ଜ୍ୟୋତିଷ

କାହିଁକି ଝିଅମାନେ ବାମପଟେ ଫୋଡାନ୍ତି ନାକ? ଜାଣନ୍ତୁ ଏହା ପଛର କାରଣ

ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ନାକ ଫୋଡିବା ଅତ୍ୟନ୍ତ ଜରୁରୀ। କିନ୍ତୁ ଏହା ମହିଳାମାନଙ୍କ ସୁନ୍ଦରତା ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ବୋଲି ଖୁବ୍‌ କମ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ଭାରତୀୟ ମହିଳାମାନଙ୍କର ନାକ ଫୋଡିବା ପଛରେ କ’ଣ ରହିଛି ରୋଚକ କାହାଣୀ।

nose-ଅଧିକାଂଶ ମହିଳାମାନେ ନାକ ଫୋଡିବା କେବଳ ଶୃଙ୍ଗାର ବୋଲି ଜାଣିଥାନ୍ତି କିନ୍ତୁ ତାଙ୍କର ଏହି ଭାବନା ସତ ନୁହେଁ। ନାକ ଫୋଡିବାରେ କୌଣସି ବିଶେଷ ବୟସ ନଥାଏ।ଛୋଟ ଥିବା ବୟସରେ, କିଶୋରବସ୍ଥା କିମ୍ବା ବୟସ୍କ ଅବସ୍ଥାରେ ମଧ୍ୟ ମହିଳାମାନେ ନାକ ଫୋଡିପାରିବେ। ଏହାକୁ ନେଇ ବିଜ୍ଞାନ କହିବାନୁଯାୟୀ, ମହିଳାମାନଙ୍କ ନାକ ଫୋଡିବା ଦ୍ୱାରା ଶିଶୁଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡିନଥାଏ।

nose 3-ବେଦ ଏବଂ ଶାସ୍ତ୍ରର ଉଲ୍ଳେଖ ଅନୁଯାୟୀ, ନାକ ଫୋଡିବା ଦ୍ୱାରା ମହିଳାଙ୍କୁ ମାସିକଧର୍ମରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। ଏହାବ୍ୟତୀତ ପ୍ରସବ ସମୟରେ ଶିଶୁକୁ ଜନ୍ମ ଦେବାରେ ସହଜ ହେବା ସହ ମାଇଗ୍ରେନ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। ଆପଣମାନେ ଲକ୍ଷ୍ୟ ରଖିଥିବେ ଝିଅମାନଙ୍କର ବାମ ପଟେ ହିଁ ନାକ ଫୋଡା ଯାଇଥାଏ। କାରଣ ସେହି ଜାଗାର ଶିରା ନାରୀର ମହିଳା ପ୍ରଜନନ ଅଙ୍ଗ ସହ ଯୋଡି ହୋଇ ରହିଥାଏ। ନାକର ଏହି ଅଂଶରେ କଣା କରିବା ଦ୍ୱାରା ମହିଳାଙ୍କୁ ପ୍ରସବ ସମୟରେ ମଧ୍ୟ କମ ଯନ୍ତ୍ରଣାର ସାମ୍ନା କରିବାକୁ ପଡିଥାଏ। ଏହିକାରଣରୁ ବାମ ପଟେ ନାକ ଫୋଡାଯାଇଥାଏ।

nose 2କିଛି ଲୋକଙ୍କ କହିବାନୁଯାୟୀ, ବାମ ପଟେ କାନ ଫୋଡିବା ଦ୍ୱାରା ମହିଳାଙ୍କ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖାଯାଇନଥାଏ। ସେହିଭଳି ଆଧ୍ୟାତ୍ମିକ କାରଣ ଅନୁଯାୟୀ ମହିଳାମାନେ ନିଜର ଅଧା ଅଙ୍ଗ ପୁରୁଷଙ୍କ ପାଇଁ ରଖିଥାନ୍ତି। ଏହିକାରଣରୁ ବାମ ଅଂଶକୁ ନିଜର ଭାବି ଫୋଡି ଥାନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button