ରାଜ୍ୟ

ଏହି ୩ ଜଣ ଲୋକଙ୍କୁ ଭୁଲରେ ବି କେବେ ବି ଦିଅନ୍ତୁ ନାହିଁ ଧୋକା, ନହେଲେ ବର୍ବାଦ ହେଇଯିବ ଜୀବନ – ଗୋଟେ ଥର ନିଶ୍ଚୟ ଦେଖନ୍ତୁ

ସବୁ ମଣିଷ ଆପଣଙ୍କ ଜୀବନରେ ବହୁତ ମହତ୍ବପୂର୍ଣ ହୋଇଥାନ୍ତି, କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଲୋକ ଆପଣଙ୍କ ପାଇଁ ବହୁତ ଖାସ ହୋଇଥାନ୍ତି । ଆପଣ ଭୁଲରେ ବି କେବେ ବି ଚାହାନ୍ତି ନାହିଁ କି ଏମିତି ଲୋକମାନେ କେବେ କୌଣସି କଥା କୁ ନେଇ ଅସୁବିଧାରେ ପଡନ୍ତୁ । କେତେବେଳେ ଜାଣିଶୁଣି କିମ୍ବା ଅଜଣାରେ ଆମଦ୍ଵାରା କିଛି ଏମିତି ଭୁଲ ହୋଇଯାଏ ଯେଉଁ କାରଣରୁ ଏହି ଖାସ ଲୋକମାନଙ୍କୁ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।

ପ୍ରାୟତଃ ଦେଖାଯାଇଥାଏ କି କିଛି ଲୋକମାନେ ନିଜର ସ୍ଵାର୍ଥ ପାଇଁ ଅନ୍ୟ ଲୋକମାନଙ୍କୁ ଧୋକା ଦେବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ଆଜି ଆମେ ଆପଣମାନଙ୍କୁ ଏମିତି ୩ଟି ଲୋକ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଧୋକା ଦେବା ମଣିଷ ପାଇଁ ସବୁ ବେଶୀ କ୍ଷତି ହୋଇଥାଏ ।

ଭୁଲରେ ବି ଏହି ୩ ଟି ଲୋକମାନଙ୍କୁ ଧୋକା ଦେବେ ନାହିଁ

#୧. ମାତା ପିତା

ବୋଧେ ଏମିତି କେଉଁ ମଣିଷ ଆପଣଙ୍କୁ ମିଳିବେ ଯିଏ କି ନିଜର ବାପା ମାଙ୍କୁ ଭଲ ନ ପାଉଥିବ । ମାତା ପିତାଙ୍କ ସ୍ଥାନ ଆମର ଜୀବନରେ ବହୁତ ମହତ୍ବପୂର୍ଣ ହୋଇଥାଏ । କେତେକ ଲୋକଙ୍କ ପାଇଁ ତାଙ୍କ ର ବାପା ମା ଭଗବାନ ସମାନ ହୋଇଥାନ୍ତି । କିନ୍ତୁ କେତେ ଥର ଏମିତି ଦେଖା ଯାଇଥାଏ କି ପିଲାମାନେ ନିଜର ବାପା ମାନଙ୍କ ସହିତ କିଛି ଭୁଲ କରିଦିଅନ୍ତି କିମ୍ବା ବାହା ହେବା ପରେ ତାଙ୍କ ସହିତ ଦୁର୍ବ୍ୟବହାର କରନ୍ତି ।ଆମେ କହିଦେଉଛୁ ଏପରି କରିବା ଦ୍ଵାରା ଆପଣଙ୍କୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡିବ । ଯେଉଁ ଲୋକ ନିଜର ମାତା ପିତାଙ୍କୁ ଧୋକା ଦିଏ ତାହା ଏହି ଦୁନିଆର ସବୁଠୁ ବଡ ପାପ ବୋଲି କୁହାଯାଇଛି ଏବଂ ସେ ନିଶ୍ଚିତ ବରବାଦ ହୋଇଯିବ । ସେଥିପାଇଁ ଭୁଲରେ ବି ନିଜର ମାତା ପିତାଙ୍କୁ କଷ୍ଟ ଦିଅନ୍ତୁ ନାହିଁ ।

#୨. ପତ୍ନୀ (ଜୀବନସାଥୀ)

ପତ୍ନୀକୁ ଜୀବନର ସାଥି ବୋଲି କୁହାଯାଇଥାଏ । ପତ୍ନୀ ହିଁ ଯିଏ କି ଆପଣଙ୍କର ସବୁ କାମରେ ଆପଣଙ୍କ ସହିତ ଛିଡା ହୋଇଥାଏ । ତେବେ ତାହା ସୁଖ ହେଉ କିମ୍ବା ଦୁଖ ହେଉ । ସେ ନିଜର ବାପା ମାଆଙ୍କର ଘର ଛାଡି ନିଜର ସ୍ଵାମୀ ଘରକୁ ଆସିଥାଏ ଏବଂ ତାହାର ସ୍ଵାମୀ ହିଁ ତାହ ପାଇଁ ସବୁ କିଛି ହୋଇଥାଏ । ଯଦି କୌଣସି ବ୍ୟକ୍ତି ନିଜର ସ୍ତ୍ରୀ କୁ ଧୋକା ଦେଇଥାଏ ତେବେ ଏହାକୁ ମଧ୍ୟ ଭୟଙ୍କର ପାପ ବୋଲି କୁହାଯାଇଛି । ସେଥିପାଇଁ ନିଜର ସ୍ତ୍ରୀ କୁ କେବେ ବି ଭୁଲରେ ବି ଧୋକା ଦେବେ ନହିଁ ।

#୩. ନିଜ କୁ

କେତେ ଥର ଦେଖାଯାଇଛି କି ଲୋକମାନେ ନିଜକୁ ଧୋକା ଦେଇଥାନ୍ତି । ଯଦି ଆପଣ ଜାଣିଛନ୍ତି କି ଆପଣ କିଛି ଭଲ କରି ପାରିବେ କିନ୍ତୁ ତଥାପି ଆପଣ ଭୁଲ ରାସ୍ତାରେ ଯାଉଛନ୍ତି ତେବେ ତାହା ଆପଣ ନିଜକୁ ଧୋକା ଦେବ ସଙ୍ଗେ ସମାନ ଅଟେ । ଯଦି କୌଣସି ବ୍ୟକ୍ତି ନିଜ ସହିତ ବିଶ୍ଵାସୀ ନ ହେବ ତେବେ ସେ ଅନ୍ୟ ଲୋକଙ୍କ ସହ ମଧ୍ୟ ବିଶ୍ଵାସୀ ହୋଇ ପାରିବ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button