ଦେଶ- ବିଦେଶ

ବର୍ଡର ରେ କରିଥାନ୍ତି ଶତୃଙ୍କର ନାଶ, ଶଶୁରଘରେ ପାଳନ କରିଥାନ୍ତି ମା, ବୋହୁ ଓ ପତ୍ନୀଙ୍କ କର୍ତ୍ତବ୍ୟ

ଭାରତ ଦେଶ ଦୁଇଟି କଥା ପାଇଁ ଜଣାଯାଏ ଯବାନ ଓ କିଶାନ । ଯେଉଁଠି ଗୋଟିଏ ପକ୍ଷରେ ଚାଷୀ ଝାଳ ବୁହାଇ ଦେଶକୁ ଖାଦ୍ୟ ପଦାର୍ଥ ଯୋଗାଏ ସେଇଠି ଯବାନ ବର୍ଡର ରେ ରକ୍ତ ବୁହାଇ ଦେଶକୁ ଶତୃମାନଙ୍କ କବଳରୁ ରକ୍ଷା କରିଥାନ୍ତି । ସାଧାରଣତଃ ଲୋକ ସବୁବେଳେ କୁହନ୍ତି କି ବୀର ଯବାନ କେବଳ ପୁଅ ମାନେ ହିଁ ହୋଇଥାନ୍ତି ଯିଏ ଦେଶର ରକ୍ଷା କରିଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ ଜଣାଇବୁ ଯିଏ ଆର୍ମିର ଏକ ମେଜର ବର୍ଡର ରେ କରିଥାନ୍ତି ଶତୃ ମାନଙ୍କର ନାଶ ଓ କିନ୍ତୁ ଘରେ ଏକ ଆଦର୍ଶ ବୋହୁ ହୋଇ ରୁହନ୍ତି ।

ଆର୍ମିର ଏହି ମେଜର ବର୍ଡର ରେ କରିଥାନ୍ତି ଶତୃ ନାଶ

ଆଜିର ସମୟରେ ମହିଳା ଓ ପୁରୁଷ ପାଦରେ ପାଦ ମିଶାଇ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢୁଛନ୍ତି। ଏଥିରେ ଆମେ ଏକ ଏମିତି ମହିଳାଙ୍କ ନାମ ଜଣାଇବାକୁ ଯାଉଛୁ ଯିଏ ଭାରତୀୟ ଆର୍ମି ର ମେଜର ଅଟନ୍ତି ଓ ସେ ନିଜ ପର୍ଶନାଲ ଲାଇଫ ସହିତ ପ୍ରଫେସନାଲ ଲାଇଫ କୁ ଅଲଗା ରଖିଥାନ୍ତି । ତାଙ୍କର ନାମ ମେଜର ପ୍ରେରଣା ସିଂହ ଯିଏ ରାଜସ୍ଥାନ ରେ ରୁହନ୍ତି । ପ୍ରେରଣା ନିଜ ଗାଁର ପ୍ରଥମ ଏମିତି ମହିଳା ଅଟନ୍ତି ଯିଏ ଇଣ୍ଡିଆନ ଆର୍ମି ଜଏନ କରିଛନ୍ତି । ଏବେ ମେଜର ପଦରେ କାର୍ଯ୍ୟ କରୁଛନ୍ତି । ପ୍ରେରଣା 2011 ରେ ଇଣ୍ଡିଆନ ଆର୍ମିକୁ ଜଏନ କରିଥିଲେ ଓ 6 ବର୍ଷ ପର୍ଯ୍ୟନ୍ତ ବହୁତ ପରିଶ୍ରମ କଲେ ଓ ଏହି ପୋଷ୍ଟ ହାସିଲ କଲେ ।

ଆପଣଙ୍କୁ ଜଣାଇ ଦେଉଛୁ କି ପ୍ରେରଣା ସିଂହ ଙ୍କ ଜନ୍ମ ରାଜସ୍ଥାନ ର ଯୋଦ୍ଧପୁର ରେ ହୋଇଥିଲା ଓ ତାଙ୍କ ବିବାହକୁ 4 ବର୍ଷ ହୋଇଗଲାଣି । ତାଙ୍କ ପତିଙ୍କ ନାମ ମନ୍ଧାତା ସିଂହ ଅଟେ ଯିଏ ଜଣେ ଓକିଲ ଅଟନ୍ତି । ତାଙ୍କର ଗୋଟିଏ 3 ବର୍ଷର ଝିଅ ଅଛି। ପ୍ରେରଣା ନିଜର ପୁରା ପରିବାର ସହିତ ଜୟପୁର ରେ ରୁହନ୍ତି କିନ୍ତୁ ମେରଠ ଓ ଜୟପୁର ରେ ପୋଷ୍ଟିଂ ପରେ ଏବେ ପ୍ରେରରଣା ପୁନେ ରେ ଏହି ପଦରେ କାର୍ଯ୍ୟରତ ଅଛନ୍ତି ଯାହା ଇଞ୍ଜିନିୟରିଂ କୋର ରେ ଅଟେ ।

ଖୁସି ଅଟନ୍ତି ପ୍ରେରଣାଙ୍କ ଶଶୁରଘର ଲୋକ

ପ୍ରେରଣାଙ୍କର ଏହି କାମରେ ତାଙ୍କ ପତି ତାଙ୍କର ପୁରା ସାଥ ଦେଇଥାନ୍ତି ଓ ପ୍ରେରଣାଙ୍କ ଶଶୁର ଘର ଲୋକ ବି ତାଙ୍କ କାମରେ ଖୁସି ଅଛନ୍ତି ବିଶେଷ କରି ପ୍ରେରଣାଙ୍କର ଶଶୁରଙ୍କୁ ତାଙ୍କ କାମରେ ଗର୍ବ ହୋଇଥାଏ । ପ୍ରେରଣା ପ୍ରକୃତରେ ଜଣେ ଦେଶଭକ୍ତ ଅଟନ୍ତି ଓ ତାଙ୍କ ଉପରେ ସମସ୍ତଙ୍କୁ ଗର୍ବ କରିବା ଉଚିତ । ଯେଉଁଠି ଘରେ ସେ ଏକ ଆଦର୍ଶ ବୋହୁ, ମା, ପତ୍ନୀ ଅଟନ୍ତି ସେଇଠି ଦେଶ ପ୍ରତି ମଧ୍ୟ ସେ ବର୍ଡର ରେ ବହୁତ ଶତୃଙ୍କୁ ହରାଇ ଦେଶର ସେବା କରିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button