ମନୋରଞ୍ଜନ

ଆଜି ରସଗୋଲା ଦିବସରେ ଆପଣ ବି ଘରେ ବନାଇ ଖାଆନ୍ତୁ ଟେଷ୍ଟି ରସଗୋଲା, ମାତ୍ର କେଇ ମିନିଟରେ କରନ୍ତୁ ପ୍ରସ୍ତୁତ

ଆଜି ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବେ ପ୍ରଭୁ ଜଗନ୍ନାଥ। ମାତା ଲକ୍ଷ୍ମୀଙ୍କର କ୍ରୋଧକୁ ଶାନ୍ତ କରିବା ପାଇଁ ପ୍ରଭୁ ଜଗନ୍ନାଥ। ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରି ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଶ୍ରୀନଅରରେ ପ୍ରବେଶ କରିବେ। ଏହା ଓଡ଼ିଶାର ଏକ ପ୍ରାଚୀନ ପରମ୍ପରା । ଏହି ଦିନକୁ ସେଥିପାଇଁ ‘ରସଗୋଲା ଦିବସ’ ରୂପେ ପାଳନ କରାଯାଏ ।

ଆବଶ୍ୟକ ସାମଗ୍ରୀ

ଛେନା – ୮୦୦ ଗ୍ରାମ
ଚିନି – ୪୦୦ ଗ୍ରାମ
ପାଣି – ୫୦୦ ମି.ଲି
ଗୋଲାପ ଜଳ – ୧ ଟେବୁଲ ଚାମଚ
ଅଟା – ଦୁଇ ଚାମଚ
ଅଳେଇଚ ପାଉଡର – ୧/୨ ଟେବୁଲ ଚାମଚ

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଏକ ପାତ୍ରରେ ଛେନା, ଅଟା ଏବଂ ଅଳେଇଚ ପାଉଡର ପକାଇ ନରମ ହେବା ପଯ୍ୟର୍ନ୍ତ ଚକଟନ୍ତୁ।
-ହାତରେ ସାମାନ୍ୟ ତେଲ ଲଗାଇ ଚକଟି ଥିବା ଛେନାର ମିଶ୍ରଣକୁ ଆଣି ଗୋଲ ଗୋଲ ବଲ୍‌ କରନ୍ତୁ।
-ଏବେ ଏକ ପାତ୍ରରେ ପାଣି ଫୁଟାନ୍ତୁ।
-ପାଣି ଫୁଟିଗଲା ପରେ ସେଥିରେ ଚିନି ପକାଇ ଗ୍ୟାସକୁ ଧୀମା ଆଞ୍ଚରେ ରଖି ସିରା ବନାନ୍ତୁ।
-ସିରା ବନାଇବା ପାଇଁ ମଝିରେ ମଝିରେ ଏହାକୁ ଚାମଚରେ ଫେଣ୍ଟନ୍ତୁ।
-ଏହାକୁ ଅଳ୍ପ ହାତରେ ଆଣି ଚେକ୍‌ କରିବା ପରେ ପ୍ରସ୍ତୁତ କରି ରଖିଥିବା ବଲକୁ ପକାନ୍ତୁ। ୫-୧୦ ମିନିଟ୍‌ ପଯ୍ୟର୍ନ୍ତ ଏହାକୁ ସିରାରେ ରଖନ୍ତୁ।
-ଯେତେବେଳେ ରସଗୋଲା ସିରା ଉପରେ ଭାଷିବାକୁ ଲାଗିବ ସେତେବେଳେ ଜାଣିବେ ଆପଣଙ୍କର ରସଗୋଲା ପ୍ରସ୍ତୁତ ହୋଇଗଲା।
-ଏବେ ଏହାକୁ ଏକ ପାତ୍ରକୁ କାଢ଼ି ଗୋଲାପ ଜଳ ପକାଇ ସର୍ଭ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button