ଦେଶ- ବିଦେଶ

ଉତ୍ତମ ପ୍ରଜନନ କ୍ଷମତା ପାଇଁ ଏମିତି ରଖନ୍ତୁ ନିଜ ଆହାରର ଧ୍ୟାନ, ଜାଣନ୍ତୁ କିପରି ?

ବର୍ତ୍ତମାନ ସମୟରେ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟକୁ ନେଇ ବହୁତ ଟେନସନରେ ରହୁଛନ୍ତି। ଏହାର କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ଖାଦ୍ୟପେୟ। ଜୀବନର ବଡ ପୁଞ୍ଜି ହେଉଛି ସ୍ୱାସ୍ଥ୍ୟ ଆଉ ମା’ ହେବା ପ୍ରତ୍ୟେକ ମହିଳାଙ୍କ ଜୀବନର ପରମ ସୁଖ। କିନ୍ତୁ ଗର୍ଭଧାରଣ ସମୟରେ ହେଉଥିବା ସମସ୍ୟା ଆପଣଙ୍କ ଖୁସି ଏବଂ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ପ୍ରସୂତି ଡାକ୍ତର ଏହି ସମୟରେ ସୁସ୍ଥ ଆହାରକୁ ନେଇ ପରାମର୍ଶ ଦେଇଥାନ୍ତି। ପ୍ରଜନନ କ୍ଷମତା ବଢାଇବା ପାଇଁ କ’ଣ ଖାଇବେ ତାହାକୁ ନେଇ ପରାମର୍ଶ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ଏହି ସମୟରେ ଆପଣ କ’ଣ କରିବେ।

– ଫଲିକ ଏସିଡ ଯୁକ୍ତ ଖାଦ୍ୟପଦାର୍ଥକୁ ଆପଣ ଆହାରରେ ସାମିଲ କରନ୍ତୁ। ପାଳକ ଶାଗ, ମେଥି ଶାଗ ଇତ୍ୟାଦି ଡାଏଟରେ ସାମିଲ କରନ୍ତୁ। ଏଥିରେ ଭିଟାମିନ ବି ସହିତ ଫଲିକ ଏସିଡ ବି ରହିଥାଏ। ଯାହା ଫର୍ଟିଲିଟିକୁ ଦୃଢ କରିଥାଏ।

food

– ହରମୋନାଲ ଆକ୍ଟିଭିଟିକୁ ସୁଧାର ଆଣିବା ପାଇଁ ମ୍ୟାଗ୍ନେସିୟମ ଏବଂ ଭିଟାମିନି ବି ଦରକାର। ତେଣୁ ଏହାକୁ ନିଶ୍ଚିତ ଖାଆନ୍ତୁ।

– ଗର୍ଭଧାରଣ ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ଜିଙ୍କଥିବା ଖାଦ୍ୟ ଖଶଆନ୍ତୁ। ଯାହା ପ୍ରଜନନ କ୍ଷମତା ବଢାଇବା ସହିତ ଭିଟାମିନ ଡି ଦେଇଥାଏ।

– ସବୁଜ ପନିପରିବା ଖାଇବା ଦ୍ୱାରା ପ୍ରଜନନ କ୍ଷମତା ବଢିଥାଏ। ଏଥିରେ ଥିବା ଆଇରନ, ଫଲିକ ଏସିଡ ଏବଂ ଆଣ୍ଟି ଅକ୍ସିଡାଣ୍ଟ ମହିଳାଙ୍କ ଗର୍ଭଧାରଣ ପାଇଁ ମଧ୍ୟ ସହାୟକ ହୋଇଥାଏ।

– ଜଲଦି ଗର୍ଭଧାରଣ କରିବା ପାଇଁ ମହିଳାମାନେ ନିଜର ଖାଦ୍ୟରେ ଡ୍ରଏ ଫ୍ରୁଟ ବ୍ୟବହାର କରନ୍ତୁ। ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ ଶରୀରକୁ ଫାଇଦା ଦେଇଥାଏ।

44444

– ଆପଣ ଜଲଦି କନସିଭ କରିବାକୁ ଚାହୁଁଛନ୍ତି, ତେବେ କମଳା, ଷ୍ଟ୍ରବେରୀ, ବ୍ଲୁବେରୀ ଏବଂ କିଓ୍ଵି ଭଳି ଫଳ ପ୍ରତିଦିନ ଖାଆନ୍ତୁ। ଏଥିରେ ଥିବା ଭିଟାମିନ ସି ପ୍ରଜନନ କ୍ଷମତା ବଢାଇଥାଏ।

– ନିଜ ଖାଦ୍ୟରେ ଗହମ ରୁଟି, ବ୍ରାଉନ ରାଇସ ଏବଂ ବିନ୍ସ ଜରୁରୀ ସାମିଲ କରନ୍ତୁ। ଏହା ପାଚନ ତନ୍ତ୍ରକୁ ମଜବୁତ କରିବା ସହିତ ଫର୍ଟିଲିଟିକୁ ବଢାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button