ସ୍ୱାସ୍ଥ୍ୟ

ନିୟମିତ ତେନ୍ତୁଳି ପାଣି ପିଅନ୍ତୁ, ଦୂର ହେବ ମୋଟାପଣ ସହ ଏସବୁ ଗମ୍ଭୀର ରୋଗ

ତେନ୍ତୁଳି ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ। ପିଲାବେଳେ ପ୍ରାୟ ସମସ୍ତେ ତେନ୍ତୁଳି ଖାଇଥିବେ। କିନ୍ତୁ ସେତେବେଳେ ଏହାର ଫାଇଦା ବିଷୟରେ କେହି ଜାଣିନଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତେନ୍ତୁଳିରେ ବହୁ ଔଷଧୀୟ ଗୁଣ ରହିଛି ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ। ତେନ୍ତୁଳିରେ ପ୍ରଚୁର ପରିମାଣରେ ଫାଇବର, ପ୍ରୋଟିନ୍‌, କାର୍ବୋହାଇଡ୍ରେଡ୍‌, ଥିୟାମିନ୍‌ ବି୧, ରାଇବୋଫ୍ଲାବିନ୍‌ ବି୨, ନିୟାସିନ ବି୩, ଭିଟାମିନ୍‌ ସି, ଭିଟାମିନ୍‌ ଇ, ଭିଟାମିନ୍‌ କେ, କ୍ୟାଲସିୟମ୍‌, ଆଇରନ୍‌, ଫସଫରସ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଆଦି ତତ୍ତ୍ୱ ରହିଥାଏ। ଏହା ଇମ୍ୟୁନିଟି ବୁଷ୍ଟର ଭାବେ ମଧ୍ୟ କାମ କରେ। ତେବେ ଆସନ୍ତୁ ଜାଣିବା ତେନ୍ତୁଳି ପାଣି ପିଇବା ଦ୍ୱାରା ଆଉ କି କି ଲାଭ ମିଳେ…

 

ମୋଟାପଣ:

ତେନ୍ତୁଳି ପାଣିରେ ହାଇଡ୍ରୋକ୍ସି ସାଇଟ୍ରିକ୍‌ ଏସିଡି ସହ ଫାଇବର ମଧ୍ୟ ରହିଛି, ଯାହା ସେରୋଟୋନିନ୍‌ ନ୍ୟୁରୋଟ୍ରାନ୍ସମିଟରର ସ୍ତରକୁ ବଢ଼ାଇ ଭୋକ କମ୍‌ କରିଦିଏ। ଏଥିସହ ମେଟାବଲିଜମ୍‌କୁ ମଧ୍ୟ ତ୍ୱରାନ୍ଵିତ କରିବାରେ ସାହାଯ୍ୟ କରେ। ଫଳରେ ମୋଟାପଣ କମ୍‌ ହୋଇଥାଏ।

Are you worried about obesity? - Harrow Health Care Centre

ପାଚନତନ୍ତ୍ରକୁ ଠିକ୍‌ ରଖେ:

ତେନ୍ତୁଳି ପାଣି ପିଇବା ଦ୍ୱାରା ପାଚନତନ୍ତ୍ର ମଧ୍ୟ ଠିକ୍‌ ରହେ। ଖାଦ୍ୟ ହଜମ ହେଉନଥିଲେ ତେନ୍ତୁଳି ପାଣି ପିଅନ୍ତୁ।

ଅତ୍ୟଧିକ ଖାଇବାରୁ ବଞ୍ଚାଏ:

ତେନ୍ତୁଳି ପାଣି ଭୋକକୁ ବନ୍ଦ କରିଥାଏ। ଫଳରେ ଆପଣ ଓଭର ଇଟିଂ କରିପାରିବେନାହିଁ।

Causes of Diabetes - What Causes Diabetes?

ଡାଇବେଟିସ୍‌କୁ କଣ୍ଟ୍ରୋଲ କରେ:

ତେନ୍ତୁଳି ପାଣି ପିଇବା ଦ୍ୱାରା ଡାଇବେଟିସ୍‌ କଣ୍ଟ୍ରୋଲରେ ରହିଥାଏ। ତେନ୍ତୁଳି ଶରୀର ଭିତରକୁ ଯାଇ କାର୍ବୋହାଇଡ୍ରେଡ୍‌କୁ ଅବଜର୍ଭ କରିବାକୁ ରୋକିଥାଏ। ଫଳରେ ବ୍ଲଡ ସୁଗାର ଲେବଲ ବଢ଼େ ନାହିଁ। ଆପଣ ଚାହିଁଲେ ପ୍ରତିଦିନ ତେନ୍ତୁଳି ରସ ପିଇପାରିବେ।

ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ ରଖେ:

ତେନ୍ତୁଳି ପାଣିରେ ପ୍ରଚୁର ପରିମାଣରେ ଆଇରନ୍‌ ଓ ପୋଟାସିୟମ୍‌ ରହିଥାଏ। ଏହା ବ୍ଲଡ୍‌ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button