ଦେଶ- ବିଦେଶ

ଝିଅର ପ୍ରଥମ ଜନ୍ମଦିନ ପାଳନ କରି ଫେରିଥିଲେ ଡ୍ଯୁଟିକୁ, ସହିଦ ହେବା ପୂର୍ବରୁ ଯବାନ ମନୋଜ ବେହେରା ପତ୍ନୀକୁ ଫୋନରେ କହିଥିଲେ ଏମିତି କଥା

ଗତ ଗୁରୁବାର ଦିନ ପୁଲୱାମା ରେ ହୋଇଥିବା ଆତଙ୍କି ଆକ୍ରମଣରେ ପୁରା ଦେଶକୁ ଦୋହଲାଇ ଦେଇଛି । ଏହି ଆକ୍ରମଣରେ ସହିଦ ହୋଇଛନ୍ତି ୪୫ ଯବାନ ଏବଂ ୩୫ରୁ ଅଧିକ ଯବାନ ଆହତ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆକ୍ରମଣ ପରେ କହିଛନ୍ତି ଯେ ଆମ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ସେ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଏହା କାପୁରୁଷଙ୍କ କାମ ବୋଲି କହିଛନ୍ତି ଓ ସହିଦ ଯାବନଙ୍କ ବଳିଦାନ ଖାଲିଯିବ ନାହିଁ ବୋଲି କହିଛନ୍ତି ।

ଏହି ଆକ୍ରମଣ ରେ ଓଡିଶାର ଦୁଇଜଣ ବୀର ପୁତ୍ର ମଧ୍ୟ ସହିଦ ହୋଇଛନ୍ତି । ତେବେ ସେହି ଦୁଇଜଣ ଓଡିଆ ସହିଦ ଯବାନ ହେଲେ ପ୍ରସନ୍ନ କୁମାର ସାହୁ ଓ ଅନ୍ୟଜଣେ ମନୋଜ କୁମାର ବେହେରା।

ଜୈସ-ଇ-ମହମ୍ମଦ ସଂଗଠନ ଏହି ସବୁ କରିଥିବାର ସୂଚନା ମିଳିଛି,  ଆଦିଲ ଅହମ୍ମଦ ନାମକ ଆତଙ୍କବାଦୀ  ଯିଏ ଏହି ସଂଗଠନ ପାଇଁ କାମ କରେ ସେ ଏକ କାର ରେ ବିସ୍ଫୋରକ ରଖି ଯବାନଙ୍କ ବସ ରେ ଧକ୍କା କରାଇଥିଲା ।  ନିଜକୁ ମାରିବା ସହ ଆମ ଦେଶର କେତେ ବୀର ଯାବନ ମାନଙ୍କ ଜୀବନ ମଧ୍ୟ ନେଇ ଯାଇଛି ସେହି ଆତଙ୍କବାଦି। ଜେଟଲୀ କହିଛନ୍ତି , ସହିଦ ମାନଙ୍କୁ ଆମେ ସାଲ୍ୟୁଟ କରୁଛୁ ଏବଂ ଆମେ ତାଙ୍କ ପରିବାରବର୍ଗଙ୍କ ସହ ସର୍ବଦା ଠିଆ ହେବୁ । ସାରା ଦେଶ ସେହି ସବୁ ବୀରଙ୍କ ପାଇଁ ଗର୍ବିତ ଓ ଦୁଃଖିତ ।

ପ୍ରସନ୍ନ କୁମାର ସାହୁ ଜଗତସିଂହପୁର ଜିଲ୍ଲା ନାଉଗାଁର ବୋଲି ବାସିନ୍ଦା ବୋଲି ଜଣାପଡ଼ିଛି ଓ ମନୋଜଙ୍କ ଘର କଟକ ଜିଲ୍ଲାର ନିଆଳି ରତନପୁର ଗାଁରେ ବୋଲି ଜଣାପଡ଼ିଛି । ୨୦୦୬ ରୁ ମନୋଜ  ସିଆରପିଏଫରେ ଯୋଗ ଦେଇଥିଲେ । ସେ ୨୦୧୭ରେ ବିବାହ କରିଥିଲେ ଏବଂ ତାଙ୍କର ବର୍ଷକର ଏକ ଝିଅ ମଧ୍ୟ ଅଛି । ସେ ସିଆରପିଏଫ୍ କନେଷ୍ଟବଲ୍ ଭାବେ କାର୍ଯ୍ୟରତ ଥିଲେ ।

ସେହି ଘଟଣାର ପୂର୍ବଦିନ ରାତିରେ ମନୋଜ ପତ୍ନୀଙ୍କୁ ଫୋନ୍‌ କରି କଥା ହୋଇଥିଲେ ଓ କହିଥିଲେ “ଶ୍ରୀନଗର ଯାଉଛି, ରାସ୍ତା କ୍ଲିୟର୍‌ ନଥିବାରୁ କିଛି ସମୟ ପରେ ବାହାରିବି, ଶ୍ରୀନଗର ଯିବାକୁ ରାତି ସାଢ଼େ ୩ଟାରୁ ଉଠିଲିଣି, ପହଞ୍ଚି ଫୋନ୍‌ କରିବି”, କଥାଦେଇଥିଲେ କି ପହଞ୍ଚି ଫୋନ କରିବେ ହେଲେ ତାପରେ ହେଇଥିବା ଆତଙ୍କି ଆକ୍ରମଣରେ ସେ ସମସ୍ତଙ୍କୁ ଛାଡି ଚାଲି ଯାଇଥିଲେ ।  ଜାନୁୟାରୀ 16 ରେ ସେ ଝିଅର ପ୍ରଥମ ଜନ୍ମଦିନ ପାଳନ କରି ଫେରିଥିଲେ ।

କିନ୍ତୁ ତା ପରଦିନ ହଟାତ ଏଭଳି ଦୁଃଖଦ ଖବର ଶୁଣି ମନୋଜଙ୍କ ପତ୍ନୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ନିଜ ହୃଦୟରେ ଥିବା କୋହକୁ ଚାପି ମନୋଜଙ୍କ ସହ ହୋଇଥିବା ସେହି ଶେଷ ପଦ କଥା କହି ସେ କାନ୍ଦୁଛନ୍ତି । ସେହି ହୃଦୟ ବିଦାରକ ଦୃଶ୍ୟ ଦେଖି ହୃଦୟ ଫାଟି ପଡୁଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button