ଦେଶ- ବିଦେଶ

ଚାଣକ୍ୟ ନୀତି : ଆପଣଙ୍କ ଅପମାନର ଏମିତି ଦେଇପାରିବେ ଜବାବ

ଅପମାନିତ ହେବା କାହାକୁ ଭଲ ଲାଗିଥାଏ। କିନ୍ତୁ ଜୀବନରେ ଏମିତି କିଛି ସ୍ଥିତି ଉତ୍ପନ୍ନ ହୋଇଥାଏ ଯାହା ଯୋଗୁଁ ଅନ୍ୟଠାରୁ ଆମକୁ ଅପମାନ ସହିବାକୁ ପଡିଥାଏ। ଅନେକ ଥର ନିଜ ଦ୍ୱାରା କାରାଯାଇଥିବା ଭୁଲ୍‌ ହେଉ ଅବା ଅଯଥାରେ ଅପମାନିତ ହେବାକୁ ପଡିଥାଏ। କିନ୍ତୁ ନିଜ ଭୁଲ ଯୋଗୁଁ ମଣିଷ ଯେଉଁ ଅପମାନ ପାଇଥାଏ ତାହା ସହିଯାଏ କିନ୍ତୁ କୌଣସି ବନା କାରଣ କିମ୍ବା ବିନା ଭୁଲ୍‌ ଯୋଗୁଁ ଯେଉଁ ଅପମାନ ସହିବାକୁ ପଡିଥାଏ, ତାହା ବହୁତ କଷ୍ଟକର।

ଏମିତିରେ ବହୁତ ଲୋକ ଭାଷାରେ ଏହାକୁ ଜବାବ ଦେଉଥିବା ବେଳେ ଅନେକ ଚୁପ୍‌ ରହିଥାନ୍ତି। ଆଉ ଅଧିକାଂଶ ଲୋକ ଏହାକୁ ବୁଝି ପାରନ୍ତି ନାହିଁ କି ଏପରି ପରିସ୍ଥିତିରେ କ’ଣ କରିବେ।

11

– ଚାଣକ୍ୟ ନୀତି ଅନୁସାରେ, ଯେବେ କୌଣସି ବ୍ୟକ୍ତି ଆପଣଙ୍କ ଅପମାନ କରେ ତେବେ ତାହାକୁ କିଛି କୁହନ୍ତୁ ନାହିଁ। କାହିଁକି ସେମାନଙ୍କ କାମ ହେଲା ଆପଣଙ୍କୁ ଉକୁସାଇବା। ତେବେ ଏହି ସ୍ଥିତିରେ ଆପଣ ଚୁପ୍‌ ରୁହନ୍ତି। ଅପମାନ ଦେଉଥିବା ବ୍ୟକ୍ତିଙ୍କୁ ଦେଖି ହାଲକା ଭାବେ ହସିଦିଅନ୍ତୁ । ଏମିତି କଲେ ଅପମାନ ଦେଉଥିବା ଲୋକକୁ କ୍ରୋଧ ଆସିବା ସହିତ ନିଜକୁ ଅପମାନିତ ହେବା ଭଳି ଅନୁଭବ କରିବ।

– ବହୁତ ଲୋକ ଅନେକ ଲୋକଙ୍କୁ ଅପମାନିତ କରିବାକୁ ଭଲ ଲାଗିଥାଏ। ଚାଣକ୍ୟଙ୍କ ଅନୁସାରେ, ଏହି ଲୋକ ଜୀବନରେ ଅସଫଳ ହୋଇଥାନ୍ତି। କାରଣ ବୁଦ୍ଧିମାନ ଲୋକ କେବେ ବି ଅନ୍ୟର ଅପମାନ କରିନଥାଏ। କିନ୍ତୁ ସବୁବେଳେ ଅପମାନ ସହିବା ଉଚିତ ନୁହେଁ।

insult

– ଚାଣକ୍ୟ ନୀତି ଅନୁସାରେ, ଗନ୍ଧ କେବଳ ସଢା ଫୁଲରୁ ଆସିଥାଏ। ସୁଗନ୍ଧ ତ ସବୁବେଳେ ସଜ ଫୁଲରୁ ଆସିଥାଏ। ସେହିଭଳି ଯେଉଁ ବ୍ୟକ୍ତି ଅନ୍ୟର ଅପମାନ କରିଥାଏ, ସେହି ବ୍ୟକ୍ତିଙ୍କ ଚିନ୍ତାଧାରା ବହୁତ ଛୋଟ ହୋଇଥାଏ। ଏହି ଲୋକ ଜୀବନରେ କେବେ ବି ସଫଳ ହୋଇନଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button