ରାଜ୍ୟ

ଦୀପାବଳି ସ୍ପେଶାଲ ରେସିପି : ଛେନା କିମ୍ବା ପନୀର ନୁହେଁ ବ୍ରେଡରେ ଏପରି ପ୍ରସ୍ତୁତ କରନ୍ତୁ ଟେଷ୍ଟୀ ରସମଲାଇ

ଦୀପାବଳି ମଉକାରେ ଘରେ ମିଠା ପ୍ରସ୍ତୁତ କରାଯାଏ। କିନ୍ତୁ ଯଦି ଆପଣ ଏଥର ଘରେ ମିଠା ବନାଇବାକୁ ଭାବୁଛନ୍ତି, ତାହେଲେ ରସମଲାଇ ପ୍ରସ୍ତୁତ କରିପାରିବେ। ଏହାକୁ ବନାଇବା ମଧ୍ୟ ବହୁତ ସହଜ। ବ୍ରେଡରେ ବହୁତ ଟେଷ୍ଟୀ ରସମଲାଇ ଆପଣ ବନାଇପାରିବେ। ଏହାର ସ୍ୱାଦ ମଧ୍ୟ ବହୁତ ଅଲଗା। ତାହେଲେ ଆସନ୍ତୁ ଜାଣିବା ଘରେ କେମିତି ପ୍ରସ୍ତୁତ କରିବେ ବ୍ରେଡରେ ରସମଲାଇ।

ଆବଶ୍ୟକ ସାମଗ୍ରୀ

  • ବ୍ରେଡ : ୮ ପିସ୍‌
  • କ୍ଷୀର : ଦୁଇ ଗ୍ଲାସ
  • କଣ୍ଡେସଡ୍‌ ମିଲ୍କ
  • ଚିନି
  • ଦେଶୀ ଘିଅ (ଛାଣିବା ପାଇଁ)
  • କାଜୁ,ବାଦାମ, ପିସ୍ତା, କେସର, ଅଳେଇଚ ପାଉଡର
  • ଏବଂ ଡ୍ରାଏ ଫୃଟ୍ସ

rasmalai1ପ୍ରସ୍ତୁତି ପ୍ରଣାଳୀ

ରସମଲାଇ ବନାଇବା ପାଇଁ ସର୍ବପ୍ରଥମେ କ୍ଷୀରକୁ ଗରମ କରି ଫୁଟାଇ ଦିଅନ୍ତୁ। ସେଥିରେ ଦୁଇ ରୁ ତିନିଟି କେସର ପକାଇ ଦିଅନ୍ତୁ। ଯଦି କେସର ଶୁଦ୍ଧ ଥାଏ ତାହେଲେ ଦୁଇ କିମ୍ବା ତିନୋଟି କେସରରେ ପୂରା କ୍ଷୀରର ରଙ୍ଗ ଏବଂ ମହକ ବଦଳିଯିବାକୁ କାଫି ହେବ। ଦୁଇ ରୁ ୩ ମିନିଟ ପରେ କେସର କ୍ଷୀରରେ ତାର ରଙ୍ଗ ଛାଡିବ। କ୍ଷୀରରେ କେସରର ରଙ୍ଗ ଆସିବା ପରେ ତାକୁ ଗ୍ୟାସ ଉପରେ ରଖିଦିଅନ୍ତୁ। ଏବେ ଏଥିରେ କାଜୁ, ବାଦାମ, ପିସ୍ତା ପକାଇ ଧୀମା ଆଞ୍ଚରେ ଫୁଟାଇ ଦିଅନ୍ତୁ। ଏହାପରେ ଧୀରେ ଧୀରେ କଣ୍ଡେସଣ୍ଡ ମିଲ୍କ ମଧ୍ୟ ମିଶାଇ ଦିଅନ୍ତୁ। ଏହାସହିତ ଚିନି ପକାଇ ହାଲକା ଚଲାଇ ଦିଅନ୍ତୁ, ଯାହାଦ୍ୱାରା କ୍ଷୀର ତଳେ ଲାଗିବନି।

ଏବେ ବ୍ରେଡ ସ୍ଲାଇସକୁ ନେଇ ତାକୁ ଏକ ପାତ୍ର କିମ୍ବା ଗୋଲ ଢ଼ାଙ୍କୁଣୀ ସହାୟତାରେ କାଟି ଦିଅନ୍ତୁ। ଏବେ ସବୁ ବ୍ରେଡ ଗୋଲାକାର ଆକୃତିର କଟିଯିବ। ଏହାପରେ କଡେଇରେ ଦେଶୀ ଘିଅ ପକାଇ ଗରମ କରନ୍ତୁ। ଏହାପରେ ବ୍ରେଡକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ପ୍ରସ୍ତୁତ କରି ରଖିଥିବା କ୍ଷୀରକୁ ବ୍ରେଡ ଖଣ୍ଡରେ ବୁଡାଇ ରଖନ୍ତୁ। କ୍ଷୀରକୁ ଏତେ ପରିମାଣରେ ଦିଅନ୍ତୁ ଯେ ଯେମିତି କ୍ଷୀରରେ ବ୍ରେଡ ବୁଡିକି ରହିବ। ଏହାକୁ ଥଣ୍ଡା ହେବା ପରେ ସର୍ଭ କରିବେ। ଏବେ ପ୍ରସ୍ତୁତ ହୋଇଛି ଆପଣଙ୍କର ବିନା ଛେନା ବିନା ପନୀରରେ ପ୍ରସ୍ତୁତ ବ୍ରେଡ ରସମଲାଇ। ଯାହା ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ବି ସେତିକି ସ୍ୱାଦିଷ୍ଟ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button