ଗର୍ଭାବସ୍ଥା ସମୟରେ ମହିଳା ହୋଇପାରନ୍ତି ହାର୍ଣ୍ଣିୟାର ଶିକାର, ଜାଣନ୍ତୁ କେମିତି ରଖିବେ ନିଜକୁ ସୁରକ୍ଷିତ

ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବା ନିହାତି ଆବଶ୍ୟକ ହୋଇଥାଏ। କରଣ ଏହି ସମୟରେ ସେମାନେ ନିଜ ବ୍ୟତୀତ ନିଜ ଗର୍ଭରେ ବଢ଼ୁଥିବା ଶିଶୁ ପାଇଁ ମଧ୍ୟ ଯତ୍ନଶୀଳ ହେବାକୁ ପଡିଥାଏ। ଗର୍ଭାବସ୍ଥା ସମୟରେ ମହିଳାଙ୍କ ମଧ୍ୟରେ ଶାରୀରିକ, ମାନସିକ ଏବଂ ଭାବନାତ୍ମକ ରୂପରେ ଅନେକ ପରିବର୍ତ୍ତନ ଆସିଥାଏ। ସେହିପରି ଯଦି ଏହି ସମୟରେ ମହିଳା ଟିକେ ବି ଦାୟିତ୍ୱହୀନ ହେଲେ ତେବେ ଗର୍ଭବତୀ ମହିଳାଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ତେବେ ଏହି ସବୁ ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ହାର୍ନିଆ।
ଏହି ହାର୍ନିଆ ସାଧାରଣତଃ କିଛି ଓଜନିଆ ଜିନିଷ ଉଠାଇବା କିମ୍ବା ସର୍ଜରୀ ପରେ ଲୋକଙ୍କୁ ହୋଇଥାଏ। ପ୍ରେଗନାନ୍ସୀ ସମୟରେ ଯେତେବେଳେ ପେଟ ଉପରେ ଅଧିକ ପ୍ରେସର ପଡିଥାଏ ସେତେବେଳେ ହାର୍ନିଆ ଦ୍ୱାରା ପୀଡିତ ହେବାର ଭୟ ଅଧିକ ବଢ଼ିଯାଇଥାଏ। ଗର୍ଭାବସ୍ଥା ତେବେ ଏମିତିରେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାଙ୍କୁ କେଉଁ କଥା ଉପରେ ସବୁ ଧ୍ୟାନ ରଖିବା ଜରୁରୀ।
ଗର୍ଭାବସ୍ଥା ସମୟରେ କାହିଁକି ଭୟ ରହିଥାଏ ଅଧିକ
ଗର୍ଭାବସ୍ଥା ସମୟରେ ମହିଳାଙ୍କ ପେଟ ଉପରେ ଅଧିକ ଚାପ ପଡିଥାଏ। ଏହାସହିତ ଯେତେବେଳେ ପ୍ରେଗନେନ୍ସୀ ସମୟରେ ମହିଳାଙ୍କ ପେଟ ବଡ ହୋଇଥାଏ ସେତେବେଳେ ପେଟର ପାର୍ଶ୍ୱ ଭାଗରେ ମଧ୍ୟ ଚାପ ପଡିଥାଏ। ଏହି କାରଣରୁ ନାଭିରେ ସମସ୍ୟା ହୋଇପାରେ। ଅନେକ ଥର ତ ନାଭି ଗର୍ଭାବସ୍ଥା ସମୟରେ ବାହାରକୁ ବାହାରି ଆସେ ଏବଂ ନାଭି ଆଖପାଖରେ ଟିସୁ ଗୁଡିକ ଛିଡିଯାଏ। ଏହାଛଡା ହାର୍ନିଆ କାରଣରୁ ମହିଳାଙ୍କ ପେଟର ଚାରିପଟେ ମାଂସ ବଢ଼ିଯିବା ଭଳି ସମସ୍ୟା ହୋଇପାରେ। ପ୍ରେଗନେନ୍ସୀ ସମୟରେ ହାର୍ନିୟାରେ ପୀଡିତ ମହିଳାଙ୍କୁ ଅନେକ ପ୍ରକାର ଅସୁବିଧା ହୋଇପାରେ। କିନ୍ତୁ ଖାସ୍ କଥା ହେଉଛି ଶିଶୁ ଉପରେ ଏହାର କୌଣସି ନକରାତ୍ମକ ପ୍ରଭାବ ପଡିନଥାଏ।
ହାର୍ନିୟାର ଲକ୍ଷଣ
ହାର୍ନିୟାର ଲକ୍ଷଣ ସବୁ ବ୍ୟକ୍ତିଙ୍କ ଠାରେ ଅଲଗା ଅଲଗା ଦେଖିବାକୁ ମିଳିଥାଏ। ଇମୋଜିଂ ଟେଷ୍ଟ କିମ୍ବା ଫିଜିକାଲ ଟେଷ୍ଟ ଦ୍ୱାରା ଆପଣ ଏହା ବିଷୟରେ ପତା ଲଗାଇପାରିବେ। ସାଧାରଣତଃ ପେଟ ଆଖପାଖରେ କୌଣସି ମାଂସ ବଢ଼ିବା ହେଉଛି ଏହି ରୋଗର ସଂକେତ ହୋଇପାରେ। ଏହାଛଡା ପ୍ରବଳ ଜ୍ୱର, ବାନ୍ତି, ମୁଣ୍ଡ ବୁଲାଇବା, ହସିବା କିମ୍ବା କାଶିବା ସମୟରେ ପେଟ ଯନ୍ତ୍ରଣା ହେବା ମଧ୍ୟ ହାର୍ନିୟାର ଲକ୍ଷଣ।
ଏମିତି ରଖନ୍ତୁ ନିଜକୁ ଫିଟ୍
ପ୍ରେଗନେନ୍ସୀ ସମୟରେ ମହିଳାଙ୍କୁ କିଛି କିଛି ସମୟ ବ୍ୟବଧାନରେ ଖାଇବା ପାଇଁ ଇଚ୍ଛା ହୋଇଥାଏ। ଏହି ଇଚ୍ଛାକୁ ପୂରଣ କରିବା ପାଇଁ ମହିଳାମାନେ ଅନହେଲଦି ଖାଦ୍ୟ ଖାଇଦିଅନ୍ତି। ଏମିତିରେ ହାର୍ନିୟା ଠାରୁ ରକ୍ଷା ପାଇବା ପାଇଁ ଜରୁରୀ ଅଟେ ଗର୍ଭବତୀ ମହିଳା ନିଜ ଡାଏଟରେ ସବୁଜ ପନିପରିବାକୁ ସାମିଲ କରିବା। ଏହାଛଡା ମଟର, ବିନ୍ସକୁ ମଧ୍ୟ ଖାଇପାରିବେ। ତାଜା ଫଳର ରସ, ସାବୁ ଦାନା, ଓମେଗା ୩ ଫ୍ୟାଟି ଏସିଡ୍ ଯୁକ୍ତ ଖାଦ୍ୟ ପଦାର୍ଥକୁ ମଧ୍ୟ ସାମିଲ କରିବା ଉଚିତ।




