତ୍ରଣା ଦେଇଥାନ୍ତି । ଏହିଭଳି ଭବାନା ରଖୁଥିବା ଲୋକମାନେ ଆମ ଦେଶ ପାଇଁ ବହୁତ ଖରାପ ଅଟନ୍ତି । ଏମିତିରେ ଆଜି ଆମ ଆପଣଙ୍କୁ ଏହିଭଳି ଦୁଇଜଣ ଅଧିକାରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଏକ ଏମିତି ପଦକ୍ଷେପ ନେଇଛନ୍ତି କି ଯେଉଁଥିରେ ଆମ ସମସ୍ତଙ୍କୁ ଏଥିରୁ କିଛି ଶିକ୍ଷା ନେବା ଦରକାର ।

ଆପଣଙ୍କୁ କହି ଦେଉଛୁ ଯେ ଗୁଜୁରାଟରେ ରହୁଥିବା ଜଣେ IPS ଅଧିକାରୀ ଏବଂ ଜଣେ IAS ଅଧିକାରୀ ଏମିତି କାମ କରିଛନ୍ତି କି, ଯାହାକୁ ଜାଣିବା ପରେ ତାଙ୍କର ସମସ୍ତେ ପ୍ରଶଂସା କରୁଛନ୍ତି । ଯାହା ଅନ୍ୟ ଅଧିକାରୀ ମାନଙ୍କ ପାଇଁ ଏକ ପ୍ରେରଣା ଅଟେ । ଏହା ବି ବହୁତ ଗର୍ବର କଥା ଅଟେ । ଏହି ଅଧିକାରୀ ମାନେ ଆଦିବାସୀ ଝିଅ ମାନଙ୍କର ଶିକ୍ଷାର ପୁରା ଖର୍ଚର ଦାୟିତ୍ଵ ନିଜ ଉପରେ ନେଇଛନ୍ତି ।

ଯେଉଁଠି ଝିଅ ମାନଙ୍କୁ ସମାଜରେ ଲୋକମାନେ ଖରାପ ନଜରରେ ଦେଖିଥାନ୍ତି । ଅନ୍ୟ ପଟେ ଏହି ୨ ଅଧିକାରୀଙ୍କ କାରଣରୁ ବନାସକାଂଠାର ଆଦିବାସୀ ଅଞ୍ଚଲର ଗରିବ ଝିଅମାନଙ୍କୁ ଶ୍ରମ ସ୍ଥାନରେ ସ୍କୁଲ ମିଳିଛି । କହି ଦେଉଛୁ ଯେ ଏହି ଦୁଇ ଅଧିକାରୀମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି IPS ଅଶୋକ କୁମାର ୟାଦବ, ଯିଏକି ବନାସକାଂଠାର ଆଦିବାସୀ ଅଞ୍ଚଳର ଗରିବ ଝିଅ ମାନଙ୍କୁ ଗୋଦ ନେଇ ସେମାନଙ୍କର ଶିକ୍ଷାର ପୁରା ଖର୍ଚ ଉଠାଇ ଛନ୍ତି । କହି ଦେଉଛୁ ଯେ ଅଶୋକ କୁମାର ୟାଦବ ସବୁ ବର୍ଷ ନିଜର ଜନ୍ମ ଦିନକୁ ବନାସକାଂଠାର ଆଦିବାସୀ ପିଲାମାନଙ୍କ ସହିତ ମନାନ୍ତି ।

କିନ୍ତୁ ଏହି ବର୍ଷ ପୁଲୱାମାରେ ହୋଇଥିବା ଆତଙ୍କି ଆକ୍ରମଣ କାରଣରୁ ସେ ନିଜର ଜନ୍ମ ଦିନ ପାଳନ କରି ନାହାନ୍ତି । ଏବଂ ସେ ଯେତେବେଳେ ଏସପି ଥିଲେ, ସେତେବେଳେ ସେ ଅମୀରଗଡର ୨୫ ଝିଅଙ୍କୁ ଗୋଦ ନେଇ ଥିଲେ । ଏହା ଦେଖି ବନାସକାଂଠାର ତତ୍କାଲୀନ କଲେକ୍ଟର ଏବଂ ଆଈଏଏସ ଅଧିକାରୀ ଦିଲୀପ ରାଣା ବି ସେହି କ୍ଷେତ୍ରର ଆହୁରି ୨୫ ଜଣ ଝିଅଙ୍କୁ ଗୋଦ ନେଇଥିଲେ ।

ଏମାନଙ୍କର ଏହି ପଦକ୍ଷେପ ଦ୍ଵାରା କେତେକ ସ୍ୱଯଂସେବୀ ସଂସ୍ଥାମାନେ ବୀ ଏଥିରେ ଭାଗ ନେବାକୁ ଆଗେଇ ଆସିଛନ୍ତି । ଅମୀରଗଢର ବୀରମପୁର କ୍ଷେତ୍ରରେ ୧୦୦ ଝିଅମାନଙ୍କୁ ଗୋଦ ନେଇ ତାଙ୍କର ଖର୍ଚ ଉଠାଇଛନ୍ତି ।

ଏହି ଦୁଇଜଣ ଅଧିକାରୀମାନେ ନିଜର ସ୍ୟାଲେରୀରୁ କିଛି ଟଙ୍କା ବଞ୍ଚାଇ ଆଦିବାସୀ ଝିଅମାନଙ୍କର ପଢିବାର ବ୍ୟବସ୍ଥା କରିଛନ୍ତି । ଏମାନଙ୍କର କହିବା ଅଟେ କି ଝିଅମାନଙ୍କୁ ପଢାଇବା କୌଣସି ପୂଣ୍ୟ ଠାରୁ କମ ନୁହେଁ । ଯେତେବେଳେ ଗରିବ ପରିବାର ପିତା ନିଜର ଝିଅକୁ ସ୍କୁଲ ଜାଗାରେ ମଜଦୂରୀ କରିବା ପାଇଁ ପଠାଇ ଥାନ୍ତି, ସେତେବେଳେ ଏହି ଦୁଇ ଅଧିକାରୀମାନେ ଝିଅ ମାନଙ୍କୁ ପଢିବାର ଶିକ୍ଷା ଦେଇଛନ୍ତି । ଏହି ଦୁଇ ଅଧିକାରୀଙ୍କର କାମକୁ ଆମେ ସାଲ୍ୟୁଟ କରୁଛୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button