ସ୍ୱାସ୍ଥ୍ୟ

ଏକ୍ସରସାଇଜ୍‌ କରିବା ରହିଛି ଅନେକ ଫାଇଦା, ମାତ୍ର ଜାଣନ୍ତୁ ବ୍ୟାୟାମ କରିବାର ସଠିକ୍‌ ସମୟ

ଏକ୍ସରସାଇଜ୍‌ ବା ବ୍ୟାୟାମ କରିବା ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଓଜନ କମାଇବା ପାଇଁ କେଉଁ ସମୟ ଠିକ୍‌ ସେ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥାଏ। ଏଣୁ ସେମାନେ ବ୍ୟାୟାମ କରୁଥିଲେ ମଧ୍ୟ ଠିକ୍‌ ସମୟରେ କରୁ ନଥିବାରୁ ଓଜନ କମିନଥାଏ। ତେବେ ଆଜି ଆସନ୍ତୁ ଜାଣିବା ଏକ୍ସରସାଇଜ୍‌ କରିବାର ସଠିକ୍‌ ସମୟ ବିଷୟରେ…

exercise

  • ସକାଳେ କିମ୍ବା ସନ୍ଧ୍ୟାରେ ଏକ୍ସରସାଇଜ୍‌ କରିବା ଶରୀର ପାଇଁ ଉତ୍ତମ ହୋଇଥାଏ। କିନ୍ତୁ ରିସର୍ଚ୍ଚ ମୁତାବକ ସନ୍ଧ୍ୟା ବେଳେ ଏକ୍ସରସାଇଜ୍‌ କଲେ ଅଧିକ ଫାଇଦା ମିଳେ।
  • ସନ୍ଧ୍ୟା ବେଳେ ଶରୀରର ମାଂସପେଶୀ ଉଷ୍ଣ ରହିଥାଏ, ଫଳରେ ବ୍ୟାୟାମର ସଠିକ୍‌ ଲାଭ ମିଳେ।
  • ଯଦି ଆପଣ ସନ୍ଧ୍ୟାରେ ଏକ୍ସରସାଇଜ୍‌ କରୁଛନ୍ତି ତେବେ ଶୋଇବାରୁ ୪-୫ ଘଣ୍ଟା ପୂର୍ବରୁ କରନ୍ତୁ। କାରଣ ବିଳମ୍ବିତ ରାତିରେ ବ୍ୟାୟାମ ଆପଣଙ୍କ ନିଦକୁ ପ୍ରଭାବିତ କରିପାରେ।
  • ଏକ୍ସରସାଇଜ୍‌ କରିବା ପୂର୍ବରୁ ଶରୀରକୁ ଓ୍ଵାର୍ମଅପ୍‌ କରନ୍ତୁ।
  • ଫ୍ୟାଟ୍‌ କମାଇବା ପାଇଁ ନିୟମିତ ଭାବେ ଷ୍ଟ୍ରେନ୍ଥ ଟ୍ରେନିଂ, ବଡିେଓ୍ଵଟ୍‌ ଏକ୍ସରସାଇଜ୍‌ ଓ କାର୍ଡିଓ ଭଳି ଏକ୍ସରସାଇଜ୍‌ କରନ୍ତୁ।
  • ଏହା ବ୍ୟତୀତ ଡାଏଟ୍‌ରେ ପୌଷ୍ଟିକ ଖାଦ୍ୟ ପଦାର୍ଥ ସାମିଲ କରନ୍ତୁ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button