ସ୍ୱାସ୍ଥ୍ୟ

ରାତିର ହ୍ୟାଙ୍ଗଓଭର ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ, ତୁରନ୍ତ ଲାଗିବ ଫ୍ରେସ୍‌

ଖୁସି ହେଉ କି ଦୁଃଖ କିମ୍ବା କୌଣସି ପାର୍ଟିକୁ ଗଲେ ଅଧିକାଂଶ ଲୋକ ପ୍ରଚୁର ପରିମାଣରେ ମଦ ପିଇ ଦେଇଥାନ୍ତି। ଫଳରେ ପର ଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଅଧିକ ମଦ୍ୟପାନ ଯୋଗୁ ମୁଣ୍ଡବିନ୍ଧା, ବାନ୍ତି ଲାଗିବା, ଅଧିକ ଶୋଷ ହେବା, ମୁଣ୍ଡ ବୁଲାଇବା, ଶରୀର ପୀଡ଼ା କରିବା ଭଳି ସସମ୍ୟା ଦେଖାଯାଏ। ଏହାକୁ ହ୍ୟାଙ୍ଗଓଭର ବୋଲି ମଧ୍ୟ କୁହାଯାଏ। ହ୍ୟାଙ୍ଗଓଭରରେ ବ୍ୟକ୍ତିର ନିଜ ଉପରେ କଣ୍ଟ୍ରୋଲ ନଥାଏ। ଫଳରେ ସେ ବାଉଳାଚାଉଳା ହୋଇ ଗପିଥାନ୍ତି। ତେବେ ଆଜି ଆସନ୍ତୁ ଜାଣିବା ହ୍ୟାଙ୍ଗଓଭର ଦୂର କରିବାର କେତେକ ସହଜ ଉପାୟ…

Hangover cures: Most effective home remedies

-ହ୍ୟାଙ୍ଗଓଭର ଉତାରିବାର ସବୁଠୁ ଭଲ ଉପାୟ ହେଉଛି ଲେମ୍ବୁ। ଲେମ୍ବୁ ପାଣି ପିଇଲେ ମଦ ନିଶା ଏକାଥରକେ ଖସିଯିବ।

-ନଡ଼ିଆ ପାଣି ପିଇବା ଦ୍ୱାରା ମଧ୍ୟ ମନ ନିଶା ଉତୁରିଯାଏ। କିନ୍ତୁ ଏଥିପାଇଁ ଅଧିକ ନଡ଼ିଆ ପାଣି ଦରକାର।

-ପେଟର ଗ୍ୟାସ୍‌ ସମସ୍ୟା ଦୂର କରିବାରେ ପୋଦିନା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମଦ ନିଶା ଦୂର କରିବା ପାଇଁ ମଧ୍ୟ ଆପଣ ପୋଦିନା ବ୍ୟବହାର କରିପାରିବେ। ଏଥିପାଇଁ ଗୋଟେ ଗ୍ଲାସ ଗରମ ପାଣିରେ ୪-୫ଟି ପୋଦିନା ପତ୍ର ପକାଇ ପିଇଦିଅନ୍ତୁ।

 

-ମହୁ ଖାଇବା ଦ୍ୱାରା ମଧ୍ୟ ହ୍ୟାଙ୍ଗ୍‌ଓଭର ଦୂର ହୋଇଥାଏ।

-ମଦ ନିଶା କମାଇବାକୁ ଆପଣ ଚାହିଁଲେ ଚକୋଲୋଟ୍‌ ମଧ୍ୟ ଖାଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button