ଜ୍ୟୋତିଷ

ବୃଦ୍ଧା ଏବଂ ଗର୍ଭବତୀ ମହିଳାଙ୍କ ସହ ଏହି ସବୁ ରାଶିର ବ୍ୟକ୍ତି ଭୁଲରେ ବି ପିନ୍ଧନ୍ତୁ ନାହିଁ ସୁନା, ହୋଇପାରେ ସମସ୍ୟା

ଧାର୍ମିକ ମାନ୍ୟତା ଅନୁସାରେ, ୯ ଗ୍ରହ ମଧ୍ୟରୁ ବୃହସ୍ପତି ଗ୍ରହ ସ୍ୱର୍ଣ୍ଣ ଧାତୁ ଉପରେ ନିଜର ପ୍ରଭାବ ରଖିଥାଏ। ଏହି ଧାତୁକୁ ଧାରଣ କରିବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ବହୁତ ଜରୁରୀ ହୋଇଥାଏ। ଏହାଛଡ଼ା କିଛି ରାଶିଙ୍କ ପାଇଁ ସୁନା ପରିଧାନ କରିବା ସମସ୍ୟାର କାରଣ ହୋଇଥାଏ। ଆସନ୍ତୁ ଜାଣିବା ସେ ବିଷୟରେ।

୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବୃଷ, ମିଥୁନ, କନ୍ୟା ଏବଂ କୁମ୍ଭ ରାଶିର ବ୍ୟକ୍ତି ସୁନା ପିନ୍ଧିଲେ ସମସ୍ୟା ସୃଷ୍ଟି ହୋଇପାରେ। ସେହିପରି ତୁଳା ଏବଂ ମକର ରାଶିର ଲୋକେ ମଧ୍ୟ ସୁନା ପିନ୍ଧିବାଠାରୁ ଦୂରେଇ ରହିବା ଉଚିତ।

ssd

୨. ଯେଉଁ ଲୋକଙ୍କଠାରେ ପେଟ ରୋଗ କିମ୍ବା ସେମାନଙ୍କୁ ମୋଟାପଣର ସମସ୍ୟା ଅଛି, ସେମାନେ ସୁନା ପିନ୍ଧିବା ଉଚିତ ନୁହେଁ। ଯେଉଁ ଲୋକଙ୍କୁ ରାଗ ଆସିଥାଏ ଏବଂ ଯାହାର ଜନ୍ମ କୁଣ୍ଡଳୀରେ ଗୁରୁ ଖରାପ ସ୍ଥିତିରେ ଅଛି, ସେମାନଙ୍କୁ ବି ସୁନା ପିନ୍ଧିବା ଉଚିତ ନୁହେଁ।

୩. ଲୁହା, କୋଇଲା, ବିଲ୍ଡିଂ ମ୍ୟାଟେରିୟଲ କିମ୍ବା ଶନିଙ୍କ ସହ ଜଡ଼ିତ କୌଣସି ବ୍ୟବସାୟ କରୁଥିବା ବ୍ୟକ୍ତି ସୁନା ପିନ୍ଧନ୍ତୁ ନାହିଁ। ସେହିପରି ବୃଦ୍ଧା ଏବଂ ଗର୍ଭବତୀ ମହିଳା ସୁନା ପିନ୍ଧନ୍ତୁ ନାହିଁ।

fdd

୪. ଶାସ୍ତ୍ର ଅନୁସାରେ, ଅଣ୍ଟା ତଳ ଅଙ୍ଗରେ ସୁନା ଧାରଣ କରିବା ଅଶୁଭ ହୋଇଥାଏ। କିନ୍ତୁ କିଛି ମହିଳା ପାଦରେ ପାଉଁଜି ରୂପେ ସୁନା ପିନ୍ଧିଥାନ୍ତି, ଯାହା ସମ୍ପୂର୍ଣ୍ଣ ବାରଣ। ଏହାଦ୍ୱାରା ସମୃଦ୍ଧି ହୋଇ ନ ଥାଏ।

୫. ସୁନା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ। ତେଣୁ ସିନ୍ଧୁକ କିମ୍ବା ବାକ୍ସରେ ସୁନା ସହିତ ଅନ୍ୟ କୌଣସି ଜିନିଷ ରଖିବା ଉଚିତ ନୁହେଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button