ଜ୍ୟୋତିଷ

ବାସ୍ତୁ ଦୋଷ ବି ହୋଇପାରେ ଅବୈଧ ସମ୍ବନ୍ଧର କାରଣ, ଜାଣନ୍ତୁ କିପରି

ଯଦି ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଜଣେ ତୃତୀୟ ବ୍ୟକ୍ତି ଆସନ୍ତି ଏବଂ ଆପଣଙ୍କ ସାଥୀଙ୍କ ସହିତ ତାଙ୍କର ଅବୈଧ ସମ୍ପର୍କ ଅଛି, ତେବେ ଏହି ଅବୈଧ ସମ୍ପର୍କର କାରଣ ବାସ୍ତୁ ଦୋଷ ହୋଇପାରେ । ଅବୈଧ ସମ୍ପର୍କ ଆପଣଙ୍କ ଜୀବନରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହି କାରଣରୁ ଆପଣଙ୍କର ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେବା ସହିତ ବୃତ୍ତିଗତ ଜୀବନ ମଧ୍ୟ ପ୍ରଭାବିତ ହୁଏ । ସବୁ ସ୍ଥାନରେ ଆପଣଙ୍କ ମଜାକ ମଧ୍ୟ ଉଡ଼ାଜାଇ ପରେ । ତେବେ ଏହାର ପ୍ରତିକାର ପାଇଁ ଯଦି ଆପଣ ବାସ୍ତୁ ଅନୁଯାୟୀ କିଛି ଛୋଟ ଛୋଟ ପରିବର୍ତ୍ତନ କରନ୍ତି ତେବେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଥିବା ତୃତୀୟ ବ୍ୟକ୍ତିଙ୍କୁ ଦୂର କରାଯାଇପାରିବ । ସେଥିପାଇଁ ଏହିସବୁ କଥାକୁ ଧ୍ୟାନରେ ରଖନ୍ତୁ ।

1234

  • ଦମ୍ପତି କେବେବି ଆଗ୍ନେୟ କୋଣରେ ଶୋଇବା ଉଚିତ୍ ନୁହେଁ । ଏହି କାରଣରୁ ମନ ଏବଂ ମସ୍ତିଷ୍କରେ ଅଶାନ୍ତି ରହିଥାଏ ଏବଂ ପ୍ରତିଦିନ ବିବାଦ ଦେଖାଦେଇଥାଏ ।
  • ବିବାହିତ ବ୍ୟକ୍ତି ଘରର ପଶ୍ଚିମ କୋଣରେ (ଉତ୍ତର-ପଶ୍ଚିମ) ଶୋଇବା ଉଚିତ୍ ନୁହେଁ । ଏହା ଦାମ୍ପତ୍ୟ ଜୀବନରେ ନିରସତା ଭରିଦେଇଥାଏ ।
  • ରୋଷେଇ ଘର ଏବଂ ଶୌଚାଳୟ ପାଖରେ ଥିଲେ ଅବୈଧ ସମ୍ପର୍କର ଆଶଙ୍କା ରହିଥାଏ ।
  • ରୋଷେଇ ଘରେ ସକାଳ ଆଲୋକର ପର୍ଯ୍ୟାପ୍ତ ବ୍ୟବସ୍ଥା ହେବା ଉଚିତ୍ ।

How To Stop Extra Marital Affairs -Remedies Spouse Affairs

  • ଯଦି ଦକ୍ଷିଣ ପଶ୍ଚିମ, ଉତ୍ତର-ପଶ୍ଚିମକିମ୍ବା ପଶ୍ଚିମ ଦକ୍ଷିଣ ଦିଗର ନିର୍ମାଣ ଠିକ ଭାବେ ନକରାଯାଇଥାଏ ତାହେଲେ ସ୍ୱାମୀ ଅନ୍ୟ ମହିଳାମାନଙ୍କ ସହିତ ସମ୍ପର୍କ ରଖନ୍ତି । ଯେଉଁଥିପାଇଁ ଘରେ ଝଗଡା ସୃଷ୍ଟିହୁଏ ।
  • ଆପଣଙ୍କ ଶୋଇବା ଘରେ ଥିବା ପରଦା ଗୁଡିକର ରଙ୍ଗ ନାଲି ଏବଂ ଧଳା ହେବା ଉଚିତ୍ । ଏହା ଆପଣଙ୍କ ଦାମ୍ପତ୍ୟ ଜୀବନକୁ ସୁଖମୟ ରଖିଥାଏ ।
  • ପରଦାଗୁଡ଼ିକର ରଙ୍ଗ ନୀଳ ହେବା ଦ୍ୱାରା ଏହା ନକାରାତ୍ମକତାକୁ ଦୂର କରିଥାଏ ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button