ଜ୍ୟୋତିଷ

କାଳସର୍ପ ପ୍ରଭାବରୁ ଏମିତି ରୁହନ୍ତୁ ଦୂରରେ, କରନ୍ତୁ ଏହି ଉପାୟ

ସାଧରଣତଃ ଜାତକରେ ଯେତେବେଳେ ଗ୍ରହ ରାହୁ ଏବଂ କେତୁଙ୍କ ମଝାମିଝିରେ ରହିଯାଏ ସେତେବେଳେ କାଳ ସର୍ପ ଯୋଗ ରହିଯାଏ। କାଳ ସର୍ପ ଯୋଗର ଶୁଭ ଏବଂ ଅଶୁଭ ଉଭୟ ପ୍ରକାରର ପ୍ରଭାବ ପଡିପାରେ। ତେଣୁ ଜାଣନ୍ତୁ କାଳ ସର୍ପର ଅଶୁଭ ପ୍ରଭାବକୁ ଦୂର କରିବାର ଉପାୟ।

-କୌଣସି ବି ଶୁଭ ସ୍ଥିତିରେ ସକାଳୁ ଜଲଦି ଉଠନ୍ତୁ ଏବଂ ସ୍ନାନ ଆଦି ପରେ ଶିବ ମନ୍ଦିରରେ ଶିବଲିଙ୍ଗ ଉପରେ ତମ୍ବାର ନାଗ ଚଢ଼ାନ୍ତୁ।

-ବଜାରରେ କୌଣସି ବି ସୁନା ଚାନ୍ଦୀ ବେପାରୀଙ୍କ ଠାରୁ ଚାନ୍ଦୀ ବା ରୂପାର ନାଗ-ନାଗିନର ଯୋଡି କିଣି ନଦୀରେ ପ୍ରଭାହିତ କରିଦିଅନ୍ତୁ। ଏହାସହିତ ଇଷ୍ଟଦେବଙ୍କ ଠାରୁ କାଳସର୍ପ ଦୋଷର ଅଶୁଭ ପ୍ରଭାବ ଦୂର କରିବାରେ ପ୍ରାର୍ଥନା କରନ୍ତୁ।

-ପ୍ରତିଦିନ ଶିବଲିଙ୍ଗ ଉପରେ ତମ୍ବା ଲୋଟାରେ ଜଳ ଚଢ଼ାନ୍ତୁ। ଜଳ ଚଢ଼ାଇବା ସମୟରେ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ। ଅତି କମରେ ୧୦୮ ଥର ଜପ କରନ୍ତୁ।

-ଗରୀବ ବ୍ୟକ୍ତିଙ୍କୁ କଳା କମ୍ବଳ, କଳା ବିରି ଦାନ କରନ୍ତୁ। ଗରିବ ବ୍ୟକ୍ତିଙ୍କୁ ଅନାଦାର କରନ୍ତୁ ନାହିଁ ଏବଂ ସାହାଯ୍ୟ ଭିକ୍ଷା କରୁଥିବା ଲୋକଙ୍କୁ ସାହାଯ୍ୟ କରନ୍ତୁ।

-ପ୍ରତି ଶନିବାର କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ। ଯଦି କଳା କୁକୁର ନ ମିଳିଲା ତାହେଲେ ଅନ୍ୟ କୁକୁରକୁ ବି ରୁଟି ଖାଇବାକୁ ଦେଇପାରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button