ସ୍ୱାସ୍ଥ୍ୟ

ଶରୀରରେ ଭିଟାମିନ-Dର ଅଭାବ ହେଲେ, କରୋନା ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ

ସ୍ପେନର ଏନ୍ଡୋକ୍ରାଇନ ସୋସାଇଟିର ଜର୍ନାଲ ଅଫ କ୍ଲିନିକାଲ ଏନ୍ଡୋକ୍ରାଇନୋଲୋଜି ଆଣ୍ଡ ମେଟାବୋଲିସମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୨୦୦ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୮୦  ଜଣଙ୍କ ଠାରେ ଭିଟାମିନ ଡ଼ି ମାତ୍ରାଧିକ କମ ପରିମାଣର ଥିବା ନେଇ ଠାବ ହୋଇଛି । କହିରଖିବା ଉଚିତ ହେବକି, ଭିଟାମିନ ଡ଼ି ଯେ କେବଳ କରୋନା ଠାରୁ ଲୋକଙ୍କୁ ସୁରକ୍ଷିତ ରଖେ ତାହା ନୁହେଁ ଅନ୍ୟ ରୋଗ ମାନଙ୍କ ଦାଉରୁ ଶରୀର ପାଇଁ ଏକ ରକ୍ଷା କବଚ ପରି କାମ କରିଥାଏ ।

ଅନ୍ୟ ପକ୍ଷରେ, ସେଠାକାର କେଣ୍ଟବ୍ରିୟା ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଡାକ୍ତର ଜୋସ ଏର୍ଣ୍ଣାଡେଜଙ୍କ ଅନୁଯାୟୀ, ଭିଟାମିନ ଡ଼ି ଅଭାବକୁ ଦୂର କରି ପାରିଲେ କରୋନା ପ୍ରତି ସର୍ବାଧିକ ବିପଦ ଥିବା ବୟସ୍କ ବ୍ୟକ୍ତି କିମ୍ବା ଚିକିତ୍ସା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ମାନଙ୍କୁ କରୋନା ଦାଉରୁ ରକ୍ଷା କରାଯାଇ ପାରିବ । ଆଉ ଏକ ରିପୋର୍ଟ ଅନୁଯାୟୀ, ପୁରୁଷ ରୋଗୀଙ୍କ ଠାରେ ମହିଳା ମାନଙ୍କ ତୁଳନାରେ ଭିଟାମିନ ଡ଼ି ମାତ୍ରା କମ ଥିବା ନେଇ ଠାବ ହୋଇଛି ।

VITAMIN D

କହିରଖିବା ଉଚିତ ହେବକି, ଭିଟାମିନ ଡ଼ି ହେଉଛି ଏକ ପ୍ରକାର ହର୍ମୋନ । ଯାହାକି ମଣିଷର କିଡ୍ନୀରେ ଉତ୍ପନ୍ନ ହୋଇଥାଏ । ଏହା ଶରୀରର କୋଷିକାରେ ପ୍ରୋଟିନ ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ । ଏହି ପ୍ରୋଟିନ ହିଁ ଶରୀରର ଗଠନକୁ ଠିକ କରିଥାଏ । ଆଉ ହାଡରେ କ୍ୟାଲସିୟମ ଆବଜର୍ଵ କରିବାରେ ବି ଭିଟାମିନ-ଡ଼ି ର ଏକ ପ୍ରମୁଖ ଭୂମିକା ରହିଛି । ଅନ୍ୟପକ୍ଷରେ ଶରୀରରେ ଏହି ଭିଟାମିନ ମାତ୍ରା କମିଲେ ମେଟାବୋଲିକ ସିଣ୍ଡ୍ରୋମ, ସ୍ତନ କର୍କଟ, ଡିପ୍ରେସନ, ଡୀମେନ୍ସିଆ ପରି ରୋଗ ମଧ୍ୟ ଦେଖା ଦେଇପାରେ ।

କରୋନା ସଂକ୍ରମଣ ଦାଉରୁ ଏହି ଭିଟାମିନ ସୁରକ୍ଷା ଦେଇଥାଏ । ସକାଳର ସୂର୍ଯ୍ୟକିରଣ ତ ଏହି ଭିଟାମିନର ମୁଖ୍ୟ ସ୍ରୋତ । କିନ୍ତୁ ଏହାବାଦ ଅଣ୍ଡା, ସୋୟା ମିଳ୍କ, ଟୁନା ଫିସରେ ବି ଏହି ଭିଟାମିନ ପ୍ରଚୁର ପରିମାଣରେ ରହିଥାଏ । ଡାକ୍ତରଙ୍କ ଅନୁଯାୟୀ ଶୀତ ଋତୁରେ ସକାଳ ୧୦ଟା ଠାରୁ ୩ଟା ମଧ୍ୟବର୍ତ୍ତୀ ସମୟରେ ସୂର୍ଯ୍ୟଙ୍କୁ ପଛ ମୁହାଁ କରି ବସିଲେ ଶରୀରର ଭିଟାମିନ-ଡ଼ି ଆବଶ୍ୟକତା ପୂରଣ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button