ମନୋରଞ୍ଜନ

ଆଜି ହିଁ ସ୍ନାକ୍ସରେ ପ୍ରସ୍ତୁତ କରନ୍ତୁ ବ୍ରେଡ ମସଲା, ସ୍ୱାଦରେ ବହୁତ ଟେଷ୍ଟି

ଜଳଖିଆରେ ଅଧିକାଂଶ ଲୋକ ବ୍ରେଡ ଖାଇବାକୁ ପସନ୍ଦ କରିଥାନ୍ତି। ବ୍ରେଡକୁ ଲୋକେ ହାଲକା ଖାଦ୍ୟ ଭାବେ ଗ୍ରହଣ କରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ମସଲା ବ୍ରେଡ ବିଷୟରେ କହିବୁ, ଯାହା ଆପଣ ସ୍ନାକ୍ସ ଭାବେ ଖାଇପାରିବେ। ଏହା ଆପଣଙ୍କ ସ୍ୱାଦ ବଢାଇଥାଏ। ଆସନ୍ତୁ ଜାଣିବା, ଏହି ରେସିପି ବିଷୟରେ…

ଆବଶ୍ୟକ ସାମଗ୍ରୀ :

୪ଟା ବ୍ରେଡ ସ୍ଲାଇସ

ତେଲ

ଅଧା କପ୍‌ ମଇଦା

୧/୪ କନଫ୍ଲାଓ୍ଵାର

ଅଧା ଚାମଚ ଅଦା ରସୁଣ ପେଷ୍ଟ

୧ ଚାମଚ ଲଙ୍କାଗୁଣ୍ଡ

ଅଧା ଚାମଚ ଧନିଆ ପାଉଡର

ଅଧା ଚାମଚ ଗରମ ମସଲା

୧/୪ ଚାମଚ ହଳଦୀ ପାଉଡର

୧ ଟେବୁଲସ୍ପୁନ ଟମାଟୋ ସସ୍‌

ଲୁଣ ସ୍ୱାଦୁନସାରେ

ଚିଲି ସସ୍‌

ଅଳ୍ପ ଟିକେ ସୋରିଷ, ଟିକେ ଅଦା, ୩ ପାଖୁଡା ରସୁଣ, ୩ଟି କଞ୍ଚାଲଙ୍କା ଏବଂ ଭୃସଙ୍ଗ ପତ୍ର କିଛି, ଗୋଲମରିଚ ଗୁଣ୍ଡ
କାଜୁ ଟିକେ, ଧନିଆପତ୍ର

troat

ପ୍ରସ୍ତୁତି ପ୍ରଣାଳୀ :

ମସଲା ବ୍ରେଡ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ବ୍ରେଡର ଚାରିପାଖ କାଟି ଦିଅନ୍ତୁ। ମସଲା ପ୍ରସ୍ତୁତ କରିବା ପାଇଁ ସବୁ ଜିନିଷକୁ ଭଲ ଭାବେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏବେ କଢେଇରେ ତେଲ ପକାଇ କାଟିଥିବା ବ୍ରେଡକୁ ମସଲା ପେଷ୍ଟରେ ଭଲ ଭାବେ କୋଟିଂ କରି ଗରମତ ତେଲରେ ଛାଣିଦିଅନ୍ତୁ। ତା’ ପରେ ଛୁଙ୍କ କରିବା ପାଇଁ ଏକ କଢେଇରେ ଏକ ଚାମଚ ତେଲ ଗରମ କରିବା ପରେ ସୋରିଷ, ଛୋଟ ଛୋଟ କଥା ହୋଇଥିବା ଅଦା ରସୁଣ ପକାଇ ଅଳ୍ପ ଭାଜିଦିଅନ୍ତୁ। ଏଥିରେ ଲଙ୍କା ଏବଂ ଭୃସଙ୍ଗ ପତ୍ର ପକାଇ ୧ ମିନିଟ ଭାଜନ୍ତୁ। ଚିଲି ସସ୍‌, ଗୋଲମରଚ ଗୁଣ୍ଡ ଏବଂ ପାଣି ଦେଇ ଛଣା ହୋଇଥିବା ବ୍ରେଡକୁ ପକାଇ ଭଲ ଭାବେ ମିଶାଇଦିଅନ୍ତୁ। ଏହା ପରେ ଏବେ ଧନିଆପତ୍ର କଟା ଏବଂ କାଜୁ ଦେଇ ପରଷନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button