ଦିଲ୍ଲୀ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରରେ ଅଗ୍ନିକାଣ୍ଡ: ୩୦୦ ଗାଡ଼ି ପୋଡ଼ିଗଲା – Kalinga News
[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ୱାଜିରାବାଦସ୍ଥ ପୁଲିସ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟରେ ନିଆଁ ଲାଗି ଏହା ପରିସରରେ ଥିବା ୩୦୦ଶହ କାର୍, ମୋଟରସାଇକଲ ଆଦି ପୋଡ଼ିଯାଇଛି। ଦିଲ୍ଲୀ ପୁଲିସ ପକ୍ଷରୁ ଘଟଣା ସମ୍ପର୍କରେ କୁହାଯାଇଛି ଯେ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟରେ ଏକ ମାଲଖାନା (ଗୋଦାମ) ରହିଛି। ଏଠାରେ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା କାର୍, ମୋଟରସାଇକଲ, ଟ୍ରକ୍ ଆଦି ରଖାଯାଇଥାଏ। ଏଭଳି ୪ଶହ ଗାଡ଼ି ରହିଥିଲା। ନିଆଁ ଲାଗିଯିବା ଫଳରେ ୧୨୫ଟି ଚାରିଚକିଆ ଯାନ ଓ ୧୭୫ଟି ଦୁଇଚକିଆ ଯାନ ପୋଡ଼ିଯାଇଛି। ଦିଲ୍ଲୀ ଅଗ୍ନିଶମ ଅଧିକାରୀ ଅଶୋକ କୁମାର ଜୟସ୍ବାଲ୍ କହିଛନ୍ତି ଯେ ନିଆଁ ଲାଗିବା ନେଇ ଅପରାହ୍ଣ ୨ଟା ୩୭ ମିନିଟ୍ରେ ସୂଚନା ମିଳିଥିଲା। ତୁରନ୍ତ ୧୪ଟି ଦମକଳ ଗାଡ଼ି ନେଇ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରାତି ସୁଦ୍ଧା ନିଆଁ ଲିଭା କାମ ଜାରି ରହିଛି। କୌଣସି ବ୍ୟକ୍ତି ଜଳନ୍ତା ସିଗାରେଟ୍ ଫିଙ୍ଗି ଦେବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ନଚେତ୍ ତୀବ୍ର ଗରମରେ ଗାଡ଼ିଗୁଡ଼ିକରେ ଥିବା ଡିଜେଲ୍, ଇଂଜିନ୍ ଅଏଲ୍ ଆଦିରେ ସ୍ବତଃସ୍ପୂର୍ତ୍ତ ଭାବେ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।
[ad_2]